ନିଜ କର୍ମଚାରୀଙ୍କ ପାଇଁ କିଛି ଏମିତି କାମ କଲେ ରତନ ଟାଟା, ଫଳରେ ଅନ୍ୟ ମାଲିକ ମାନଙ୍କ ପାଇଁ ସାଜିଲେ ଉଦାହରଣ…

ଭାରତର ଜଣେ ବିଶିଷ୍ଟ ଉଦ୍ୟୋଗି ଭାବରେ ରତନ ଟାଟା ଭାରତର କୋଣ ଅନୁକୋଣ ରେ ପ୍ରାୟତଃ ଜଣାଶୁଣା।ଆଉ ବାସ୍ତବରେ ଏହି ଶିଳ୍ପପତି ରତନ ଟାଟା, ତାଙ୍କର ନାମ ଯେମିତି କାମ ବି ସେମିତି। ରତ୍ନ ଠାରୁ ବି କିଛି କମ୍ ନୁହନ୍ତି ରତନ ଟାଟା। ନିଜ କର୍ମଚାରୀଙ୍କ ଦାୟିତ୍ୱ ସେ ଭଲ ଭାବରେ ନେଇଥାନ୍ତି ଏବଂ ସେମାନଙ୍କ କଥା ବୁଝିଥାନ୍ତି ସେ। ଯାହାକୁ ସେ ପ୍ରମାଣ କରି ଦେଖାଇଛନ୍ତି।

ଗତ ଦୁଇବର୍ଷ ହେବ ଅସୁସ୍ଥତା କାରଣରୁ ଘରେ ରହିଥିବା ଜଣେ କର୍ମଚାରୀଙ୍କ ଘରେ ପହଞ୍ଚିଥିଲେ ରତନ ଟାଟା।ସେ ନିଜେ ପୁନେ ରେ ଥିବା ଏହି କର୍ମଚାରୀ ଙ୍କୁ ଭେଟିବା ସହିତ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ମଧ୍ୟ ପଚାରି ଵୁଝିଛନ୍ତି।

ଆଉ ଏବେ ଏଭଳି କିଛି କାମ କରି ଅନ୍ୟ ମାଲିକ ମାନଙ୍କ ପାଇଁ ଉଦାହରଣ ପାଲଟି ଛନ୍ତି ରତନ ଟାଟା।କର୍ମଚାରୀ ମାନଙ୍କ ପ୍ରତି ଥିବା ଦାୟିତ୍ୱ କୁ କିଭଳି ଭାବରେ ଠିକ କ୍ରମରେ ତୁଲାଇବା ଦରକାର୍ ତାକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ରତନ। ଫଳ ସ୍ୱରୂପ ପୁନେ ରେ ଥିବା ତାଙ୍କର ଏହି କର୍ମଚାରୀ ଙ୍କୁ ଭେଟିବା ସହିତ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ଵୁଝି ସାରିବା ପରେ ରତନ ଟାଟା ତାଙ୍କର କର୍ମଚାରୀଙ୍କ ପରିବାର କେମିତି ଚଳିବ ତାହା ବୁଝିଛନ୍ତି ଏବଂ ତାଙ୍କର ପିଲା ମାନଙ୍କ ପାଠ ପଢା କେମିତି ହେବ, ସେସବୁ ର ଖର୍ଚ୍ଚ ମଧ୍ୟ ସେ ବୁଝିବେ ବୋଲି ପ୍ରତିଶ୍ରୁତି ଦେଇ କହିଛନ୍ତି।

ଆଉ ଏବେ ଏପରି କାମ କରି ନିଜ କର୍ମଚାରୀ ଙ୍କ ମନୋବଳ କୁ ବଢାଇଛନ୍ତି ଭାରତର ଏହି ବିଶିଷ୍ଟ ଉଦ୍ୟୋଗି ରତନ ଟାଟା।ସେ ପ୍ରମାଣ କରି ଦେଖାଇଛନ୍ତି ଯେ ରତ୍ନ ଠାରୁ ବି କିଛି କମ୍ ନୁହନ୍ତି ସେ।ଏହା ସେ କହି ନାହାନ୍ତି ହେଲେ ଏହାକୁ କହୁଛନ୍ତି ସାଧାରଣ ଲୋକେ।ତାଙ୍କର ନାମ ଯେମିତି ସେହି ଅନୁସାରେ କାମ ବି ସେମିତି ବୋଲି ସମସ୍ତେ ଚର୍ଚ୍ଚା କରୁଛନ୍ତି।

ତେବେ ଆପଣଙ୍କୁ କହି ରଖୁଛୁ ଯେ କେବଳ ଏହି ଗୋଟିଏ ଘଟଣା ନୁହଁ ବରଂ ଆଗରୁ ଏମିତି ବହୁତ୍ ଘଟଣା ଘଟିଛି ଯେଉଁଥିରେ ରତନ ଟାଟା ତାଙ୍କ କର୍ମଚାରୀ ମାନଙ୍କ ପ୍ରତି ତାଙ୍କର ମାଲିକ ହିସାବରେ ଦାୟିତ୍ୱ ତୁଲାଇ ଥିବାର ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ୨୬/୧୧ ରେ ହୋଇଥିବା ମୁମ୍ବାଇ ର ଆତଙ୍କି ଆକ୍ରମଣରେ ମଧ୍ୟ ନିଜ କର୍ମଚାରୀଙ୍କ ସହ ଛିଡ଼ା ହୋଇଥିଲେ ରତନ ଟାଟା।ଏହି ଆତଙ୍କୀ ଆକ୍ରମଣରେ ପ୍ରଭାବିତ ହୋଇଥିବା ତାଙ୍କର ନିଜ କର୍ମଚାରୀଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ ରତନ ଟାଟା।ଆଉ ଏତିକି ବେଳେ ସେମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝିବା ସହିତ ସେମାନଙ୍କ ପରିବାରର ଖର୍ଚ୍ଚ ଉଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ ଏହି ବିଶିଷ୍ଟ ଶିଳ୍ପପତି ଜଣଙ୍କ।

ତେବେ ଜଣେ ମାଲିକ ହିସାବରେ ନିଜର କର୍ମଚାରୀ ମାନଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟରେ ଟିକେ ହେଲେ ଅବହେଳା କରନ୍ତି ନାହିଁ ସେ।ଆଉ ଯେଉଁ କାରଣରୁ ସେ ଅନ୍ୟ ମାନଙ୍କ ପ୍ରତି ଜଣେ ଉଦାହରଣ ପାଲଟିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।