ଦେଖନ୍ତୁ ଭିଡ଼ିଓ ! ସୁର ଭାଇ ନାଚି ଧୂଳି ଉଡେଇ ଦେଲେ, ଦେଖିଲେ ଆପଣ ବି ହସି ହସି ଗଡି ଯିବେ, ସୋସିଆଲ ମିଡିଆରେ ୬୦ଲକ୍ଷ ଲୋକ ଦେଖି ସାରିଲେଣି…..

ଗୀତ ଗାଇ ପୁଣି ଥରେ ଚର୍ଚ୍ଚାକୁ ଆସିଲେ ସୁର ରାଉତରାୟ। ଗୀତ ଗାଇ ସେ ପୁଣି ଥରେ ପ୍ରମାଣ କରି ଦେଇଛନ୍ତି ଯେ ଗୀତ ଗାଇବା ପାଇଁ କୌଣସି ବୟସ ବାଧକ ନୁହେଁ। ରାଜ୍ୟ ରାଜନୀତି ରେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ କଟକର ଏକ ଷ୍ଟୁଡିଓ ରେ ପହଞ୍ଚି ଗୀତ ଗାଇଛନ୍ତି। ଯେଉଁ ଗୀତ କିଛି ଭଲ ମେସେଜ ଦେଉଛି।

ତେବେ ଗୀତର ମୁଖ୍ୟ ଅଂଶ ରହୁଛି ସୁନାର ବାପା। ଅର୍ଥାତ୍ ଆଜିର ପରିବର୍ତ୍ତିତ ସମାଜରେ ପିତା ଓ ପୁତ୍ରର ସମ୍ପର୍କ କିପରି ହେବା ଦରକାର୍ ତାହାକୁ ନେଇ ଏ ଗୀତର ସଂରଚନା ହୋଇଛି।ଆଉ ଏହାକୁ ବହୁତ୍ ସୁନ୍ଦର୍ ଭାବରେ ଗାଇଛନ୍ତି ସୁର ରାଉତରାୟ।

ନିକଟରେ ଏକ ଗୀତ ଗାଇ ଚହଳ ସୃଷ୍ଟି କରିଥିଲେ ସୁର ରାଉତରାୟ।ସେ ନିଜେ ଏହାକୁ ନେଇ କହିଛନ୍ତି ଯେ ସେ ଜଣେ ଗୀତ ପ୍ରେମୀ। ଗୀତ ଶୁଣିବାକୁ ବହୁତ୍ ଭଲ ପାଆନ୍ତି ପିଲାଟି ବେଳୁ। ମହମ୍ମଦ ରଫି, ଲତା ମଙ୍ଗେସକର, ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର ଆଦି ମହାନ୍ କିମ୍ବଦନ୍ତୀ ଗାୟକ ଙ୍କୁ ସେ ବହୁତ୍ ପ୍ରଶଂସା କରିବା ସହିତ ସେମାନଙ୍କ ଗୀତ ମଧ୍ୟ ଶୁଣି ଥାଆନ୍ତି।

ଚିତ୍ତ ଜେନା ଙ୍କ ଗୀତକୁ ମଧ୍ୟ ସେ ବହୁତ୍ ପସନ୍ଦ କରନ୍ତି ଏବଂ ସେ ତାଙ୍କର ଉପର ବେଚ୍ ରେ ପଢୁଥିଲେ ବୋଲି ସେ କହିଛନ୍ତି। ତେବେ ସମସ୍ତଙ୍କ ଗୀତକୁ ଶୁଣନ୍ତି କାରଣ ତାଙ୍କୁ ଗୀତ ବହୁତ୍ ଭଲଲାଗେ।ଆଉ ସେହି କ୍ରମରେ ସେ ଗୀତ ଗାଇଛନ୍ତି ଯୁବ ପିଢୀ ମାନଙ୍କୁ ସଚେତନ କରାଇବା ପାଇଁ।

ତେବେ ଏହି ଗୀତ ମାଧ୍ୟମରେ ସୁର ବାବୁ ଯୁବ ପିଢୀ ମାନଙ୍କୁ ମଦ, ସିଗାରେଟ୍, ବ୍ରାଉନ ସୁଗାର, ଚରଶ୍ ଭଳି ମାରାତ୍ମକ ଜୀବନ ନେଉଥିବା ବିଷ ମାନଙ୍କ ଠାରୁ ଦୂରେଇ ରହିବାକୁ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି।ଆଉ ସେ ସେମାନଙ୍କୁ ଏସବୁ ଗ୍ରହଣ ନ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି।

ତେବେ ଏହି ଗୀତ କୁ ନେଇ ସେ ବହୁତ୍ ଖୁସି ଥିବା ବେଳେ ଏହା ସମସ୍ତଙ୍କ ଦ୍ବାରା ବେଶ୍ ଆଦୃତ ହେବ ବୋଲି କୁହା ଯାଉଛି। କାରଣ ତାଙ୍କର ପୂର୍ବ ଗୀତା ରଙ୍ଗବତୀ ମାଧ୍ୟମରେ ମଧ୍ୟ ସେ ଭିନ୍ନ ସଚେତନତା ଦେଇ ଲୋକମାନଙ୍କ ମାନଙ୍କୁ ବେଶ୍ ଛୁଇଁବାର ସଫଳ ହୋଇଥିଲେ।

ଆଉ ଏବେ ପୁଣି ଏହି ସୁନା ବାପା ଗୀତ ମାଧ୍ୟମରେ ଏକ ଭିନ୍ନ ବାର୍ତ୍ତା ଦେଇ ଯୁବପିଢି ଙ୍କୁ ନିଶାଦ୍ରବ୍ୟ ସେବନ କରିବା ପାଖରୁ ଦୂରେଇ ରହିବା ସହିତ ଏକ ଅନୁକୂଳ ସ୍ରୋତ ରେ ସମାଜରେ ସୁଖ ଶାନ୍ତି ଏବଂ ସମୃଦ୍ଧି ର ସହ ଜୀବନ ଜାପନ କରିବାକୁ ଆହ୍ବାନ କରିଛନ୍ତି। ତେବେ ଏହି ଗୀତକୁ ଜାପାନୀ ଭାଇ ନିର୍ଦ୍ଦେଶନା ଦେଇଥିବା ବେଳେ ତପୁ ଭାଇ ଏହାର ଗୀତିକାର ଅଟନ୍ତି ଓ ଏହାକୁ ଏକ ସୁନ୍ଦର୍ ଶବ୍ଦ ସଂଯୋଜନା ରେ ସଜା ଯାଇଚି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।