ହେ ପ୍ରଭୁ ! ମନ୍ଦିର ଖୋଲିବା ପରେ ଶୁଭ ସଂଙ୍କେତ, ପଞ୍ଚଲିଙ୍ଗେଶ୍ବରରୁ ଉଦ୍ଧାର ହେଲା ଏହି ବିରଳ ପକ୍ଷୀ ! ମନରେ ଭକ୍ତିଥିଲେ ଲେଖନ୍ତୁ ଓଁ ନମଃ ଶିବାୟ…

ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ।କେତେବେଳେ ଜୀବ ଜନ୍ତୁ ମାନଙ୍କ ବିଷୟରେ ତ ପୁଣି କେତେବେଳେ ପଶୁ ପକ୍ଷୀ ଙ୍କ ବିଷୟରେ।ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।କିନ୍ତୁ ଏହି ଘଟଣା କୁ ଭୁଲ ରେ ବି ମିଥ୍ୟା ବୋଲି ଭାବିବେ ନାହିଁ,ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା।ଏବେ ସୋସିଆଲ ମିଡ଼ିଆ ରେ ଏମିତି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ କଣ ସେହି ଫଟୋ ଟି ଆସନ୍ତୁ ଜାଣିବା ;

ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ମନ୍ଦିର ମାନଙ୍କୁ ଖୋଲିବାର ଅନୁମତି ମିଳିଛି।ତେବେ ହିନ୍ଦୁ ଧର୍ମ ରେ ଦେବୀ ଦେବତା କୁ ବହୁତ୍ ମାନ୍ୟତା ଦିଆଯାଏ। ଏମିତି ମନାଯାଇ ଥାଏ ଯେ ସବୁ ଦେବୀ ଦେବତା ଙ୍କ ର ଅଲୌକିକ ଶକ୍ତି ରହିଛି ଓ ଅନେକ ଲୋକ ଏହାକୁ ବିଶ୍ୱାସ ମଧ୍ୟ କରି ଥାଆନ୍ତି । ତେବେ ଲୋକ ମାନେ ଭଗବାନ ଙ୍କୁ ଖୁବ୍ ଭକ୍ତି କରି ଥାଆନ୍ତି ।

ତେବେ ଆମ ରାଜ୍ୟ ରେ ଅନେକ ମନ୍ଦିର ବିଭିନ୍ନ ମନ୍ଦିର ବିଭିନ୍ନ ସ୍ଥାନ ରେ ପ୍ରତିଷ୍ଠା ହୋଇ ଥିବାର ଦେଖା ଯାଏ । ଆଉ ସେହି ମନ୍ଦିର ପଛରେ ଏକ ରୋଚକ କାହାଣୀ ଲୁଚି ରହିଥାଏ। ତେବେ ପୁରାତନ କାଳ ରୁ ସବୁ ଦେବୀ ଦେବତା ମାନଙ୍କ ର ଏକ ବାହାନ ଦେଖିବାକୁ ମିଳିଥାଏ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଓଡିଶା ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ମନ୍ଦିର ବିଷୟରେ ।ତେବେ ଏହି ମନ୍ଦିର ଟି ବାଲେଶ୍ବର ଜିଲ୍ଲା ର ନିଳଗିରି ରେ ଅବସ୍ଥିତ । ଏହା ଏକ ପ୍ରସିଧ ଶୈବ ପୀଠ ଅଟେ।

ତେବେ ଲକ୍ ଡାଉନ୍ ପରେ ସମସ୍ତ ମନ୍ଦିର ସହିତ ପଞ୍ଚଲିଙ୍ଗେଶ୍ଵର ମନ୍ଦିର ମଧ୍ୟ ଖୋଲିଛି । ଆଉ ଏହି ମନ୍ଦିର ଖୋଲୁ ଖୋଲୁ ଭଗବାନ ଙ୍କ ର ବିଚିତ୍ର ଲୀଳା ଏହି ମନ୍ଦୀର ରେ ଦେଖିବାକୁ ମିଳିଛି । ବାଲେଶ୍ବର ଜିଲ୍ଲା ନୀଳଗିରି ପ୍ରସିଦ୍ଧ ଶୈବ ପୀଠ ପଞ୍ଚଲିଙ୍ଗେଶ୍ବର ଅଞ୍ଚଳ ରୁ ଏକ ବିରଳ ବିରାଟ କାୟ ପେଚା ଉଦ୍ଧାର କରା ଯାଇଛି । ତେବେ ଏହି ପେଚା ର ନାମ ବ୍ରାଉନ୍ ଉଡ୍ ଆଉଲ୍ । ଆଉ ଏହି ପେଚା ଟି ହିମାଳୟ ଅଞ୍ଚଳ ରେ ଦେଖା ଯାଇ ଥାଆନ୍ତି।

ତେବେ ସୂଚନା ଯୋଗ୍ୟ ଯେ ପେଚା ଟି ଅଶୋକାନାଳ ଅଞ୍ଚଳ ରୁ ଜଣେ ବ୍ୟକ୍ତି ଜାଲ ବିଛାଇ ଧରି ରଖି ଥିଲେ ।ତେବେ ଏହି ପକ୍ଷୀ ଟି ଖୁବ୍ ବିରଳ ତେଣୁ ଏହାକୁ ବାହାର କୁ ଚାଲାଣ କରିବା ଶୁଣି ପଞ୍ଚଲିଙ୍ଗେଶ୍ବର ଅଞ୍ଚଳ ର ଜଣେ ପକ୍ଷୀ ବିଶେଷଜ୍ଞ ତଥା ଟୁରିଷ୍ଟ ଗାଇଡ୍ ମନୋରଞ୍ଜନ ଦାଶ ଏହାକୁ 500 ଟଙ୍କା ଦେଇ କିଣି ଆସି ଥିଲେ। ତେବେ ସେ ପେଚା କୁ କିଛି ଦିନ ଘରେ ରଖି ଏହାର ଚିକିତ୍ସା କରୁଥିଲେ ଓ ପକ୍ଷୀ ଟି ସୁସ୍ଥ ହେବା ପରେ ତାକୁ ପଞ୍ଚଲିଙ୍ଗେଶ୍ବର ପାହାଡ ରେ ଛାଡି ଦେଇଛନ୍ତି ।

ଏହି ପକ୍ଷୀ କୁ ଦେଖିବା ପାଇଁ ପର୍ଯ୍ୟଟକ ମାନଙ୍କ ଭିଡ ଜମିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।