ସୀମା ଲଙ୍ଘିଲା ଓଡିଶା ପୋଲିସ : ବୃଦ୍ଧା ଚା’ ଦୋକାନୀଙ୍କ ଦେହରେ ତତଲା ଚା’ ଫିଙ୍ଗିଲେ ମଦ୍ୟପ ପୁଲିସ କର୍ମଚାରୀ, କିଭଳି ଦଣ୍ଡ ଦେବା ଦରକାର ଏହି ପୁଲିସ ବାବୁ ଙ୍କୁ କମେଣ୍ଟ କରନ୍ତୁ….

ବେଳେବେଳେ ବର୍ବରତା ଓ ନିଷ୍ଠୁରତା ର ସବୁ ସୀମା ଟପି ଯାଏ ମଣିଷ।ତାର ହିତାହିତ ଜ୍ଞାନ ଭୁଲି ସେ କଣ କରେ ତାହା ନିଜକୁ ବି ଜଣା ନଥାଏ। ସେଥିପାଇଁ କୁହାଯାଏ ବୟସ ବୃଦ୍ଧି ହେବା ସାଙ୍ଗକୁ ସେହି ଅନୁସାରେ ତାର ମାନସିକ ସ୍ତରରେ ବୃଦ୍ଧି ଏବଂ ବିକାଶ ହେବା ବିଧେୟ ଅଟେ। ଯେଉଁ କାରଣରୁ ଅନ୍ୟକୁ ସମ୍ମାନ ଦେବା, ଧର୍ଯ୍ୟର ସହ ଅନ୍ୟର କଥାକୁ ଶୁଣିବା, ନିଜର କ୍ରୋଧ କୁ ନିୟନ୍ତ୍ରଣ ଭିତରେ ରଖିବା,ଏକ ଉତ୍ତମ ବୁଝାମଣା କୁ ନିଜ ଭିତରେ ଜାଗ୍ରତ କରିବା ଆଦି ଅନ୍ତର୍ନିହିତ ଗୁଣ ନିଜ ଭିତରେ ରହିଥିବା ଆବଶ୍ୟକ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ଆଜିର ସମାଜରେ।

ଆଉ ଏଭଳି କାମ ଶିକ୍ଷିତ ଲୋକ ପାଖରେ ଆଦୌ ଗ୍ରହଣୀୟ ନୁହେଁ। କାରଣ ସେମାନେ ଜ୍ଞାନ ଆହୋରଣ କରି ଏକ ସ୍ବତନ୍ତ୍ର ପଦବୀ ହାସଲ କରି ସମାଜରେ ଦୃଢତାର ସହିତ ନିଜକୁ ସଭ୍ୟ ଶିକ୍ଷିତ ଭାବରେ ଦିଡିମ୍ବ ପିଟିଥାନ୍ତି।ଏହା ଦେଖା ଯାଉଛି କି ଆଜିକାଲି ଗୁରୁଜନ ଙ୍କ ପ୍ରତି ସମ୍ମାନ ସେତିକି ମାତ୍ରା ରେ ରହୁନାହିଁ ବା କ୍ଵଚିତ ରହୁଛି ଯେତିକି ରହିବା କଥା।ଆଜି ଆମେ କହୁଚୁ ଜଣେ ପୋଲିସ୍ ବାବୁ ଙ୍କ କଥା। ଯିଏକି ବର୍ବରତା ର ସବୁ ସୀମା ଲଂଘୀ ଯାଇଛନ୍ତି। ରୋବାବ ଦେଖେଇଲା ଖାଖି ଗର୍ଦି। ଚାହା ଦେବାରେ ବିଳମ୍ବ ହେବାରୁ ବୃଦ୍ଧାଙ୍କ ଉପରକୁ ଗରମ ଚାହା ଫିଙ୍ଗିଲେ ପୋଲିସ୍ କର୍ମଚାରୀ।

ଆଉ ଦେହରେ ଚା ପଡ଼ିବା ପରେ ଶେଷରେ କଲବଲ ହୋଇ ଏହି ୭୦ ବର୍ଷର ବୃଦ୍ଧା ମହିଳା ଜଣଙ୍କ ଧାଇଁଲେ ମେଡିକାଲ୍।ଆଉ ଏହି ଘଟଣା ବିଷୟରେ ନିଜେ କାନ୍ଦି କାନ୍ଦି କହିଛନ୍ତି ବୃଦ୍ଧା ମହିଳା ଜଣଙ୍କ ଯେ ମୁଁ ଚା କରି ୨/୩ ଜଣଙ୍କୁ ଦେଉଥିଲି ଆଉ ସେତିକି ବେଳେ ପୋଲିସ୍ ବାଲା ଆସିକି ମୋ ଉପରେ ପଛରୁ ଗରମ ଚା ପକାଇ ଦେଲେ।

ତେବେ ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ଦାମନଯୋଡି ର ଶାନ୍ତ ପରିବେଶ ରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଦାମନଯୋଡି ଥାନା ର ହାବିଲଦାର ସାରଥୀ ହୋତା ଗରମ ଚା ଫିଙ୍ଗି ଥିବା କାନ୍ଦି କାନ୍ଦି କହିଛନ୍ତି ଏହି ବୃଦ୍ଧା ଜଣଙ୍କ। ଆପଣ ଙ୍କ ଆଖିରେ ବି ଲୁହ ଚାଲି ଆସିବ ତାଙ୍କ ମୁହଁରୁ ସେହି ଦେହ ଥରା କଥା ଶୁଣିଲା ପରେ।

ଏହି ପୋଲିସ୍ କର୍ମଚାରୀ କୁଆଡେ ମହିଳାଙ୍କ ଦୋକାନକୁ ଚା ପିଇବାକୁ ଯାଇଥିଲେ ଏବଂ ଚା ତିଆରି କରି ଦେବାରେ ସାମାନ୍ୟ ବିଳମ୍ବ ହେବାରୁ ହଠାତ୍ ରାଗି ଯାଇଥିଲେ ଏହି ହୋତା ବାବୁ।ଆଉ ଏହାପରେ ସଂଗେସଂଗେ ଗରମ ଚା ବୃଦ୍ଧା ଙ୍କ ପିଠି ରେ ଢ଼ାଳି ଦେଇଥିବା ଅଭିଯୋଗ ହୋଇଛି। ଆଉ ଗରମ ଚା ପଡି ମହିଳାଙ୍କ ପିଠିରେ ଫଟୋକା ହେବା ସହ ଛାଲ ଉତାରି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।