ଅନ୍ଧ ସିନା ଦାନ ତା ମହାନ ! ଭିକ୍ଷା ବୃତ୍ତି କରି ମନ୍ଦିର ଗଢ଼ିଲେ ଅନ୍ଧ ଭିକାରୀ । ବୁଢା ବାପା ପାଇଁ ହୃଦୟରୁ ଗୋଟିଏ ସେୟାର କରନ୍ତୁ…

ପ୍ରତି ମଣିଷର ଏକ କାହାଣୀ ଥାଏ ଆଉ ସେ କାହାଣୀ ଗପ ନୁହଁ ବସ୍ତାଵ। ଆଜି ଆମେ ଏମିତି ଏକ ବସ୍ତାଵ କାହାଣୀ ବିଷୟରେ କହିବୁ ଯାହା ଜାଣିଲା ପରେ ଆପଣଙ୍କ ମନରୁ ଅହଂକାର ଦୂର ହୋଇଯିବ। ଆପଣ ସେ ବ୍ୟକ୍ତିଙ୍କ ପାଖରେ ନିଜକୁ ଛୋଟ ମନେ କରିବେ। ନିଜର ଘର ନାହିଁ କିନ୍ତୁ ମନ ମଧ୍ୟରେ ଅନେକ ଆଶା ମନ୍ଦିର ନିର୍ମାଣ କରିବା ପାଇଁ। ଏମିତି ଏକ ମର୍ମସ୍ପର୍ଶୀ ଘଟଣା ଯାହା ଶୁଣିଲା ପରେ ଆଖିରେ ଲୁହ ନିଶ୍ଚିତ ଆସିବ।

ଖୋର୍ଦ୍ଧା ବାଘମାରୀର ପ୍ରସିଦ୍ଧ ହଟକେଶର ମନ୍ଦିର ନିକଟରେ ଜଣେ ବୟସ୍କ ଲୋକ ଏବଂ ନାମଟି ତାଙ୍କର ରଘୁ ରାଉତ। ସେ ଭିକ୍ଷାବୃତି କରି ନିଜର ପେଟ ପୋଷନ୍ତି। ଭଗବାନ ଏତିକି ଦୁଃଖ ଦେଇନାହାନ୍ତି ତା ସହିତ ଆଖିର ଜ୍ୟୋତି ବି ହଜାଇ ଦେଇଛନ୍ତି, ଅର୍ଥାତ ରଘୁ ଦେଖି ପାରନ୍ତି ନାହିଁ ।

ହେଲେ ଏହାପରେ ବି ସେ ଯେଉଁ ମହାନ କାମ କରିଛନ୍ତି, ସେଥିପାଇଁ ତାଙ୍କ ଗୁଣ ଗାଉଛି ସାରା ଆଞ୍ଚଳ। ୧ଶହ କି ୨ଶହ ନୁହେଁ ପୁରା ୧ଲକ୍ଷ ଟଙ୍କା ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି। ବିଶ୍ୱାସ ହେଉନଥିବ ନିଶ୍ଚିତ କାରଣ ଜଣେ ଭିକାରୀ ପାଖରୁ ଏତେ ଟଙ୍କା ଆସିବ କେଉଁଠୁ ବିଶ୍ୱାସ ହେଉନଥିଲେ ମଧ୍ୟ ଘଟଣାଟି ସତ। ନିଜ ଜୀବନ ଜାକର ପୁଞ୍ଜିକୁ ସେ ଦାନ କରିଛନ୍ତି ହଟକେଶର ମନ୍ଦିର ନିକଟରେ ଏକ ଶନି ମନ୍ଦିର ନିର୍ମାଣ କରିବା ତାଙ୍କ ସ୍ୱପ୍ନ ଥିଲା, ଯାହାକି ତାଙ୍କରି ଦାନାରେ ଏବେ ଶନି ମନ୍ଦିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ରଘୁ ରାଉତ ଦିନେ ମନ୍ଦିର ପୂଜାରୀକୁ ଡାକି ସେ ହଟକେଶର ମନ୍ଦିର ନିକଟରେ ଏକ ଶନି ମନ୍ଦିର ନିର୍ମାଣ କରିବେ ବୋଲି କହିଥିଲେ ଏବଂ ଯାହା ଟଙ୍କା ଖର୍ଚ୍ଚ ହେବ ନିଜର ଭିକ୍ଷା ବୃତ୍ତିରୁ ଦେବେ ବୋଲି କହିଥିଲେ। ଏହା କହି ମନ୍ଦିର ଟ୍ରଷ୍ଟିକୁ ପ୍ରଥମେ ୫୦ହଜାର ପରେ ଆଉ ୫୦ହଜାର ଦାନ କରିଥିଲେ। ତେବେ ମନ୍ଦିର ପୂଜାରୀଙ୍କ କହିବା କହିବା ଅନୁସାରେ ରଘୁ ରାଉତ ନିଜର ଦୈବୀ ଶକ୍ତି ଦ୍ୱାରା ସେ ଲୋକଙ୍କ ହାତ ଦେଖି ଆଗତ ଭବିଷ୍ୟତ କଥା କହିନ୍ତି।

ଗଂଜାମ ଜିଲ୍ଲାର ରଘୁଙ୍କ ଘର ଜନ୍ମରୁ ଆନ୍ଧ ଥିବାରୁ ପିଲାବେଳେ ପରିବାର ଲୋକ ହାତରେ ଗୋଟେ କଦଳୀ ଧରେଇ ଦେଇ କଟକରେ ଛାଡି ଚାଲିଯାଇଥିଲେ। ସେଠାକାର ଜଣେ ଲୋକ ତାଙ୍କ ସନ୍ତାନ ନଥିବାରୁ ରଘୁଙ୍କୁ ଘରକୁ ନେଇଯାଇଥିଲେ। ସନ୍ତାନ ହେବା ପରେ ପୁଣି ତାଙ୍କୁ ପରୋ କରି ଦେଇଥିଲେ। ତେଣୁ ୧୦ବର୍ଷ ବୟସରୁ ସେ ବାଘମାରୀ ଆଞ୍ଚଳରେ ରହିଆସୁଛନ୍ତି।

ମନ୍ଦିର ନିକଟରେ ଘର ହେଉଛି ତାଙ୍କ ବାସ୍ଥଳୀ ଏବଂ ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରନ୍ତି। ପେଟରୁ କାଟି ପଇସା ସଂଚୟ କରନ୍ତି ଏହି ମନ୍ଦିର ନିର୍ମାଣ ପାଇଁ। ସେ କହିଛନ୍ତି ମନ୍ଦିର ସଂପୂର୍ଣ୍ଣ ହେବା ଯାଏ, ଯାହା ଆର୍ଥ ଖର୍ଚ ହେବ ମାଗିଯାଚି ସବୁଦେବେ। ସତରେ ଏମିତି ହୃଦୟର ଲୋକଙ୍କୁ କଣ ଭିକାରୀ କୁହାଯାଇ ପରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।