Acharya Ramakrushana – ତମ୍ବା ପାତ୍ରରେ ପାଣି ପିଉଥିବା ବ୍ୟକ୍ତିଙ୍କୁ ହୁଏ ନାହିଁ ଏହି ସବୁ ରୋଗ ଜାଣି ରଖନ୍ତୁ

ସଂପ୍ରତି ମନୁଷ୍ୟ ବିଜ୍ଞାନ ବଳରେ ସଂସ୍କୃତି ର ଚରମ ସୀମାରେ ପହଞ୍ଚିପାରିଛି ।ଆମେ ଯେତେ ଆଧୁନିକ ହେଲେ ବି ଆମ ସଂସ୍କୃତି,ପରମ୍ପରା,ଆମ ଜୋତିଷ ଶାସ୍ତ୍ର,ଆମ ବେଦ ସହ ମାନବ ଜୀବନ ଓତଃପ୍ରୋତ ଭାବେ ଜଡ଼ିତ ।ଆମ ବେଦ ଓ ଉପନିଷଦ ଆମକୁ ଅନ୍ୟ ଧର୍ମଠାରୁ ଅଲଗା ଓ ସ୍ଵତନ୍ତ୍ର କରି ଏକ ଅନନ୍ୟ ପରିଚୟ ବିଶ୍ୱରେ ଦେଇଛି ।ଯେତେବି ଧର୍ମ ଏହି ଦୁନିଆରେ ରହିଛି, ସେହି ସବୁ ଧର୍ମ ମାନଙ୍କ ମଧ୍ୟରୁ ହିନ୍ଦୁ ଧର୍ମ କୁ ବହୁତ ପବିତ୍ର ଏବଂ ଶ୍ରେଷ୍ଠ ଧର୍ମ ବୋଲି ମନା ଯାଇଥାଏ।

ହିନ୍ଦୁ ଧର୍ମ ବି ସବୁ ଧର୍ମ ଠାରୁ ପୁରା ଅଲଗା । ତେବେ ଆମ ହିନ୍ଦୁ ଧର୍ମ ରେ ଅନେକ ନିୟମ ସବୁ ରହିଛି, ଯେଉଁ ସବୁ ନିୟମ ଆମ ନିତିଦିନ ର ଜୀବନଶୈଳୀ ସହ ଯୋଡିତ ରହିଛି।

ପୁରାତନ ସମୟରେ ଲୋକେ ଏହି ଷ୍ଟିଲ୍, କାଚ ଆଦି ମାନଙ୍କ ରେ ଖାଦ୍ୟ ଖାଉନଥିଲେ, ବେଶୀ କରି ସେମାନେ କଂସା, ଏବଂ ତମ୍ବା ଆଦି ଧାତୁ ରେ ତିଆରି ଜିନିଷ ମାନଙ୍କ ରେ ଖାଦ୍ୟ ଖାଉଥିଲେ। ଆମେ ମାନେ ଦେଖିଥିବା ଏବେବି ଅନେକ ଙ୍କ ଘରେ ତମ୍ବା ପାତ୍ର ରେ ଖାଦ୍ୟ ଖାଆନ୍ତି, ପାଣି ରଖବା, ପିଇବା ଆଦି କାର୍ଯ୍ୟ ମଧ୍ୟ କରନ୍ତି।

ଏହି ତମ୍ବା ରେ ଅନେକ ପ୍ରକାର ର ଆୟୁର୍ବେଦ ଗୁଣ ମଧ୍ୟ ରହିଛି, ଆୟୁର୍ବେଦ ରେ ଏକ ବିଶ୍ୱାସ ରହିଛି କି ତମ୍ବା ପାତ୍ର ରେ ଜଳ ରଖିଲେ ତାହା ତିନୋଟି ଦୋଷ କୁ ସନ୍ତୁଳିତ କରେ, ଯଥା ବାତ, କଫ ଏବଂ ପିତ୍ତ।ଏହାଛଡା ପେଟ ଥଣ୍ଡା ରହେ ।ହଜମ ଶକ୍ତି ବଢେ।ଭୋକ ଲାଗେ। ଗ୍ୟାଷ୍ଟ୍ରିକ୍ ଭଳି ସମସ୍ୟା ଦୂରରେ ରହେ ।

ଏହା ଆମ ଶରୀର ରେ ହୃଦୟକୁ ସୁସ୍ଥ ରଖିବା ସହ ରକ୍ତଚାପ କୁ ନିୟନ୍ତ୍ରଣ କରି ଖରାପ କୋଲେଷ୍ଟ୍ରଲ୍ କୁ ନିୟନ୍ତ୍ରଣ କରାଥାଏ। ଏହାର ବ୍ୟବହାର ଆମ ସ୍ମୃତି ଶକ୍ତି କୁ ମଜବୁତ୍ କରିବା ସହ ମନକୁ ତୀକ୍ଷ୍ଣ କରିଥାଏ। ତମ୍ବାରେ ଏପରି ଔଷଧୀୟ ଗୁଣ ରହିଛି, ଯାହା ଆମ ପେଟରେ ଥିବା କିଛି ଖରାପ ବ୍ୟାକ୍ଟେରିଆ କୁ ମାରିଥାଏ, ଯେଉଁ ବ୍ୟାକ୍ଟେରିଆ ଗୁଡିକ ଆମ ଶରୀର ରେ ପେଟକୁ ନଷ୍ଟ କରିଦେଇଥାଆନ୍ତି ଏବଂ ଅଲସର୍ ଓ ଇନଫ୍ୟୁଜନ୍ ଆଦି ରୋଗ ସୃଷ୍ଟି କରି

ଏହା ଆମ ପେଟର ଯକୃତ ଏବଂ କିଡନୀକୁ ସୁରକ୍ଷା ଦେଇଥାଏ। ଏହି ତମ୍ବାରେ ଥିବା ଆଣ୍ଟି, ଇନଫ୍ଲାମେଟୋରୀ ଗୁଣ ଶରୀର ର ଗୋଡ ହାତ, ପିଠି ଆଦି ଯନ୍ତ୍ରଣା କୁ ଦୂର କରିଥାଏ। ଏହା ତ୍ୱଚାକୁ ଅତି ବାଇଗଣି ରଶ୍ମି ରୁ ରକ୍ଷା କରିବା ପାଇଁ ମେଲୋନିନ୍ ଉତ୍ପାଦନରେ ତମ୍ବା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଶରୀର ରୁ ଖରାପ ଚର୍ବି ବାହାର କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।