ପୁଣି ନୂଆ ଖୁଲାସା ! ନୟାଗଡ ପରି ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀଙ୍କ SIT ସମ୍ପର୍କରେ ଚାଂଚଲ୍ୟକର ବୟାନ, ପରି କୁ ନ୍ୟାୟ ପାଇଁ ଆପଣଙ୍କର ଗୋଟିଏ ସେୟାର ଆବଶ୍ୟକ….

ବହୁ ଚର୍ଚ୍ଚିତ ନୟାଗଡ଼ ର ଯଦୁପୁର ପରୀ ହତ୍ୟା ମାମଲା ଏବେ ଭିନ୍ନ ମୋଡ଼ ନେବାରେ ଲାଗିଲାଣି।SIT ଦ୍ବାରା ଅଭିଯୁକ୍ତ ସାବସ୍ତ ହୋଇଥିବା ସରୋଜ ସେଠୀ ର ଚାଂଚଲ୍ୟକର ବୟାନ ଏବେ ସାମ୍ନାକୁ ଆସିଛି।ଆଜି ଗଣମାଧ୍ୟମ ସମ୍ମୁଖରେ ଅଭିଯୁକ୍ତ ସରୋଜ ତାର ବୟାନ ରଖିଛି ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର୍ ହେବାରେ ଲାଗିଛି ଏବେ। ଆପଣ ଜାଣିଛନ୍ତି ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ବୟସକୁ ନେଇ ଅଡ଼ୁଆ ବଢୁଥିବା ବେଳେ ସରୋଜ ର ଓକିଲ ତରଫରୁ କୋର୍ଟରେ ଏ ନେଇ ଆବେଦନ ପରେ ଏହାକୁ ନେଇ କୋର୍ଟରେ ଶୁଣାଣି ହୋଇଛି।

ଆଉ କୋର୍ଟରୁ ବାହାରିବା ପାରେ ଅଭିଯୁକ୍ତ ସରୋଜ ଗଣମାଧ୍ୟମ କୁ ଏହା କହିଛିି ଯେ ସେ କିଛି ଭୁଲ୍ କରିନାହିଁ। ତାକୁ ମିଛ ଟାରେ ଫସାଇ ଦିଆ ଯାଇଛି।ତାର କିଛି ବି ଭୁଲ ନାହିଁ। ଏହାସହ ସେ ଗଣମାଧ୍ୟମ କୁ କହିଛିି ଯେ ତାକୁ SIT ବହୁତ୍ ମାରିଛି।ସେ କିଛି ଭୁଲ କରି ନାହିଁ।ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି।

ସରୋଜ ର ଏହି ବୟାନ ଯଦି ସତ ହୋଇଥାଏ ତେବେ ପ୍ରକୃତରେ ଦୋଷୀ କିଏ ଅଟେ। କାହିଁକି ଏବଂ କେଉଁ ଆଧାରରେ SIT ଟିମ୍ ସରୋଜ ସେଠୀ ଙ୍କୁ ମାଡ଼ ମାରିଚି ଏବଂ ଅଭିଯୁକ୍ତ ସଜାଇଛି।ଏହା ଏବେ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା। ତେବେ ଏହାର ପ୍ରଣାମ କରିବ କୋର୍ଟ। କାରଣ ଏବେବି ସରୋଜ ଜେଲ୍ ରେ ହିଁ ରହିଛି।

ସୂଚନା ଥାଉ କି ଅଭିଯୁକ୍ତ ସରୋଜ ସେଠୀଙ୍କ ଜନ୍ମ ପ୍ରମାଣପତ୍ର ଓ ସ୍କୁଲ ସାର୍ଟିଫିକେଟକୁ ନେଇ ପକ୍‌ସୋ କୋର୍ଟରେ ଶୁଣାଣି କରା ଯାଇଛି।ଏହାପରେ କୋର୍ଟ ଶୁଣାଣି ଶେଷ କରି ରାୟ ମଧ୍ୟ ସଂରକ୍ଷିତ ରଖିଛନ୍ତି। ଅନ୍ୟ ପକ୍ଷରେ ସେପଟେ ନୟାଗଡ଼ ପକ୍‌ସୋ କୋର୍ଟରେ ନାର୍କୋ ଆନାଲିସିସି ଟେଷ୍ଟ ନେଇ SITର ଆବେଦନ ଉପରେ ଶୁଣାଣି ମଧ୍ୟ କରା ଯିବାକୁ ବାକି ରହିଛି।ତେବେ ଏହାକୁ ନେଇ ଯାହା ସୂଚନା ମିଳିଛି ସେହି ଅନୁସାରେ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଅଭିଯୁକ୍ତ ସରୋଜ ସେଠୀ ମନା କରୁଚି ବୋଲି କୁହା ଯାଉଛି।

ତେବେ ଏପଟେ ଅଭିଯୁକ୍ତର ବିନା ସହମତି ରେ ହୋଇ ପାରିବ ନାହିଁ ନାର୍କୋ ଆନାଲିସିସ ଟେଷ୍ଟ । ଯାହାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି।ତେବେ ପୂର୍ବରୁ ଅଭିଯୁକ୍ତ ସରୋଜ ସେଠୀ ପଲିଗ୍ରାଫ୍‌ ଟେଷ୍ଟ ପାଇଁ ରାଜି ହୋଇଥିଲା ଏବଂ ଏହାପରେ ସରୋଜର ସହମତିରେ ପଲିଗ୍ରାଫ୍‌ ଟେଷ୍ଟ ମଧ୍ୟ କରା ଯାଇଥିଲା।

ଏବେ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ସରୋଜ ରାଜି ହେଉ ନଥିବାରୁ ଅଡୁଆ ବଢିଛି ଏବଂ ଏହାକୁ ନେଇ ଚିନ୍ତାରେ ପଡିଛି ଏସ ଆଇ ଟି।ଏପଟେ ସରୋଜ ର ଏପରି ବୟାନ ପରେ SIT ର ତଦନ୍ତ ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ସାଧାରଣରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।