ମାଳିକା ଅଦ୍ଭୁତ ଭବିଷ୍ୟବାଣୀ ! ନଡ଼ିଆ ଗଛ ଉଚ୍ଚା ମାଡି ଆସିବ ପାଣି, ଭାସିବ ସାରା ଓଡିଶା….

ପ୍ରତ୍ୟେକ ଥର ଭଳି ମହାପୁରୁଷ ମାନଙ୍କର ୬୦୦ ବର୍ଷ ତଳର ଦିବ୍ୟ କଥା କୁ ବାବା ଦିବାକର ଙ୍କ ବର୍ଣ୍ଣନା ଅନୁସାରେ ଆମେ ଆଜି ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ। ତେଣୁ ମହାପୁରୁଷ କହୁଛନ୍ତି ମହାପ୍ରଭୁ ଙ୍କ ଶରଣ ପୋଷିବା ଏବଂ କିପରି ଭୁଲ୍ କାର୍ଯ୍ୟରୁ ନିବୃତ ରହିବା। ତେବେ ଯାଇ ଆମେ ନିଜକୁ ରକ୍ଷା କରି ପାରିବା।

ଆଗକୁ ଆସୁଥିବା ଖଣ୍ଡ ପ୍ରଳୟ ବିଷୟରେ ମହାପୁରୁଷ ଯେଉଁ ସୂଚନା ଦେଇଛନ୍ତି ସେହି ଅନୁସାରେ ଏହା ନିଶ୍ଚିତ ଯେ ପୃଥିବୀ ପୃଷ୍ଠରେ ପ୍ରଳୟ ଘଟିବ।ଆଉ ଏହି ଖଣ୍ଡ ପ୍ରଳୟ ସମୟରେ ଗତି କଣ ହେବ ତାକୁ ନେଇ ମହାପୁରୁଷ ବର୍ଣ୍ଣନା କରିଛନ୍ତି ଯେ ଖଣ୍ଡପ୍ରଳୟ ସମୟରେ ପାପି ମାନେ ସେଥିରେ ଭାସି ଯିବେ।

ଆଉ ଏହି ଜଳ ପଶ୍ଚିମ ଉପକୂଳ ଅର୍ଥାତ୍ ପଶ୍ଚିମ ଓଡ଼ିଶାରୁ ଆସିବ। ପଶ୍ଚିମ ଦିଗରୁ ଜଳ ସ୍ରୋତ ଆସି ତା ସାଙ୍ଗରେ ମିଶି ଯିବ ବୋଲି ମହାପୁରୁଷ କହୁଛନ୍ତି।ଆଉ ଏହି ଜଳସ୍ରୋତ, ଜଳ ପ୍ଲାବନ ଏପରି ଭାବରେ ହେବ ଯେ ତାହା ଏକ ନଡ଼ିଆ ଗଛ ଉଚ୍ଚ ଦେଇ ଗତି କରିବ।ଆଉ ଏଥିରେ ଆଉ ଜୀବନର ସନ୍ଧାନ କଣ ରହିବ।

ତେଣୁ ଏହିଭଳି ବିପଦ ଆସିବା ପୂର୍ବରୁ ଆମକୁ ସଚେତନ ପୂର୍ବକ ମହାପ୍ରଭୁ ଙ୍କ ଚରଣରେ ଆଶ୍ରିତ ହେବାକୁ ପଡିବ।ଆଉ ଏହି ପ୍ରଳୟ ଜଳରେ ମଧ୍ୟ ଭକ୍ତ ଭଗବାନ ଙ୍କ ଦର୍ଶନ ପାଇବ, ଏକଥା ମଧ୍ୟ ମହାପୁରୁଷ ଲେଖିଛନ୍ତି। ତେଣୁ ଏକଥା ଯଦିଓ ବର୍ଣ୍ଣନା କରା ଯାଇଚି। ଏହାକୁ ଶୁଣି ଆପଣ ଙ୍କ ର ଡରିବାର ନାହିଁ ବରଂ ସଚେତନ ହେବାର ଅଛି, ସତର୍କ ରହିବାର ଅଛି।ଆଉ ସଚେତନ ହେବା ପାଇଁ ଆପଣଙ୍କୁ ନିଜକୁ ପରିବର୍ତ୍ତନ ହେବାକୁ ପଡିବ। ଭଗବାନଙ୍କ ନାମକୁ ଜପ କରିବାକୁ ପଡ଼ିବ ଏବଂ ତାଙ୍କର ଆରାଧନା କରିବାକୁ ପଡ଼ିବ।

ତେବେ ଯାଇ ଆପଣ ଏଥିରୁ ମୁକ୍ତି ପାଇବେ ଏବଂ ନିଜକୁ ସାହସ ଦେଇ ପାରିବେ ଏବଂ ନିଜ ଭିତରେ ଆତ୍ମ ବିଶ୍ୱାସ କୁ ବୃଦ୍ଧି କରି ପାରିବେ।ତେଣୁ ଭୟରେ ହେଉ କିମ୍ବା ଭକ୍ତିରେ ହେଉ ପ୍ରଭୁକଥା କୁ ଭଜନ କରି ଚାଲନ୍ତୁ। ଏପରି କଲେ ଆମେ ଭଗବାନ ଙ୍କ ପ୍ରିୟ ହୋଇ ପାରିବା।

ଜୀବନ ଯୁଦ୍ଧରେ ନିଜକୁ ପ୍ରସ୍ତୁତ ରଖି ଆଗାମୀ ଦିନରେ ଆମେ ନିଜକୁ ଶକ୍ତିଶାଳୀ କରି ପାରିବା। ତେବେ ଆପଣ ମାନେ ଏକଥା ରେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। କେବଳ ଏତିକି ଜାଣି ରଖନ୍ତୁ ଯେ ଖଣ୍ଡ ପ୍ରଳୟରେ ଓଡ଼ିଶାର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ ଏବଂ ପଶ୍ଚିମ ଓଡ଼ିଶାରୁ ଜଳ ପ୍ଲାବନ କାରଣରୁ ଅନେକ କ୍ଷୟ କ୍ଷତି ସହିତ ପାପୀ ମାନେ ବିନାଶ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।