ହେ ଭଗବାନ ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ! ଷଡ଼ଯନ୍ତ୍ରକୁ ନେଇ ଆସିଲା ଚିଠି, ସୁରକ୍ଷା ହେଲା କଡାକଡି…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବା ପାଇଁ ଚକ୍ରାନ୍ତ, କରାଯାଉଛି। ତେବେ ଏନେଇ ନବୀନ ନିବାସଙ୍କ ଠିକଣାରେ ଏକ ବେନାମୀ ଚିଠି ଆସିଥିଲା। ଚିଠିରେ ଲେଖା ହୋଇଥିଲା ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବା ପାଇଁ ଷକ୍ଷଯନ୍ତ୍ର କରାଯାଉଛି ଆପଣ ଟିକିଏ ସାବଧାନ ହୋଇଯାଅନ୍ତୁ। ଚିଠି ପାଇବା ପରେ ରାଜ୍ୟ ପ୍ରଶାସନ ସଜାଗ ହୋଇଉଠିଛି। ତେବେ ଚିଠିଟି ପ୍ରକୃତରେ କିଏ ଲେଖିଛି, କେଉଁ ଠାରୁ ଆସିଛି ଏଥିରେ କେତେ ସତ୍ୟତା ଅଛି, ତାର ତଦନ୍ତ ଜାରିରହିଛି।

ତେବେ କିଛି ପେଷାଦାର ଅପରାଧୀଙ୍କୁ ସୁପରି ଦିଆହୋଇଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ସେହି ହାତ ଲେଖା ଚିଠିରେ ଉଲ୍ଲେଖ ଆଛି। ଏହି ପେଷାଦାର ଅପରାଧିଙ୍କ ପାଖରେ ଏକେ ୪୭ ଏବଂ ସେମିଅଟୋମେଟିକ ବନ୍ଧୁକ ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଥିବାର ଦର୍ଶାଯାଇଛି।

ଅଲଗା ଅଲଗା ରାଜ୍ୟରେ ରେଜିଷ୍ଟ୍ରେସନ୍ ହୋଇଥିବା ଗାଡି ସେମାନେ ବ୍ୟବହାର କରୁଛନ୍ତି। ଚିଠିରେ ୧୭ ଟି ଗାଡିର ନମ୍ବର ଉଲ୍ଲେଖ ରହିଛି। ଏହା ବ୍ୟତୀତ ଅପରାଧି ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ପଛରେ ରହୁଛନ୍ତି।

ନବୀନ ନିବାସକୁ ଚିଠି ମିଳିବା ପରେ ସତର୍କ ରହିବାକୁ ଗୃହ ବିଭାଗ ପକ୍ଷରୁ ଚେତାବନୀ ଜାରି କରିଛନ୍ତି। ସେପଟେ ପୋଲିସ ଡିଜିି, ଆଇଜି, ଗୁଇନ୍ଦା ନିର୍ଦ୍ଦେଶକ ଓ କମିସନରେଟ ପୋଲିସକୁ ଏ ନେଇ ସତର୍କ ରହିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ପାଇଁ ନିର୍ଦେଶଥିଲେ। ନବୀନ ନିବାସ ଏବଂ ଲୋକସେବା ଭବନର ସୁରକ୍ଷା କଡାକଡ଼ି କରିବା କଥା କହିଛନ୍ତି।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଜାଗାକୁ ଗାଡ଼ିରେ ରାସ୍ତାରେ ଯାଉଛନ୍ତି ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି। ବେନାମୀ ଚିଠିକୁ ନେଇ ଶାସକ ଦଳ ତତ୍ପରତା ପ୍ରକାଶ କରିଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ ସତର୍କତା ଅବଲମ୍ବନ କରିବା ପାଇଁ ପୋଲିସ ବିଭାଗକୁ ନିର୍ଦେଶ ଦେଇଥିଲେ। ବର୍ତ୍ତମାନ ଚିଠିଟି ବିଷୟରେ ଖୋଳତାଳ ଆରମ୍ବ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।