ପିପିଇ କିଟ୍‌ ଖୋଲି କରୋନା ରୋଗୀଙ୍କ ସହ ବାଥ୍‌ରୁମ୍‌ରେ ଶାରୀରିକ ସମ୍ପର୍କ ରଖିଲେ ନର୍ସ, ଏମିତି ହେଲା ଖୁଲାସା ଦେଖନ୍ତୁ…

କରୋନା ଭାଇରସ ଭଳି ମହାମାରୀ ସମଗ୍ର ପୃଥିବୀକୁ ଅସ୍ତବ୍ୟସ୍ତ କରିସାରିଲାଣିି। ସମଗ୍ର ଦେଶରେ କଭିଡ-୧୯ ପାଇଁ, ସରକାର ନିଜ ନିଜ ଦେଶରେ ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ଗାଇଡ଼ ଲାଇନ ପ୍ରସ୍ତୁତ କରିଛନ୍ତି। ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବାରମ୍ବାର ସତର୍କ କରାଯାଉଛି। ଏହାକୁ ଅନେକ ଲୋକ ସମର୍ଥନ କରୁଛନ୍ତି କିନ୍ତୁ କିଛି ଅମାନିଆ କଭିଡ-୧୯ ଗାଇଡ଼ ଲାଇନକୁ ମାନୁନାହାନ୍ତି।

ସମଗ୍ର ଦେଶର ବୈଜ୍ଞାନିକମାନେ କରନା ଟୀକା ପ୍ରସ୍ତୁତ କରିବା ପାଇଁ ଲାଗିପଡିଛନ୍ତି। ସେଥିପାଇଁ ସରକାରଙ୍କ ଗାଇଡ଼ ଲାଇନକୁ ଅନେକ ଲୋକ ମାନୁଛନ୍ତି। କିନ୍ତୁ ଇଣ୍ଡୋନେସିଆରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିବ ନିଶ୍ଚିତ।

ତେବେ ଇଣ୍ଡୋନେସିଆରେ ନର୍ସ ଜଣକ ବାଥରୁମ ଭିତରେ କରୋନା ରୋଗୀଙ୍କ ସହ ଶାରୀରିକ ସଂପର୍କ ରଖିଥିବା ଘଟଣା ସାମ୍ନାକୁ ଆସିଛି। ନର୍ସଟି ଶାରୀରିକ ସଂପର୍କ ରଖିବା ସମୟରେ ସେ ନିଜ ସୁରକ୍ଷା ପାଇଁ ପିନ୍ଧିଥିବା ପିପିଇ କିଟ୍‌ ମଧ୍ୟ ଖୋଲିଦେଇଥିଲେ। ସରକାରଙ୍କର କଭିଡ-୧୯ ଗାଇଡ଼ ଲାଇନ ବିରଧି କାର୍ଯ୍ୟ କରିଥିବାରୁ ନର୍ସଜଣଙ୍କୁ ସସ୍‌ପେଣ୍ଡ କରିଦିଆଯାଇଛି।

ଖୁଲାସା ହେଲା ଏମିତି :

ହ୍ଵାଟ୍ସଆପ୍‌ରେ କରୋନା ରୋଗୀ ଜଣକ ଏକ ଏକ ସ୍କ୍ରିନ୍‌ସର୍ଟ ସେୟାର କରିଥିଲେ। ସେହି ସ୍କ୍ରିନ୍‌ସର୍ଟରୁ ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା।କରୋନା ରୋଗୀ ଜଣକ ଯେଉଁ ଫଟୋଟି ସେୟାର କରିଥିଲେ ସେଥିରେ ନର୍ସଟି ପିପିଇ କିଟ୍ ପିନ୍ଧିନଥିଲେ, ପିପିଇ କିଟ୍ ଟି ତଳେ ପଡିଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା।ଫଟୋଟି ଭାଇରାଲ ହେବାପରେ, ପ୍ରକୃତ ସତ୍ୟା ସତ୍ୟ ବିଷୟରେ ଅନୁସନ୍ଧାନ କରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ଓ ପୋଲିସ ଦୃଡ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ। ପୋଲିସ ସାମ୍ନାରେ ଉଭୟ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ସ୍ୱୀକାର କରିଥିଲେ।

ତେବେ ଉଭୟ ଶାରୀରିକ ସମ୍ପର୍କ ରଖିଥିବା ସ୍ୱୀକାର କରିବା ପରେ, ସେମାନଙ୍କୁ ଆସୋଲେସନ୍‌ରେ ରଖାଯାଇଥିଲା। ନର୍ସ ଜଣକ ଆସୋଲେସନ୍‌ରେ ରହିବା ପରେ , ତାଙ୍କୁ କରନା ପରୀକ୍ଷା କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଜାକର୍ତ୍ତା ପୋଲିସଙ୍କ ସୂଚନା ଆନୁସାରେ ନର୍ସଟିର ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି।

କିନ୍ତୁ ରୋଗୀଟି ରିପୋର୍ଟ ପଜିଟିଭ୍‌ ଅଛି ଏବଂ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଆଛି। ତେଣୁ ରୋଗୀଟିକୁ ଆସୋଲେସନ୍‌ରେ ବୋର୍ଡ଼ରେ ରଖାଯାଇଛି। ଜାକର୍ତ୍ତା ପୋଲିସଙ୍କ ସୂଚନା ଆନୁସାରେ ଯଦି, ନର୍ସ ଏବଂ ରୋଗୀ ଉଭୟ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଆଇନ ଆନୁସାରେ ସେମାନଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ହେବାର ଦଣ୍ଡବିଧାନ ରହିଛି। ତେବେ ଉଭୟଙ୍କ ଏଭଳି କର୍ମ ପାଇଁ ଅନେକ ଏହାକୁ ନିନ୍ଦା ଏବଂ ଦଣ୍ଡ ଦେବାପାଇଁ ଦାବି ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।