ଦେଖନ୍ତୁ ଭିଡ଼ିଓ – ବାଃ ବାଃ ରେ ବର୍ଷା ! ପୁଣି ସାମ୍ନା କୁ ଆସିଲା ଅଭିନେତ୍ରୀ ବର୍ଷା LIVE ଭିଡ଼ିଓ, ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି…

ପୁଣି ସାମ୍ନା କୁ ଆସିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆପଣ ଜାଣିଛନ୍ତି କିଛି ଦିନ ହେଲା ବର୍ଷା ଅନେକ ପ୍ରକାର ସମାଜସେବା ଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସେ ତାଙ୍କର ସମ୍ମାନିତା ସଂଗଠନ ପକ୍ଷରୁ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଯେଉଁ ପ୍ରୟାସ ଜାରି ରଖିଛନ୍ତି ତାକୁ ନେଇ ସେ ଏବେ ଚର୍ଚ୍ଚା ରେ ରହିଛନ୍ତି।ସେ ଏଥିରେ ବହୁତ୍ ଖୁସି ବୋଲି ମଧ୍ୟ ନିଜେ ଉଲ୍ଲେଖ କରିଥାନ୍ତି।

ତାଙ୍କର ସଂଗଠନ ସମ୍ମାନିତା ମାଧ୍ୟମରେ ସେ ଅନେକ ଅସହାୟ ଲୋକଙ୍କ ନିକଟରେ ପହଂଚି ପାରୁଛନ୍ତି।ଏହି କାରଣରୁ ସେ ନିଜକୁ ବହୁତ୍ ଖୁସି ଅନୁଭବ କରୁଛନ୍ତି। ତାଙ୍କର ଏହିଭଳି ଅଭିନବ ପ୍ରୟାସ ପାଇଁ ତାଙ୍କୁ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ମିଳିବାରେ ଲାଗିଛି।

ସେ ଅନେକ ସମୟରେ ସେବାଶ୍ରମ ଗୁଡ଼ିକୁ ଯାଇ ପିଲା ମାନଙ୍କ କଥା ବୁଝି ତାଙ୍କ ସାମର୍ଥ୍ୟ ଅନୁସାରେ ସେମାନଙ୍କୁ ଦାନ ଦେଇଥାନ୍ତି। ସେହିଭଳି ଏବେ ମଧ୍ୟ ପୁଣି ତାଙ୍କର ସମାଜସେବା ର ଏକ ନିଛକ ଛବି ସାମ୍ନାକୁ ଆସିଛି।ସେ ଏକ ସେବାଶ୍ରମ କେନ୍ଦ୍ରକୁ ଯାଇ ନୂଆ ବର୍ଷରେ ତାଙ୍କର ସମୟ ଅତିବାହିତ କରିଛନ୍ତି। ପିଲା ମାନେ ପ୍ରଥମେ ତାଙ୍କୁ ସ୍ୱାଗତମ୍ କରିବା ପାଇଁ ସ୍ବାଗତ ସମ୍ବର୍ଦ୍ଧନା ର ଗୀତ ଗାଉ ଛନ୍ତି। ତାପରେ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି। ଏଥିରେ ବହୁତ୍ ଖୁସି ହୋଇ ତାଙ୍କୁ ଏହା ବହୁତ୍ ଭଲ ଲାଗିଲା ବୋଲି କହୁଛନ୍ତି ବର୍ଷା।ଏହାପରେ ଗୁରୁମା ତାଙ୍କୁ ନେଇ ସ୍କୁଲ୍ ବୁଲାଉ ଛନ୍ତି ଏବଂ ସବୁ କକ୍ଷ ମଧ୍ୟ ଭଲ ଭାବରେ ଦେଖାଉ ଛନ୍ତି।

ଏହାସହ ଛୋଟ ପିଲା ମାନଙ୍କୁ ସେ ବସ୍ତ୍ର ପ୍ରଦାନ କରି ନିଜ ହାତରେ ତାକୁ ପିନ୍ଧାଇ ଛନ୍ତି।ପିଲାକୁ ଧରି ସେ ବହୁତ ଖୁସିରେ ଫଟୋ ମଧ୍ୟ ଉଠାଇଛନ୍ତି। ନାରୀ ଏବଂ ଅସହାୟ ମାନଙ୍କ ପାଇଁ ତାଙ୍କର ସମ୍ମାନିତା ଟିମ୍ ସବୁବେଳେ ଯତ୍ନ କରିଥାଏ।

ତେବେ ନିଜର ସଂଗଠନ ସମ୍ମାନିତା ଜରିଆରେ ବିଭିନ୍ନ ସମୟରେ ଅସହାୟଙ୍କ ସହାୟତା କରି ଆସୁଥିବା ବର୍ଷା କରନା ସଙ୍କଟ ସମୟରେ ଅନେକ ଅସହାୟଙ୍କୁ ତାଙ୍କ ସାମର୍ଥ୍ୟ ଅନୁସାରେ ସହାୟତା ର ହାତ ବଢାଇଛନ୍ତି। କରନା ସମୟରେ ମଧ୍ୟ ସେ କଟକ ସ୍ଥିତ ଆଶ୍ରମ ଯାଇଥିଲେ ଏବଂ ସେଠାରେ ରହୁଥିବା କୁନି କୁନି ପିଲାଙ୍କୁ ଭେଟି ବିସ୍କୁଟ, ମାସ୍କ ଓ ସାନିଟାଇଜର ଆଦି ବଣ୍ଟନ ମଧ୍ୟ କରିଥିଲେ।

ଏହାସହ ବର୍ଷା ପ୍ରିୟଦର୍ଶିନୀ ସେମାନଙ୍କ ସହ ବେଶ୍ କିଛି ସମୟ ବିତାଇଥିଲେ । ନିଜ ସଂଗଠନର ସଦସ୍ୟଙ୍କ ସହ ମିଶି ସେ ଏହି ମହତ୍ କାମ କରି ଚାଲିଛନ୍ତି ।ତେବେ ଅସହାୟଙ୍କୁ ସହାୟତା କରିବା ଜଣେ ଭଲ ମଣିଷର କର୍ତ୍ତବ୍ୟ ଅଟେ। ବର୍ତ୍ତମାନର କରୋନା ସଂକଟ ସମୟରେ ସମସ୍ତେ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ସହ ଦରିଦ୍ର ଓ ଅସହାୟଙ୍କ ସହାୟତା କରିବାକୁ ବର୍ଷା ଆହ୍ଵାନ ଦେଇଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ମୁଁ ସବୁବେଳେ ମୋର ସାମର୍ଥ୍ୟ ଅନୁସାରେ ଏଭଳି କାମ କରି ଆସୁଛି ଓ କରି ଚାଲିବି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।