ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ( ୮ଟି ସଙ୍କେତ ) – Geeta Gyaan by Lord Krishna

ସୁଖ ଦୁଃଖ ନୀୟତିର ରୀତି।ସୁଖ ପରେ ଦୁଃଖ ଓ ଦୁଃଖ ପରେ ସୁଖ ସମୟ ଚକ୍ରର ଖେଳ ସବୁ ।ସମୟ ସବୁଠୁ ବଳବାନ୍ । ସମୟ ଚକରେ ରଜାବି କାଙ୍ଗାଳ ସଜିପରେ ଏବଂ ବଡ଼ ଦୀନ ଦୁଃଖୀ କୋଟିପତି ହେଇପାରେ ।ତେଣୁ ଜୀବନରେ କେଉଁ ସମୟରେ କଣ ହେବ ସେସବୁ ବିଧାତା ଙ୍କ ଖେଳ।ମହର୍ଷି ନାରଦ ଯେତେବେଳେ ଭଗବାନ ବିଷ୍ଣୁଙ୍କ ସମୀପକୁ ଏହି ପ୍ରଶ୍ନ ନେଇଗଲେ ଯେ ବ୍ୟକ୍ତି ବା ପ୍ରାଣୀ କିପରି ଜାଣିବା ତାହାର ଶୁଭ କିମ୍ବା ଖରାପ୍ ସମୟ ଆସୁଛି ।

ସେତେବେଳେ ଭଗବାନ ତାଙ୍କୁ କହିଥିଲେ ଯେ ବ୍ୟକ୍ତିଙ୍କୁ ତାଙ୍କ ସମୟ ସମ୍ପର୍କରେ ଜଣାଇବାକୁ ମୁଁ ପଶୁ ପକ୍ଷୀ ଆଦି ଯିବା ,ମୋର ଭକ୍ତ ତଥା ଅନ୍ୟାନ୍ୟ ପରିସ୍ଥିତି ମାଧ୍ୟମରେ ଚେଷ୍ଟା କରିଥାଏ ।ଯଦି ପ୍ରାଣୀ ସେସବୁକୁ ଠିକ୍ ସେ ଅନୁମାନ କରିପାରିବ ତେବେ ସେ ଜାଣି ପାରିବ ସେ ସଂକେତ ସବୁକୁ ।ଆସନ୍ତୁ ଜାଣିବା ଭଗବାନଙ୍କ ସେ ସଂକେତ ସବୁ କଣ ?

1. ଯଦି ଗାଈ ଆପଣଙ୍କ ଘରକୁ ବାର ବାର ଆସେ,ମାଙ୍କଡ ଆପଣଙ୍କ ଘରୁ କିଛି ଖାଇବା ନେଇଯାଏ ,କୌଣସି ପକ୍ଷୀ ଆପଣଙ୍କ ଘରେ ବସା କରେ,ବିଲେଇ ଯଦି ଆପଣଙ୍କ ଘରେ ଛୁଆ ଜନ୍ମ କରେ ତେବେ ଜାଣିବେ ଯେ ଆପଣଙ୍କ ସମୟ ପରିବର୍ତ୍ତନ ହେବାକୁ ଯାଉଛି ।ଆପଣ ଭଲ ପଦବୀରେ ଅତିଶୀଘ୍ର ଉପନୀତ ହେବେ ।

2. ଶିଶୁ ହେଉଛନ୍ତି ଭଗବାନଙ୍କ ଅନ୍ୟରୂପ।ଯଦି କୌଣସି ଶିଶୁ ବାରମ୍ବାର ତମ ଆଡ଼କୁ ଅନାଇ ହସୁଛି ତେବେ ଜାଣିବେ ଯେ ଆପଣ ଙ୍କ ଭଲ ସମୟ କିଛି ସମୟ ଭିତରେ ଆସିଯିବ ।

3. ଅତିଥି ଦେବୋ ଭବ ।ଯଦି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସୁଛନ୍ତି ତେବେ ଜାଣିବେ ସ୍ଵୟଂ ଲକ୍ଷ୍ମୀନାରାୟଣ ଆପଣଙ୍କ ଘରକୁ ଆସିଛନ୍ତି ।ଆଉ ବହୁତ୍ ଜଲଦି ଆପଣଙ୍କ ଘରକୁ ସୁନା ଟଙ୍କା ଆସିଯିବ ।

4. ଆମ ମନରେ ସ୍ଵୟଂ ଭଗବାନ୍ ବାସ କରନ୍ତି ।ତେଣୁ ଯଦି ଆପଣଙ୍କ ମନ ବିନା କାରଣରେ ପ୍ରସନ୍ନ ରହେ ,ଆପଣଙ୍କୁ ବିନା କାରଣରେ ଖୁସି ଅନୁଭୂତ ହୁଏ ତେବେ ଜାଣିବେ ଆପଣଙ୍କ ଭଲ ସମୟ ଆସିଯାଇଛି ।ବହୁତ୍ କମ୍ ସମୟ ମଧ୍ୟରେ ଆପଣଙ୍କୁ ଖୁସି ଖବର ମିଳିବ ।

5. ଯଦି ପୁରୁଷ ମାନଙ୍କ ଡାହାଣ ଏବଂ ଆଉ ନାରୀମାନଙ୍କ ବାମ ଅଙ୍ଗ ଯଦି ହଠାତ୍ ଦେଇଁବାକୁ ଲାଗେ ତେବେ ଜାଣିବେ ନିଶ୍ଚିତ ରୂପେ ଲୋକେ ଆପଣଙ୍କୁ ଭଲ କହିଥିବେ ,ପ୍ରଶଂସା କରୁଥିବେ କିମ୍ବା ଆପଣଙ୍କ ଭଲ ସମୟ ଆସିବାକୁ ଯାଉଛି ।

6. ଆମ୍ଭମାନଙ୍କ ଆଖି ବ୍ରହ୍ମ ମୁହୂର୍ତ୍ତରେ ଖୋଲିଯାଏ ଆଉ ସେଥିରେ ଈଶ୍ବରଙ୍କ ସ୍ମରଣ ହୁଏ ତେବେ ତାହା ବହୁତ୍ ଭଲ।

7. ଆପଣଙ୍କୁ ଯଦି କିଏ କୌଣସି ଦିଗକୁ ଟାଣି ନେଲା ଭଳି ଲାଗୁଚି ତେବେ ଜନିନିଆନ୍ତୁ ଯେ ଈଶ୍ୱର ଆପଣଙ୍କ ସମର୍ଥନରେ ଅଛନ୍ତି ।ଆପଣଙ୍କ ସହ ରହି ଆପଣଙ୍କ ମଙ୍ଗଳ କରୁଛନ୍ତି ।

8. ଯଦି ଆପଣ କୌଣସି କାମରେ ଯାଉଛନ୍ତି ଏବଂ ଯିବl ସମୟରେ ଗାଈ କୁ ଦେଖୁଛନ୍ତି ତେବେ ଜାଣନ୍ତୁ ଆପଣଙ୍କୁ ଯିବାର ଉଦେଶ୍ୟ ପୂରଣ ହେବ l

ଏହିପରି ଲକ୍ଷଣ ସବୁ ଆପଣଙ୍କ ଠାରେ ଦେଖାଗଲେ ଜାଣିବେ ଯେ ଆପଣଙ୍କ ଶୁଭ ସମୟ ଆସିଲାଣି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।