ଦେଖନ୍ତୁ ଭିଡ଼ିଓ – ମୃତ୍ୟୁର କାରଣ ସମ୍ପର୍କରେ ରିପୋର୍ଟ ଦିଅନ୍ତି, କିନ୍ତୁ କେହି କେବେ ଭାବିଛନ୍ତି କି ତାଙ୍କ କଥା…

ଏହି ଦୁନିଆରେ ଅନେକ ଲୋକ ଏମିତି ଅଛନ୍ତି ଯାହାଙ୍କ କାମ ବା କାର୍ଯ୍ୟ ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। କାରଣ ସେମାନଙ୍କ କାର୍ଯ୍ୟ ଅନ୍ୟ ମାନଙ୍କ ଠାରୁ ସାମାନ୍ୟ ଭିନ୍ନ ଅଟେ।ଆଉ ସେହି କାମ ଯାହାକୁ ଅନ୍ୟ ମାନେ କରିବା ପାଇଁ ସାହସ ମଧ୍ୟ କରି ପାରନ୍ତି ନାହିଁ। କିନ୍ତୁ କିଛି ବ୍ୟକ୍ତି ଅଛନ୍ତି ତାଙ୍କର କାମ ହେଉଛି ସେହିଭଳି କିଛି।

ଯେଉଁଥିରେ ନା ସେମାନଙ୍କର ଭୟ ଥାଏ ନା କୌଣସି ଚାପ। ନିଜର ବୃତ୍ତି ଭାବରେ ସେମାନେ ଏହାକୁ କରି ଥାଆନ୍ତି। ହଁ ଆଜ୍ଞା ଆମେ କହୁଚୁ ସେହି ଡାକ୍ତର ଙ୍କ ବିଷୟରେ ଯିଏକି ଶବ ସହିତ ସମୟ ବିତାଇ ଥାଆନ୍ତି। ମଣିଷ ମରିଯିବା ପରେ ତାକୁ କାଟିବା ଚିରିବା ହେଉଚି ସେହି ଡାକ୍ତରଙ୍କ କାମ।

ସେ ଶବକୁ ଚିରି ଫାଡ଼ି ଯାଞ୍ଚ କରନ୍ତି।ଆଉ ଏହି ସବୁ କଲାବେଳେ ସେ ଆଦୌ ଭାବ ପ୍ରବଣ ମଧ୍ୟ ହୁଅନ୍ତି ନାହିଁ। କାରଣ ଏହା ତାଙ୍କର ପେଶା ଆଉ ଦାୟିତ୍ୱ। ଏମିତି ଜଣେ ବ୍ୟକ୍ତି ଙ୍କ ବିଷୟରେ ଆମେ ଆପଣଙ୍କୁ ଆଜି କହିବାକୁ ଯାଉଛୁ। ଆପଣ ଜାଣିଛନ୍ତି କରନା ଭାଇରସ ର କରାଳ କାୟା ରେ ସାରା ବିଶ୍ଵ କବଳିତ ହୋଇଛି।

ସେ ତାର ଭୟାବହତା ଦେଖାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ନେଉଛି।ଆଉ ଏତିକି ବେଳେ ଲୋକେ ସାମାଜିକ ଦୂରତା ଭଳି ଅନେକ ନିରାପଦ ପଦକ୍ଷେପ ଗ୍ରହଣ କରି ବଞ୍ଚିବା ପାଇଁ ତ୍ରାହି ତ୍ରାହି ଡାକୁଥିଲା ବେଳେ ଏମିତି ଜଣେ ଡ଼ାକ୍ତର ଅଛନ୍ତି ଯିଏକି କରନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଶବକୁ ବ୍ୟବଚ୍ଛେଦ କରୁଛନ୍ତି।

କରନା ଭାଇରସ ର କରାଳ ଆଁ ତାଙ୍କୁ ଛୁଇଁ ପାରିନାହିଁ କି ଡରାଇ ମଧ୍ୟ ପାରି ନାହିଁ।ତେବେ କଣ ରହିଛି ଏହାର କାରଣ, ଏମିତି ସବୁ କରିବି କିପରି ଆରାମ ରେ ସୁସ୍ଥ ରହିଛନ୍ତି ଏହି ଡାକ୍ତର ଜଣଙ୍କ।ତେବେ ଏହି ଡାକ୍ତର ଜଣଙ୍କ ହେଉଛନ୍ତି କ୍ୟାପିଟାଲ ହସ୍ପିଟାଲର ସିନିୟର୍ ମେଡିକାଲ୍ ଅଫିସର୍। ତାଙ୍କର ନାମ ହେଉଛି ଲକ୍ଷ୍ମୀକାନ୍ତ ବେହେରା।

ଏବେ ସେ ପୋଷ୍ଟ ମୋର୍ତମ ଦାୟିତ୍ୱରେ ଅଛନ୍ତି।ସେ କହିଛନ୍ତି ଯେ ସେ ମଧ୍ୟ କରନା ରେ ଭୟଭୀତ ହୋଇଥିଲେ। ତାଙ୍କୁ ୪୦ ରୁ ଅଧିକ ବୟସ। ତାଙ୍କୁ ଡାଇବେଟିସ ମଧ୍ୟ ରହିଛି। ତେଣୁ ସେ ଡରିବା ସ୍ୱାଭାବିକ କଥା। କାରଣ ଅନେକ ଯୁବ ଡାକ୍ତର ମଧ୍ୟ କରନା ରେ ମୃତ୍ୟୁ ବରଣ କରିଛନ୍ତି।

ହେଲେ ତାଙ୍କୁ କାମ କରିବାକୁ ଥିବାରୁ ସେ କେବେ ଦାୟିତ୍ୱରୁ ଓହରି ଯାଇ ନାହାନ୍ତି।ସେ ସରକାରଙ୍କ ସମସ୍ତ ଗାଇଡ ଲାଇନ ପାଳନ କରି, ମାସ୍କ ପିନ୍ଧି, ସାମାଜିକ ଦୂରତା ବଜାୟ ରଖି ସବୁ କାମ କରିଛନ୍ତି। ତେବେ ଡାକ୍ତର ଲକ୍ଷ୍ମୀକାନ୍ତ ଙ୍କ କାମକୁ ହୁଏତ ସାଧାରଣ ଲୋକେ ଗୁରୁତ୍ଵ ନଦେଇ ପାରନ୍ତି ହେଲେ ଏହା କେତେ ମହତ୍ଵ ପୂର୍ଣ୍ଣ ସେକଥା ପୋଲିସ୍ ଠାରୁ ଆରମ୍ଭ କରି ଚିକିତ୍ସା ବିଜ୍ଞାନୀ ସମସ୍ତେ ଜାଣନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।