ଜରୁରୀ ଖବର ! 21 ବର୍ଷ ପୂର୍ବରୁ ଧୂମପାନ କଲେ ମିଳିବ ଜେଲ ଦଣ୍ଡ ଏବଂ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋଟା ଅଙ୍କର ଜୋରିମନା, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ଧୁମ୍ରପାନ କରିବାର ବୟସ ବଦଳିଲା । ଏହି ନିୟମ ଉଲଙ୍ଘନ କଲେ ଦେବା ପାଇଁ ପଡ଼ିବ ମୋଟା ଅଙ୍କର ଫାଇନ। ତେବେ ବର୍ତ୍ତମାନ ସରକାର ନିର୍ଧାରଣ କରିବେ ଧୁମ୍ରାପାନ କରିବାର ବୟସ । ଏକ ନିର୍ଦ୍ଧିଷ୍ଟ ବୟସ ନହେଲେ କରି ପାରିବେ ନାହିଁ ଧୁମ୍ରାପାନ ।ଧୁମ୍ରପାନ କରିଲେ ଦେବା ପାଇଁ ପଡ଼ିବ ଫାଇନ ।ତେବେ ପୂର୍ବରୁ ଧୂମପାନ ଅନୁମତି ଥିବା ବୟସକୁ ବଢାଇବାକୁ ଯୋଜନା କରୁଛି କେନ୍ଦ୍ର।

ଆଉ ବର୍ତ୍ତମାନ ସେହି ଯୋଜନା କୁ କାର୍ଯ୍ୟକାରୀ କରାଯାଇ ଥିବାର ସୂଚନା ମିଳିଛି। ବର୍ତ୍ତମାନ ଧୂମପାନ କରିବା ପାଇଁ ବୟସ ନିର୍ଦ୍ଧିଷ୍ଟ କରାଯାଇଛି ଓ ଏହି ବୟସ ଅବଧି କୁ ୨୧ ବର୍ଷ ରଖା ଯାଇଛି। ନିୟମ ଉଲଙ୍ଘନ କଲେ ଦେବା ପାଇଁ ପଡ଼ିବ ମୋଟା ଅଙ୍କର ଫାଇନ ।

ଯେଉଁଥିରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି। ଧୂମପାନ ରେ ଅଧିକାଂଶ ଲୋକ ମାନଙ୍କ ର ଜୀବନ ଯିବା ସହିତ ଛୋଟ ବୟସ ରୁ ପିଲା ମାନେ ଏହି ବଦଭ୍ୟାସ ପଡୁଥିବାରୁ ଏହି ନିୟମ କୁ କଡାକଡି କରାଯାଇଛି । କେବଳ ଏତିକି ନୁହେଁ ଏହି ନିୟମ ଅନୁସାରେ ବିମାନବନ୍ଦର କିମ୍ବା ରେଷ୍ଟୁରାଣ୍ ଗୁଡିକରେ ସ୍ମୋକିଂ ହଲ ହଟିବ।

ତେବେ ସରକାର ଙ୍କ ଏହି ନୂତନ ଚିଠା ନୀତି ରେ ଧୂମପାନ କୁ ନେଇ ଅନେକ ନିୟମ ଲାଗୁ କରାଯାଇଛି ।ତେବେ ସରକାର ଏହି ନିୟମ କୁ ପାଳନ କରିବା ପୂର୍ବରୁ ସର୍ବସାଧାରଣ ଙ୍କ ମତାମତ ମଧ୍ୟ ଆଶା ରଖିଛନ୍ତି । କାରଣ ପୂର୍ବରୁ ଏହି ବୟସ ଅବଧି କୁ ୧୮ ବର୍ଷ ରଖା ଯାଇଥିଲା କିନ୍ତୁ ବର୍ତ୍ତମାନ ଧୂମପାନ କୁ ହଟେଇବା ପାଇଁ ଏପରି ଏକ ନିଷ୍ପତି ନେବା ପାଇଁ ଯାଉଛନ୍ତି ସରକାର। ଏହି ନିୟମ କୁ ଧାରା ୬ ର ସଂଶୋଧନ କରାଯାଇ ଲାଗୁ କରାଯିବ।

ତେବେ କେବଳ ଏତିକି ନୁହେଁ ଏହା ସହିତ ଆଉ କିଛି ନିୟମ କୁ ମଧ୍ୟ ସରକାର କଡାକଡି କରିଛନ୍ତି। ସାଧାରତଃ ସର୍ବସାଧାରଣ ସ୍ଥାନ ରେ ଓ ଖୋଲା ରେ ସିଗାରେଟ ବିକ୍ରି କରିବା ଦ୍ୱାରା ଅଧିକାଂଶ ଲୋକ ଓ ବିଶେଷ କରି କମ୍ ବୟସ ର ଯୁବକ ମାନେ ଧୂମପାନ କରିବାକୁ ସୁଯୋଗ ପାଉଛନ୍ତି ତେଣୁ ୨୧ ବର୍ଷରୁ କମ ବୟସ୍କ ର କୌଣସି ବ୍ୟକ୍ତି ବି ସିଗାରେଟ୍ ତଥା ଅନ୍ୟାନ୍ୟ ତମାଖୁ ବିକ୍ରି କରି ପାରିବେ ନାହିଁ କି ବିକ୍ରି ପାଇଁ ଦେଇପାରିବେ ନାହିଁ ଏବଂ ବିକ୍ରି ଅନୁମତି ବି ଦେବେ ନାହିଁ।

ଏହା ସହିତ ପୂର୍ବରୁ ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ୨୦୦ ଟଙ୍କା ଜୋରିମାନା ରହିଥିଲା ଯେଉଁ ଟଙ୍କାକୁ ୨୦୦୦ ଟଙ୍କା କୁ ବୃଦ୍ଧି କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି।ତେବେ ୨୦୦୩ ମସିହା ରେ ଏକ ନିୟମ ଅନୁସାରେ ସର୍ବସାଧାରଣ ସ୍ଥାନରେ ଧୂମପାନକୁ ନିଷେଧ କରାଯାଇଥିଲା କିନ୍ତୁ ନିର୍ଦ୍ଦିଷ୍ଟ ଧୂମପାନ କକ୍ଷରେ ଅନୁମତି ଥିଲା। ତେବେ ବର୍ତ୍ତମାନ ଆଉ ଏକ ନୀତି ରେ ବିମାନ ବନ୍ଦର, ରେଷ୍ଟୁରାଣ୍ଟ ଏବଂ ହୋଟେଲ ଗୁଡିକ ରୁ ଧୂମପାନ କକ୍ଷ ମଧ୍ୟ ହଟାଯିବ।

ତେବେ ସମ୍ପୂର୍ଣ ସମାଜ କୁ ଧୂମପାନ ନିଷେଧ କରିବା ପାଇଁ ଏପରି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।