ଏହି ତିନୋଟି ମଧ୍ୟରୁ କେଉଁ ପ୍ରିପେଡ଼ ପ୍ଲାନ ଭଲ ,ଆପଣଙ୍କର ମତାମତ କଣ କମେଣ୍ଟରେ ଜଣାନ୍ତୁ

ଭାରତରେ ଟେଲିକମ କମ୍ପାନୀ ଗୁଡ଼ିକ ଗ୍ରାହକ ମାନଙ୍କୁ ଖୁସି କରିବାକୁ ବିଭିନ୍ନ ପ୍ରିପେଡ ପ୍ଲାନ ର ସୁବିଧା ଦେଇଥାନ୍ତି । ଭଡାଫୋନ , ଆଇଡ଼ିଆ ଏବଂ ଏୟାରଟେଲ ର ପ୍ରିପେଡ ପ୍ଲାନ ଜିଓ ଠାରୁ ଅଧିକ ମହଙ୍ଗା ହୋଇଥାଏ । ଅର୍ଥାତ ଜିଓ ନିଜ ଗ୍ରାହକଙ୍କୁ ଶସ୍ତା ପ୍ଲାନ ଦେଇ ଅଧିକ ଆକର୍ଷିତ କରିଥାଏ ।

କିନ୍ତୁ ଏହି ତିନୋଟି କମ୍ପାନୀ ପାଖରେ କିଛି ପ୍ଲାନ ଏପରି ଅଛି ଯାହା ପାଖାପାଖି ସମାନ ଅଟେ । ତେବେ ଏହି କମ୍ପାନୀ ଗୁଡ଼ିକର ପ୍ଲାନ ଗ୍ରାହକଙ୍କ ପାଇଁ କେତେ ଲାଭଦାୟକ ଅଟେ ସେହି ବିଷୟରେ ଜାଣିବା । ତେଣୁ ଏହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ତେବେ ଏହିପରି ଏକ ପ୍ଲାନ ହେଉଛି ୩୯୯ ଟଙ୍କା । ତେଣୁ ଆସନ୍ତୁ ଜାଣିବା ଯେ କେଉଁ କମ୍ପାନୀ ଏହି ପ୍ରିପେଡ ପ୍ଲାନ ରେ କେଉଁ କେଉଁ ଅଫର ଦେଉଛି ।

କାରଣ ଏହା ଜାଣିବା ଦ୍ୱାରା ଆପଣ ନିଷ୍ପତ୍ତି ନେଇ ପାରିବେ ଯେ କେଉଁ ପ୍ଲାନ ଆପଣଙ୍କ ପାଇଁ ଭଲ ଅଟେ । ଜିଓ ର ୩୯୯ ଟଙ୍କାର ପ୍ରିପେଡ ପ୍ଲାନ ୫୬ ଦିନ ଭେଲିଡିଟି ସହ ଆସିଥାଏ । ଏଥିରେ ଗ୍ରାହକଙ୍କୁ ଦିନକୁ ଦେଢ଼ ଜୀବୀ ଡାଟା ମିଳିଥାଏ ।

ଏହା ସହିତ ଯେକୌଣସି ନମ୍ବର କୁ ଫ୍ରି କଲିଂ ଏବଂ ୧୦୦ ଏସଏମଏସ ମାଗଣା ମିଳିଥାଏ । ଏହି ପ୍ଲାନ ପାଇଁ ଜିଓ ଏପ ର ଫ୍ରି ସବସ୍କ୍ରିପସନ ମଧ୍ୟ ଦିଆଯାଇଥାଏ । ଏୟାରଟେଲ ମଧ୍ୟ ତାହାର ୩୯୯ ର ପ୍ଲାନରେ ଦେଢ଼ ଜୀବୀ ଡାଟା ଦେଇଥାଏ । ଏଥିରେ ଅନଲିମିଟେଡ଼ କଲିଂ ଏବଂ ୧୦୦ ଏସଏମଏସ ଫ୍ରି ମିଳିଥାଏ ।

ଏହା ସହିତ ଏଥିରେ ଏୟାରଟେଲ ଏକ୍ସଟ୍ରିମ ପ୍ରିମୀୟମ , ବିନ୍କ ମ୍ୟୁଜିକ , ଶୋ ଏକାଡେମୀ ରେ ଏକ ବର୍ଷ ମାଗଣା କୋଡ୍ସ ର ଅଫର , ଫ୍ରି ହେଲୋଟ୍ୟୁନସ ଏବଂ ଫାଷ୍ଟ ଟାଗ ଟ୍ରାଞ୍ଜେକ୍ସନରେ ୧୦୦ ଟଙ୍କାର କ୍ୟାଶ ବ୍ୟାକ ମଧ୍ୟ ମିଳିଥାଏ । ଏହାର ଭେଲିଡିଟି ୫୬ ଦିନ ଯାଏ ରହିଥାଏ ।

ଭଡାଫୋନ ର ୩୯୯ ର ପ୍ଲାନ ମଧ୍ୟ ୫୬ ଦିନ ପାଇଁ ଆସିଥାଏ । ଗ୍ରାହକଙ୍କୁ ଏଥିରେ ଦେଢ଼ ଜୀବୀ ଡାଟା ଫ୍ରି କଲିଂ ସହିତ ୧୦୦ ଏସଏମଏସ ମାଗଣା ମିଳିଥାଏ । ଏହା ସହିତ ଏହି ପ୍ଲାନ ଜରିଆରେ ଗ୍ରାହକଙ୍କୁ ଭିଆଇ ମୁଭି ଏବଂ ଟିଭିର ଆକ୍ସେସ ମଧ୍ୟ ମିଳିଥାଏ । ଗୋଟିଏ ଏକ୍ସକ୍ଲୁସିଭ ଅଫର ଦ୍ଵାରା ଏହି ପ୍ଲାନ କୁ ମୋବାଇଲ ଆପ ରେ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ୨୮ ଦିନ ପାଇଁ ୫ ଜୀବୀ ଡାଟା ଦିଆଯାଇଥାଏ ।

ଭାରତରେ ଏହି ତିନୋଟି ନେଟୱାର୍କ ପ୍ରାୟ ସମାନ ରହିଥାଏ । ନିଜ ନିଜ ଭିତରେ ପ୍ରତିଯୋଗିତା ପାଇଁ ଏହି କମ୍ପାନୀ ଗୁଡ଼ିକ ଅଫର ଦେଇ ଗ୍ରାହକ ମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାନ୍ତି । କିନ୍ତୁ ଦେଶରେ ଏହି ନେଟୱର୍କ ର ତୁଳନାରେ ଜିଓ ର ଗ୍ରାହକ ଅଧିକ ରହିଛନ୍ତି । କାରଣ ଏଥିରେ ସମସ୍ତ ଅନଲିମିଟେଡ଼ ପ୍ଲାନ ଶସ୍ତା ମୂଲ୍ୟରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।