ଝିଅ DSP ବାପା ASI ଡିଉଟି ରେ ଏକାଠି ଦେଖାହେଇଗଲେ, ବାପା ସାଲ୍ୟୁଟ କଲେ ଝିଅକୁ, ତା ପରେ ଯାହା ହେଲା….

ପ୍ରତ୍ୟେକ ପିଲାଙ୍କ ଜୀବନରେ ବାପା ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଯାହାକି ବାପାଙ୍କର ସ୍ଥାନ ଅନ୍ୟମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇପାରିବ ନାହିଁ। ବାପାଙ୍କର ଭୂମିକା ଶିଶୁ ଉପରେ ଏକ ବଡ ପ୍ରଭାବ ପକାଇଥାଏ, ଏବଂ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରିଥାଏ। ସାଧାରଣତ ପିଲାମାନେ ସେମାନଙ୍କ ପିତାଙ୍କ କାର୍ଯ୍ୟ କଳାପକୁ ଅନୁସରଣ କରି ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିଥାନ୍ତି। ପିଲାମାନେ ସବୁବେଳେ ସେମାନଙ୍କର ପିତାଙ୍କୁ ଗର୍ବିତ କରିବାକୁ ଚାହାଁନ୍ତି, ଏବଂ ପିତା ମଧ୍ୟ ପିଲାଙ୍କର ଆଭ୍ୟନ୍ତରୀଣ ଅଭିବୃଦ୍ଧି ଏବଂ ଶକ୍ତିକୁ ପ୍ରୋତ୍ସାହିତ କରନ୍ତି।

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେତେବେଳେ ପିତାମାନେ ସ୍ନେହଶୀଳ ଏବଂ ସହଯୋଗୀ ହୁଅନ୍ତି, ଏହା ଶିଶୁର ଜ୍ଞାନ ଏବଂ ସାମାଜିକ ବିକାଶକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ। ଏହା ମଧ୍ୟ ଏକ ସାମଗ୍ରିକ ସୁସ୍ଥତା ଏବଂ ଆତ୍ମବିଶ୍ୱାସର ଭାବନା ପିଲା ମାନଙ୍କ ମଧ୍ୟରେ ସୃଷ୍ଟି କରେ।

ସବୁ ବାପା ଚାହାନ୍ତି ଯେ ନିଜର ନିଯୁକ୍ତି ପୋଜିସନ ଠାରୁ ସନ୍ତାନର ନିଯୁକ୍ତି୍ ପୋଜିସନ ଅଧିକ ହେଉ, ଯେତେବେଳେ ବାପାଙ୍କ ପୋଜିସନ ଠାରୁ ସନ୍ତାନର ପୋଜିସନ ଅଧିକ ହୋଇଯାଏ ଗର୍ବରେ ବାପାଙ୍କ ଖୁସି କହିଲେ ନସରେ। ଯଦି ବାପା ଏବଂ ସନ୍ତାନ ସମାନ ନିଯୁକ୍ତିରେ ଏକ ଜାଗାରେ ଡିଉଟି କରନ୍ତି ଯଦି ସନ୍ତାନ ବାପାଙ୍କଠୁ ଉପରିସ୍ଥ ଅଧିକାରୀ ହୋଇଥାଏ, ତେବେ ବାପାଙ୍କୁ ସଲ୍ୟୁଟ ମାରିବାକୁ ପଡିଥାଏ। ତେବେ ଏହିଭଳି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ତିରୁପତି ଅଞ୍ଚଳରେ, ତେବେ ବାପାଙ୍କୁ ନିଜ ଝିଅକୁ ସଲ୍ୟୁଟ ମାରିବାକୁ ପଡିଥିଲା। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

‘ଇଗ୍ନାଇଟ୍’ ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ସେଠାରେ ସର୍କଲ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର ଡିଉଟିରେ ଥିଲେ। ଗୁଣ୍ଟୁର ଜିଲ୍ଲାର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ଜେସି ପ୍ରସାନ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ତେବେ ଡିଏସପି ଜେସି ପ୍ରସାନ୍ତଙ୍କର ବାପା ହେଉଛନ୍ତି ସର୍କଲ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର। ଇନ୍ସପେକ୍ଟର ନିଜ ଝିଅକୁ ଦେଖି ଅତ୍ୟନ୍ତ ଖୁସି ହୋଇଯାଇଥିଲେ ଏବଂ ସଲ୍ୟୁଟ କରିଥିଲେ। ଝିଅ ମଧ୍ୟ ବାପାଙ୍କୁ ନମସ୍କାର କରି ନିଜର କର୍ତ୍ତବ୍ୟ କରିଥିଲେ।

ସୂଚନା ଅନୁଯାୟୀ ଝିଅ ଜେସି ୨୦୧୮ ବ୍ୟାଚର ବୋଲି ଜଣା ପଢ଼ିଛି। ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି ବୋଲି ଜେସି କୁହନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଆଜି ଯାହା ବି ହୋଇଛି ତାଙ୍କ ଆଦର୍ଶ ଏବଂ ପ୍ରେରଣାରେ। ବାପା ସବୁବେଳେ କହନ୍ତି ଯେ କର୍ତ୍ତବ୍ୟ ହିଁ ଭଗବାନ।

ସମାନ ଜାଗାରେ ଯେତେବେଳେ ଡିଉଟି ଚାଲିଥିଲା , ବାପା ମୋତେ ସଲ୍ୟୁଟ କରିଥିଲେ ଏବଂ କର୍ତ୍ତବ୍ୟ ସାମ୍ନାରେ ସମ୍ପର୍କ ତୁଚ୍ଛ ବୋଲି ପ୍ରମାଣିତ କରି ଦେଖାଇଥିଲେ। ମୋ ବାପାଙ୍କ ଆଦର୍ଶ ପାଇଁ ମୁଁ ଆଜି ଗର୍ବିତ ବୋଲି କହିଥିଲେ। ଅନେକ ଲୋକ ମଧ୍ୟ ଏହିପରି କାର୍ଯ୍ୟ ପାଇଁ ଉଭୟ ବାପା ଏବଂ ଝିଅଙ୍କୁ ପ୍ରଶଂସା କରିଥିଲେ। ବର୍ତ୍ତମାନ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।