ଜୟ ଜଗନ୍ନାଥ ! ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରହସ୍ୟମୟ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ମନରେ ଭକ୍ତି ଥିଲେ ଜୟ ଜଗନ୍ନାଥ ଲେଖନ୍ତୁ….

ଆମ ଦେଶ ସମ୍ପୂର୍ଣ୍ଣ ମନ୍ଦିରରେ ପରିପୂର୍ଣ୍ଣ। ଦେଶର ଯେଉଁଠି ଆଖି ପକେଇଲେ ମନ୍ଦିର ଦେଖା ଯାଇଥାଏ। ଆଉ ସବୁ ମନ୍ଦିରର କିଛି ନା କିଛି ରହସ୍ୟ ରହିଅଛି। ସେହିପରି ଆମ ରାଜ୍ୟରେ ବିଶ୍ଵ ପ୍ରସିଦ୍ଧମୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରହିଛି। ତାଙ୍କର ରହସ୍ୟମୟ ଘଟଣା ବିଷୟରେ ଜାଣିଲେ ଆପଣମାନେ ଚମକି ପଡିବେ। ସେଥିମଧ୍ୟରୁ ଆଜି ଆପଣମାନଙ୍କୁ ୧୦ ଟି ମୁଖ୍ୟ ରହସ୍ୟ କଥା ସମ୍ପର୍କରେ କହିବୁ। ଓଡ଼ିଶାର ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପୁରୀ ଜିଲ୍ଲାର ମଧ୍ୟ ଭାଗରେ ଅବସ୍ଥିତ।

ଏହି ମନ୍ଦିର ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ସବିଶେଷ ତଥ୍ୟ ରହିଛି। ଆଜି ଆମେ ଜଗନ୍ନାଥଙ୍କ ମନ୍ଦିର ସମ୍ପର୍କରେ ରହସ୍ୟମୟ କଥା କହିବାକୁ ଯାଉଛି ଯାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

୧- ଶ୍ରୀକ୍ଷେତ୍ର ମନ୍ଦିରର ଏକ ରହସ୍ୟ ଅଛି ଯାହା ହେଉଛି ଶ୍ରୀକ୍ଷେତ୍ର ପବନ ଦିନରେ ଗୋଟିଏ ଦିଗରେ ଗତି କରୁଥିବାବେଳେ ସନ୍ଧ୍ୟାରେ ଦିଗ ପରିବର୍ତ୍ତନ ହୋଇଥାଏ।ସାଧାରଣତଃ ସମୁଦ୍ର କୁଳର ପବନ ଜଳ ଭାଗରୁ ସ୍ଥଳ ଭାଗ ଆଡ଼କୁ ଗତିକରିଥାଏ କିନ୍ତୁ ଏଠାରେ ସ୍ଥଳଭାଗରୁ ଜଳ ଭାଗକୁ ପବନ ବହିଥାଏ।

୨- ଶ୍ରୀମନ୍ଦିର ଉପରେ ଲାଗିଥିବା ସୁଦର୍ଶନ ଚକ୍ରକୁ ପୁରୀରେ ଯେଉଁ ଜାଗାରେ ଠିଆହୋଇ ଦେଖିଲେ ତାହା ଆପଣମାନଙ୍କୁ ସାମ୍ନାରେ ଛିଡା ହୋଇଦେଖିଲା ପରି ଲାଗିଥାଏ।

୩- ଏହା ବିଶ୍ୱର ସବୁଠାରୁ ଭିନ୍ନ। ଯାହାର ଛାଇ କେବେ ମନ୍ଦିରର ତଳ ଭାଗରେ ପଡେନାହିଁ।

୪- ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଏମିତି ରହସ୍ୟ ଏହା କି ମନ୍ଦିରର ପତାକା ପବନର ବିପରୀତ ଦିଗରେ ଉଡ଼ିଥାଏ। ପ୍ରତିଦିନ ସନ୍ଧ୍ୟାରେ ମନ୍ଦିରର ପତାକା ପ୍ରତିଦିନ ପରିବର୍ତନ କରାଯାଇଥାଏ। ସେହି ସମୟରେ ସେବକ ବିପରୀତ ଦିଗରେ ଚଢିକି ପତାକା ବନ୍ଧିଥାନ୍ତି।

୫- ଏହି ମନ୍ଦିର ଉପରେ କେବେବି ପକ୍ଷୀମାନେ ଉଡି ନଥାନ୍ତି।ଚାରିପଟରେ କେବେ ବି ପକ୍ଷୀ ଉଡିବାର କେହିବି ଦେଖିନାହାନ୍ତି। ଆଉ ଶ୍ରୀ ମନ୍ଦିର ଉପରେ କେବେ ବିମାନ ଉଡିପାରିବ ନାହିଁ।

୬- ଶୁଣାଯାଏ ଯେ ସମୁଦ୍ର ଶ୍ରୀ ମନ୍ଦିରକୁ ତିନିଥର ଭାଙ୍ଗିଥିଲା। ତେଣୁ ଭଗବାନ ହନୁମାନଙ୍କୁ ମନ୍ଦିରର ଚତୁଃପାଶ୍ୱରେ ନିୟୋଜିତ କରିଯାଇଅଛି କାରଣ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ସମୁଦ୍ର କୂଳରୁ ରକ୍ଷା କରିବାପାଇଁ।

୭- ପୁରୀ ଜିଲ୍ଲାସାରା ସମୁଦ୍ରର ଗର୍ଜନ ଶୁଣାଯାଇଥାଏ କିନ୍ତୁ ସିଂହ ଦୁଆରରେ ପାଦଦେଲେ ସମୁଦ୍ରର ଶବ୍ଦ କିମ୍ବା ଗର୍ଜନ ଶୁଣାଯାଇ ନଥାଏ।

୮- ଆଉ ଗୋଟିଏ ରହସ୍ୟ ଯେ ପ୍ରତିଦିନ ମହାପ୍ରଭୁ ଜଗନ୍ନାଥ ମୂର୍ତ୍ତିର ରୂପ ବଦଳିଥାଏ,ଶ୍ରୀକୃଷ୍ଣଙ୍କୁ ଏଠାରେ ଜଗନ୍ନାଥ କୁହାଯାଇଥାଏ।

୯- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସାରାବିଶ୍ୱ ପ୍ରସିଦ୍ଧ ବଡ଼ ରଥଯାତ୍ରା ହୋଇଥାଏ। ଆଉ ସୁନା ଝାଡୁରେ ରଥରେ ଛେରା ପହଁରା କରାଯାଇଥାଏ ଯାହା ଆଉ କେଉଁଠି ଏମିତି ହୋଇନଥାଏ। ଏହି ପହଁରା ପୁରୀ ଗଜପତି ଦିବ୍ୟ ସିଂହ ଦେବ କରିଥାନ୍ତି।

୧୦- ଆଉ ଏକ ମଧ୍ୟ ରହସ୍ୟ ଯାହା ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି ଏହା ହେଉଛି ମନ୍ଦିରର ରୋଷେଇ ଘର। ଏହି ରୋଷ ଘରରେ ୫୦୦ ଜଣ ରୋଷେଇଆ କାମ କରିଥାନ୍ତି ଏବଂ ୩୦୦ ଜଣ ସହଯୋଗୀ ପ୍ରସାଦ ପାଇଁ ନିଯୁକ୍ତି ହୋଇଥାନ୍ତି। ଆଉ ଏହି ମନ୍ଦିରରେ ୧୦୦୦ ଲୋକଙ୍କ ପାଇଁ ପ୍ରସାଦ ରୋଷେଇ ହୋଇଥିଲେ ମଧ୍ୟ ଲକ୍ଷେ ଲୋକ ଖାଇପାରିବେ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଚମତ୍କାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି।ଏଠାରେ ପାଦ ପଡିଲେ ଲୋକଙ୍କର ସବୁକିଛି ଫଳପ୍ରଦ ହୋଇଥାଏ। ଏହି ରହସ୍ୟ ସାରା ବିଶ୍ୱକୁ ଆକର୍ଷିତ କରିଥାଏ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।