Bastu Tips – ପୁଜା ଘରେ ରଖନ୍ତୁ ଏହି ୮ ଟି ଜିନିଷ ଘରେ କେବେବି ଧନର ଅଭାବ ରହିବ ନାହିଁ

ବାସ୍ତୁ ଶାସ୍ତ୍ର ଅନୁସାରେ ଠାକୁର ଘର ସାଧାରଣତଃ ଘରର ଈଶାଣ କୋଣରେ ରହିବ l ଏହି କୋଣ ରେ ହେଉଛି ଭଗବାନ ଙ୍କ ସ୍ଥାନ ଏବଂ ଏହା ଘରର ସୁଖ, ଶାନ୍ତି ଏବଂ ସମୃଦ୍ଧି ବଢିଥାଏ ଧନ ସମ୍ପତ୍ତି ମଧ୍ଯ ବଢିଥାଏ। ଆଜି ଆମେ ଏମିତି ୮ ଟି ଜିନିଷ ବିଷୟରେ ଜାଣିବା ଯାହା କୁ ଠାକୁର ଙ୍କ ଘରେ ରଖିବା ଦ୍ବାରା ଧନ, ସମ୍ପତ୍ତି, ସୁଖ ଶାନ୍ତି ବଢିଥାଏ।

1. ପ୍ରଥମେ ହେଉଛି ପଞ୍ଚାମୃତ। ଏଥିରେ ୫ ଟି ଅମୃତ ମିଶି ଥାଏ । ଯଥା କ୍ଷୀର, ମହୁ, ଘିଅ, ଦହି ଏବଂ ମିଶ୍ରୀ।ଏହି ୫ ଟି ଜିନିଷ ର ମିଶ୍ରଣ ରେ ପଞ୍ଚାମୃତ ତିଆରି କରାଯାଏ। ଏହି ପଞ୍ଚାମୃତ ରେ ରୋଗ ନିବାରଣ ଶକ୍ତି ଥାଏ ଏବଂ ଏହା ବହୁ ପୁଷ୍ଟିକର ମଧ୍ଯ ହୋଇଥାଏ।

2.ଦ୍ବିତୀୟ ଜିନିଷ ଟି ର ନାମ ହେଉଛି ଚନ୍ଦନ। ଚନ୍ଦନ ହେଉଛି ଶାନ୍ତି ଏବଂ ଶୀତଳତା ର ପ୍ରତିକ ହୋଇ ଥାଏ । ଠାକୁର ଘରେ ଏହି ଚନ୍ଦନ ରଖିବା ଦ୍ବାରା ମନ ଭିତରର ନକାରାତ୍ମକ ଶକ୍ତି ଦୂରେଇ ଯାଏ। ଚନ୍ଦନ ଟିପା କୁ ସବୁଦିନ ଆମ ମଥାରେ ଲଗେଇବା ଦରକାର ଅଟେ ।

3.ତୃତୀୟ ରେ ହେଉଛି ଅରୁଆ ଚାଉଳ,ଯାହାକି ଭାଙ୍ଗି ନଥିବ ଏବଂ ସେ ଗୋଟା ହୋଇଥିବ। ଏହି ଅର୍ଥ ଚାଉଳ ଭଗବାନ ଙ୍କୁ ଦେବା ଦ୍ବାରା ଶୁଭ ହୋଇଥାଏ ।

4.ଚତୁର୍ଥ ଜିନିଷ ଟି ହେଉଛି ଫୁଲ । ଫୁଲ ହେଉଛି ସୁନ୍ଦରତା ର ପ୍ରତୀକ। ଭଗବାନ ଙ୍କୁ ଫୁଲ ଅର୍ପଣ କରିବା ଦ୍ବାରା ମନରେ ଖୁସି ଓ ସୁନ୍ଦରତା ର ଭାବ ଆସିଥାଏ।

5.ପଞ୍ଚମ ଜିନିଷ ହେଉଛି ମିଠା। ଭଗବାନ ଙ୍କୁ ମିଠା ପୂଜା କରିବା ଦ୍ବାରା ଆମେ ଆମ ଜୀବନ ରେ ଭଗବାନ ଙ୍କ ପାଖରେ ମଧୁରତା ଓ ସମୟତା କୁ ପ୍ରାପ୍ତ କରିବା ପାଇଁ ଭଗବାନ ଙ୍କ ନିକଟରେ ଇଛା ପ୍ରକାଶ କରିବା।

6.ଷଷ୍ଠ ଜିନିଷ ହେଉଛି ଦ୍ବୀପ। ଭଗବାନ ଙ୍କ ନିକଟରେ ଦ୍ବୀପ ଜାଳିବା ର ଅର୍ଥ ଆମେ ଆମ ଜୀବନ ର ଅନ୍ଧକାର କୁ ଦୂର କରି ତାକୁ ଆଲୋକିତ କରିବା ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ ।

7.ସପ୍ତମ ଜିନିଷ ହେଉଛି ସିନ୍ଦୂର। ସିନ୍ଦୂର ହେଉଛି ରଙ୍ଗର ପ୍ରତିକ। ଏହା ଆମ ବେରଙ୍ଗୀ ଜୀବନ ରେ ରଙ୍ଗ ଭରିବା ପାଇଁ କାମ କରିଥାଏ।

8.ଶେଷ ଜିନିଷଟି ହେଉଛି ଘଣ୍ଟି। ଯେଉଁ ଘରେ ସବୁଦିନ ନିୟମ ଭାବରେ ଘଣ୍ଟି ର ଶବ୍ଦ ଆସିଥାଏ ସେଠାରେ ବାତାବରଣ ପବିତ୍ର ଏବଂ ଶୁଦ୍ଧ ରହିଥାଏ।

ଏହା ଥିଲା ସେହି ୮ ଟି ଜିନିଷ ଯାହା କୁ ଠାକୁର ଘରେ ରଖିବା ଦ୍ବାରା ଧନ ସମ୍ପତ୍ତି ଓ ସୁଖ ସମୃଦ୍ଧି ବଢିଥାଏ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।