Bastu Tips – ଘରେ ପାରା ବସା ଦେଲେ ଜାଣନ୍ତୁ ଏହାର ଅର୍ଥ ! ଶୁଭ ନା ଅଶୁଭ ହୋଇଥାଏ……

ଆମ ପରିବେଶ ରେ ଅନେକ ପ୍ରକାର ପଶୁ ପକ୍ଷୀ ଆଦି ଜୀବ ଜନ୍ତୁ ବସ ବାସ କରି ଥାନ୍ତି କିନ୍ତୁ ପାରା ସାଧାରଣତଃ ଘରେ ବସା ବାନ୍ଧି ଅଧିକ ମାତ୍ର ରେ ରହି ଥାଏ l କିନ୍ତୁ ଆପଣ ମାନେ ଜାଣି ନ ଥାନ୍ତି ପାରା ଘରେ ବସା କରି ରହିଲେ ଶୁଭ ନା ଅଶୁଭ ଆଜି ଆସନ୍ତୁ ଜାଣିବା l

ଘରେ ଅନେକ ପଶୁ ପକ୍ଷୀ ରହି ଥାଏ କିନ୍ତୁ ଅନ୍ୟ ଗୃହ ପାଳିତ ପଶୁ ପକ୍ଷୀ ଙ୍କ ଅପେକ୍ଷା ପାରା ବହୁତ ଶାନ୍ତ ହୋଇଥାଏ । ସେମାନେ କେବେ ହେଲେ ମଣିଷ ମାନଙ୍କ ପାଇଁ ଅସୁବିଧା କରି ନ ଥାନ୍ତି । ପାରା ବେଳେ ବେଳେ ଉତେଜିତ ହୋଇଥାନ୍ତି କିନ୍ତୁ ସେହି ସମୟରେ ମଧ୍ୟ ସେମାନେ କାହାର କ୍ଷତି କରେ ନାହିଁ ।ଆଉ ସେମାନ ଙ୍କର ଏହି କାରଣ ଯୋଗୁଁ ଲୋକମାନେ ତାଙ୍କୁ ଘରେ ପାଳିବାକୁ ଅଧିକ ପସନ୍ଦ କରନ୍ତି ।

ଅନ୍ୟ ପକ୍ଷୀ ମାନଙ୍କ ପରି ପାରା ମାନେ ଗଛ ଡାଳରେ ବସା ବାନ୍ଧି ପାରନ୍ତି ନାହିଁ । ତେଣୁ ସେମାନେ ନିଜର ବସା କୌଣସି ଲୋକଙ୍କ ଘରେ ବାନ୍ଧି ଥାନ୍ତି । ତେବେ ଅନେକ ସମୟରେ ଲୋକମାନେ ଭାବିଥାନ୍ତି କି ପାରା ଘରେ ବସା ଦେବାର ଅର୍ଥ ହେଉଛି ଏହା କି ଆମ ଘର କୁ କିଛି ନା କିଛି ବିପଦ ମାଡି ଆସୁଛି ଆଉ କିଛି ଲୋକ ଭାବିଥାନ୍ତି କି ପାରା ଘରେ ବସା ବାନ୍ଧିଛନ୍ତି ମାନେ ଏହା ଆମ ପାଇଁ ଶୁଭ ଖବର ଆସୁଛି ।ପୁରାଣ ଶାସ୍ତ୍ର ରେ ଏହି ଘଟଣା ବିଷୟରେ ଅନେକ ଭାବରେ ବର୍ଣ୍ଣନା କରାଯାଇଛି । ଆଜି ଆସନ୍ତୁ ଜାଣିବା ପ୍ରକୃତରେ ଘରେ ପାରା ବସା ଦେବାର ଅର୍ଥ ଶୁଭ କି ଅଶୁଭ ।

ଯଦି କୌଣସି ଘରେ ପାରା ବସା ବାନ୍ଧି ରହି ଥାଏ l ତେବେ ଏହା ସେହି ଘର ପାଇଁ ବହୁତ ଶୁଭ ହୋଇ ଥାଏ । ଯଦି ପାରା ଆପଣଙ୍କ ଘରେ ବସା ବାନ୍ଧିଛନ୍ତି ତ ଆପଣଙ୍କ ଘରେ ସୁଖ ଶାନ୍ତି ଓ ଧନ ଲାଭର ସୂଚନା ଆସିଛି ।ଏହାର ଅର୍ଥ ଏହା ମଧ୍ୟ ରହୁଛି ଯେ ଏବେ ଆପଣ ନିଜ ଜୀବନ ରେ ଉନ୍ନତି କରିବେ ଏବଂ ଘରେ ଅନେକ ସୁଖ ଶାନ୍ତି ସମୃଦ୍ଧି ଆଦି ଅଧିକ ମାତ୍ର ରେ ଦେଖା ଦେବ ।

ଏମିତି କି ଆପଣଙ୍କ ର ବହୁତ ଦିନରୁ ଅଟକି ଥିବା କାର୍ଯ୍ୟ ମଧ୍ୟ ହୋଇଯିବ । ତେଣୁ ଘରେ ପାରା ବସା ବାନ୍ଧିବା ବହୁତ ଶୁଭ ଅଟେ l ଯଦି ଆପଣ ମାନେ ପାରୁ ଛନ୍ତି ତେବେ ପାରା ମାନଙ୍କୁ ସବୁବେଳେ ଅଧିକ ପରିମାଣ ରେ ଜଳ ଓ ଚାଉଳ ଖାଇବା କୁ ଦିଅନ୍ତୁ । ଏହା ମଧ୍ୟ ବହୁତ ଶୁଭ ହୋଇଥାଏ ଓ ଘରେ ସମସ୍ତ ସମସ୍ୟା ଦୂର ହୋଇ ଥାଏ l ତେଣୁ ପାରା ଘରେ ରହିବା ଅନେକ ପ୍ରକାରେ ଭଲ କଥା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।