ବଡ ଘୋଷଣା ! ଦିବ୍ୟଙ୍ଗ ମାନଙ୍କୁ ବାହା ହେଲେ ମିଳିବ ୨,୫୦,୦୦୦ ଟଙ୍କା, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ଦିବ୍ୟଙ୍ଗ ମାନଙ୍କୁ ବାହା ହେଲେ ମିଳିବ ପ୍ରୋତ୍ସାହନ ରାଶି। ଦିବ୍ୟାଙ୍ଗ କୁ ଜୀବନ ସାଥି କଲେ ରାଜ୍ୟ ସରକାର ଦେବେ ପ୍ରୋତ୍ସାହନ ରାଶି ବାବଦ କୁ ଅଢେଇ ଲକ୍ଷ ଟଙ୍କା। ଏହି ଅର୍ଥ ରାଶି କିପରି ମିଳିବ କେମିତି ସରକାର ଦେବେ ଏହି ଟଙ୍କା ଆସନ୍ତୁ ଜାଣିବା ; ଦିବ୍ୟାଙ୍ଗ କୁ ଜୀବନ ସାଥି କଲେ ରାଜ୍ୟ ସରକାର ଦେବେ ପ୍ରୋତ୍ସାହନ ରାଶି ବାବଦ କୁ ଅଢେଇ ଲକ୍ଷ ଟଙ୍କା । ଦିବ୍ୟାଙ୍ଗ ପୁରୁଷ କିମ୍ବା ମହିଳା ଙ୍କ ବିବାହ କରି ହାତ ଧରିଲେ ସରକାର ଦେବେ ଅଢେଇ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ବାବଦ କୁ ।

ସୂଚନା ଅନୁସାରେ ଦିବ୍ୟାଙ୍ଗ ଙ୍କୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରି ସେମାନଙ୍କୁ ସମ୍ମାନ ଦେବା ପାଇଁ ପ୍ରୋତ୍ସାହନ ଦେବା ପାଇଁ ଜାତୀୟ ଭିନ୍ନକ୍ଷମ ପଲିସି ଓ ଜାତିସଂଘ ର ନାମା ସର୍ତ୍ତାବଳୀ କୁ କାର୍ଯ୍ୟକାରୀ କରାଇବା ପାଇଁ ରାଜ୍ୟ ସରକାର ଏଭଳି ଏକ ନିଷ୍ପତି ନେଇଛନ୍ତି ।

ଆଉ ଏହା ପୂର୍ବରୁ ସମାଜ ରୁ ଜାତି ପ୍ରଥା ଦୁର କରିବା ନିମନ୍ତେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗ ର ବ୍ୟକ୍ତି ଙ୍କୁ ଅନ୍ୟ ଜାତିର ଲୋକ ବିବାହ କଲେ ବିଭାଗ ପକ୍ଷରୁ ଅଢେଇ ଲକ୍ଷ ଟଙ୍କା ପ୍ରୋତ୍ସାନ ରାଶି ଯୋଗାଇ ଦିଆ ଯାଉ ଥିବାରୁ ସମାନ ପରିମାଣ ର ପ୍ରୋତ୍ସାନ ରାଶି ଦେବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପ୍ରସ୍ତାବ ଦେଇ ଥିଲା ଯାହାକୁ ଯୋଜନା ଓ ସଂଯୋଜନା ବିଭାଗ ଅନୁମୋଦନ କରିଥିବା ବେଳେ ଅର୍ଥ ବିଭାଗ ମଧ୍ୟ ଏହାକୁ ମଞ୍ଜୁରୀ ପ୍ରଦାନ କରିଛି।

ତେବେ ଦିବ୍ୟାଙ୍ଗ ଓ ଭିନ୍ନକ୍ଷମ କୁ ବିବାହ କଲେ ପୂର୍ବରୁ ପ୍ରୋତ୍ସାହନ ରାଶି ବାବଦ କୁ ୫୦ ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯିବା ର ପ୍ରସ୍ତାବ ଥିଲା। ତେବେ ବର୍ତ୍ତମାନ ଏହି ପ୍ରସ୍ତାବ ରେ ଥିବା ପ୍ରୋତ୍ସାହନ ରାଶି କୁ ୫୦ ହଜାର ରୁ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ଅଛି ।ତେବେ ଏହି ବର୍ଦ୍ଧିତ ରାଶି ଟି ଆସନ୍ତା ଏପ୍ରିଲ ପହିଲା ରୁ ମିଳିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ନିଷ୍ପତି ଅନୁଯାୟୀ ସଠିକ୍ ଯାଞ୍ଚ୍ ପରେ ନବ ବିବାହିତ ଦମ୍ପଦୀ କୁ ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ । ତେବେ ପୁରସ୍କାର ପାଇବା ପାଇଁ ବର କନିଆଁ ବିବାହ ସମୟ ରେ ଉଭୟ ଯଥାକ୍ରମେ ୨୧ ଓ ୧୮ ବର୍ଷ ପୂରଣ କରିଥିବା ଆବଶ୍ୟକ । ଆଉ ନିଶ୍ଚିତ ଭାବରେ ଏହି ଯୋଜନା ଅନୁସାରେ ପତି ପତ୍ନୀ ପ୍ରୋତ୍ସାହନ ରାଶି ପାଇ ନଥିବେ । ଏହି ଦମ୍ପଦି ଙ୍କୁ ସେମାନଙ୍କ ବିବାହ ପଞ୍ଜିକରଣ ସହିତ ଆବେଦନ କରିବା ପାଇଁ ପଡ଼ିବ ।

ଏହା ସହିତ ପ୍ରୋତ୍ସାହନ ରାଶି ଦମ୍ପଦି ଙ୍କ ମିଳିତ ଆକାଉଣ୍ଟ୍ ରେ ସ୍ଥିର ରହିବ ଓ ତିନି ବର୍ଷ ପରେ ମିଳିତ ଦସ୍ତଖତ ରେ ସେମାନେ ଏହି ରାଶି ପ୍ରତ୍ୟାହାର କରି ପାରିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।