ଦେଖନ୍ତୁ LIVE ଭିଡିଓ – ଘରୁ ପଳାଇ ଯାଇ ମନ୍ଦିର ରେ ବିବାହ କଲେ ପ୍ରେମୀ ଯୁଗଳ, ଭିଡ଼ିଓ ଯାହାକି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି…

ପ୍ରେମ ଏକ ପବିତ୍ର ବନ୍ଧନ ଏବଂ ଏହା ଦୁଇଟି ଆତ୍ମାର ମିଳନ ରେ ହୋଇଥାଏ ବୋଲି କୁହାଯାଏ। ଯାହା ଏକ ପରିଣତ ବୟସରେ ନିଜର ବୌଦ୍ଧିକ ବିକାଶ ହେବା ପରେ ପରସ୍ପର ପ୍ରତି ସ୍ନେହ ମମତା ଭଲପାଇବା, ଯତ୍ନ ଆସିବା ପରେ ହିଁ ହୋଇଥାଏ। ସେଥିପାଇଁ କୁହାଯାଏ ପ୍ରେମ କେତେବେଳେ କାହା ସହ ହୋଇଯାଏ ତାହା କହିବା ମୁସ୍କିଲ। କାରଣ ପ୍ରେମରେ ପଡ଼ିବା ପରେ ପ୍ରେମୀ ଯୁଗଳ ପରସ୍ପର ଭିତରେ ନିଜକୁ ହଜାଇ ଦେଇଥାନ୍ତି।

ଏକ ସୁନ୍ଦର ଅନୁଭବ ଭିତରେ ଦୁହେଁ ଦୁହିଁଙ୍କୁ ଅନୁଭବ କରିଥାନ୍ତି। କିନ୍ତୁ ପ୍ରେମ ଯଦି ସଠିକ ସାଥୀ ଏବଂ ସଠିକ ଭାବରେ ହୋଇ ନଥାଏ ତେବେ ସେହିଠାରେ ଆରମ୍ଭ ହୋଇଥାଏ ସମସ୍ୟା।

କାରଣ ଏହି ପ୍ରେମ ପାଇଁ କେହି କେବେ କେବେ ଭଲ ରାସ୍ତାରେ ଚାଲନ୍ତି ତ,ପୁଣି କେହି କେବେ କେବେ ନିଜର ସବୁ ସୀମାକୁ ଭୁଲି ଭୁଲ୍ ମାର୍ଗରେ ନିଜକୁ ନେଇ ଯାଇଥାନ୍ତି।ଆଉ ସେହି ଭଳି ଭୁଲ୍ ମାର୍ଗରେ ପ୍ରେମକୁ ପରିଚାଳିତ କରୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ସମାଜରେ ପ୍ରେମ କଳଙ୍କିତ ହୋଇଥାଏ।

ତେବେ ବର୍ତ୍ତମାନ ଅଧିକାଂଶ ଯୁବକ ଯୁବତୀ ପରସ୍ପରକୁ ଯେଉଁ ପ୍ରେମ କରି ବସୁଛନ୍ତି ତାହା ସେମାନଙ୍କ ପାଇଁ ଏକ ଶାରିରୀକ ଆକର୍ଷଣ ଏବଂ ଶାରିରୀକ ମିଳନ ର କେନ୍ଦ୍ରବିନ୍ଦୁ ପାଲଟିଛି।ନିଜକୁ ଉପଭୋଗ କରିବା ପାଇଁ ଏବଂ ଏହାର ଅନୁଭବ ପାଇବା ପାଇଁ ସେମାନେ ସେମାନେ ବିବାହ ପୂର୍ବରୁ ଏସବୁ ଅନୈତିକ କାର୍ଯ୍ୟ ଅନୈତିକ ଭାବରେ କରିବାକୁ ପଛାଉ ନାହାନ୍ତି।

ଆଉ ଯେଉଁ କାରଣରୁ ସମାଜରେ ଦିନକୁ ଦିନ ଏହାକୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି।ଏହା ପରେ ପୁଣି ସେମାନଙ୍କ କାର୍ଯ୍ୟ କଲାପ ଆଗାମୀ ଭବିଷ୍ୟତ ପିଢ଼ି ଉପରେ ଏକ ମନ୍ଦ ପ୍ରଭାବ ପକାଉଛି।ତେବେ ଏବେ ଏକ ପ୍ରେମ ବିବାହର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ତେବେ ଭାଇରାଲ ହୋଇଥିବା ଏହି ଭିଡିଓ ଟିରେ ଦୁଇଜଣ ପ୍ରେମୀ ଯୁଗଳ ମନ୍ଦିରରେ ପରସ୍ପରକୁ ବିବାହ କରିଛନ୍ତି। ପ୍ରେମକୁ ସଂପୂର୍ଣ୍ଣ କରିବା ପାଇଁ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପରସ୍ପରକୁ ପୁଷ୍ପ ମାଳ ପିନ୍ଧାଇ ହାର ଅଦଳ ବଦଳ କରି ମନ୍ଦିରରେ ଭଗବାନଙ୍କ ସାମ୍ନାରେ ସେମାନେ ଜନ୍ମ ଜନ୍ମର ସାଥୀ ହୋଇଛନ୍ତି।

ତେବେ ଏହି ପ୍ରେମିଯୁଗଳ ମନ୍ଦିରରେ କରିଥିବା ଏହି ବିବାହ ରେ କେହି ବି ନିକଟରେ ନଥିବା ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରା ଯାଉଛି କି ସେମାନେ ଲୁଚି ଏକୁଟିଆ କାହାକୁ ନଜନେଇ ପରସ୍ପରର ହାତ ଧରିଛନ୍ତି ଏବଂ ଜନ୍ମ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି।ତେବେ ଏହା କେତେ ଠିକ୍ ଥରେ ଆଜିର ପାଠୁଆ ପୁଅ ଝିଅ ମାନେ ବିଚାର କରନ୍ତୁ।

ପରିବାର ର ସହଯୋଗ ବିନା ବିବାହ କରି ଆଜିର ଯୁବପିଢି ନିଜକୁ ଅସୁରକ୍ଷିତ ବାତାବରଣ ମଧ୍ୟକୁ ନେଇ ଯାଉ ଥିବାର ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।