ଦେଖନ୍ତୁ LIVE ଭିଡ଼ିଓ – ବିବାହ ପରେ ଲାଇଭ ଭିଡିଓ କରି ଦର୍ଶକଙ୍କ ସାମ୍ନାକୁ ଆସିଲେ ଦିପ୍ତିରେଖା,ଆଉ କହିଲେ ଏମିତି କିଛି କଥା….

ଓଡ଼ିଶାର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଭାବରେ ଦିପ୍ତିରେଖା ପାଢ଼ୀ ଙ୍କୁ ପ୍ରାୟତଃ ସମସ୍ତେ ଜାଣିଛନ୍ତି।ଏବେ ସେ ନିକଟରେ କିଛିଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ତେବେ ଲୋକପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ତାଙ୍କର ସ୍ୱର ରେ ସାରା ଓଡ଼ିଶାକୁ ଝୁମି ଦେଇଥାନ୍ତି। ଯାହାଙ୍କ ସ୍ୱର ଅତି ମଧୁର ଏବଂ ଶ୍ରୋତା ଙ୍କ ହୃଦୟକୁ ସ୍ପର୍ଶ କରିଥାଏ ମଧ୍ୟ।

ତେବେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ହୋଟେଲ୍‌ରେ ପରିବାର ଲୋକଙ୍କ ଉପସ୍ଥିତିରେ କିଛିଦିନ ତଳେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଯାହା ସୂଚନା ରହିଛି ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ ଜଣଙ୍କ ଖୋର୍ଦ୍ଧାର ସୌମ୍ୟରଂଜନ ଶତପଥୀଙ୍କୁ ବିବାହ କରିଛନ୍ତି।

ବେଶ ଖୁସିର ସମାହାର ଏବଂ ଧୁମ୍ ଧାମ ର ସହିତ ସମ୍ପନ୍ନ ହୋଇଚି ତାଙ୍କର ବିବାହ।ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ, କଣ୍ଠଶିଳ୍ପୀ ଆଶୁତୋଷଙ୍କ ସହ ସଂଗୀତ ଦୁନିଆର କିଛି ହାତଗଣତି ଶିଳ୍ପୀ ବିବାହ ଉତ୍ସବରେ ଯୋଗଦେଇ ତାଙ୍କୁ ଆଶୀର୍ବାଦ ଦେଇଥିଲେ।ତେବେ ଲଭ୍‌ ଡଟ୍ କମ୍ ରୁ ସଂଗୀତ ଜଗତରେ ନିଜର ଯାତ୍ରା ଆରମ୍ଭ କରିଥିଲେ ଦୀପ୍ତିରେଖା । ତେବେ ସେ ହାଏ ତୋ ପ୍ରେମର ଗଜଲ୍‌ ଗଜଲ୍, ହାଏ ତୋ ପ୍ରେମର ରଙ୍ଗୋଲି, ଲାଲ୍‌ ଗୁଲାବି, ତୁ ମୋ ଲଭ୍‌ ଷ୍ଟୋରି ଭଳି ଅନେକ ସୁପରହିଟ୍‌ ଗୀତ ଭେଟି ଦେଇଛନ୍ତି ଦର୍ଶକଙ୍କୁ। ‌ତେବେ ଏବେ ନିକଟରେ ତାଙ୍କର ଏକ ଲାଇଭ ଭିଡିଓ ସାମ୍ନାକୁ ଆସିଛି।

ସେହି ଲାଇଭ ଭିଡିଓ ଏକ ସମୁଦ୍ର କୂଳରେ ସେ କରିଛନ୍ତି ଯେଉଁଠି ସରେଗାମାପା ର ଲଞ୍ଚିଂ ଇଭେଣ୍ଟ ପାଳିତ ହେଉଛି। ବହୁତ୍ ସୁନ୍ଦର୍ ମାହଲ୍ ଭିତରେ ଏହି ସଂଗୀତ ର ମହା ସମର ପାଳିତ ହେଉଛି। ଯେଉଁ କାର୍ଯ୍ୟକ୍ରମ ଟିଭି ରେ ପ୍ରସାରଣ ହେବାକୁ ଯାଉଛି ଜାନୁଆରୀ ୯ ତାରିଖରୁ ରାତି ୯ ଟା ସମୟରେ।

ଜି ସାର୍ଥକ ତରଫରୁ ଏହି କାର୍ଯ୍ୟକ୍ରମ ହେବାକୁ ଯାଉଛି।ତେବେ ଜି ସାର୍ଥକ ନେଇ ଆସିଚି ଏକ ବଡ଼ ପ୍ଲାଟଫର୍ମ ସଙ୍ଗୀତ ପ୍ରେମୀ ମାନଙ୍କ ପାଇଁ।ଯାହା ଏବେ ଆପଣ ମାନଙ୍କୁ ମନୋରଞ୍ଜନ ର ସୁରାକ ଯୋଗାଇବ। ଏ ବିଷୟରେ ଦୀପ୍ତି କହିଛନ୍ତି ତାଙ୍କ ଲାଇଭ ଭିଡିଓ ରେ।

ଏହି ଭିଡିଓ ରେ ସେ କେବଳ ଏକା ନାହାନ୍ତି ବରଂ ତାଙ୍କ ସହିତ ଅଛନ୍ତି ଆଉ ଜଣେ ଲୋକପ୍ରିୟ ସୁନ୍ଦରୀ ଗାୟିକା ଅସୀମା ପଣ୍ଡା।ସେ ମଧ୍ୟ ସାରେଗାମା ପା ର ଏହି ସ୍ୱରର ମହା ସମର ପାଇଁ ଆୟୋଜିତ ହୋଇଥିବା ଗ୍ରାଣ୍ଡ ଇଭେଣ୍ଟ ବିଷୟରେ ଦର୍ଶକ ମାନଙ୍କୁ କହିଛନ୍ତି। ଏବଂ ସୁନ୍ଦର ବାଲୁକା ଶିଳ୍ପରେ ସୁସଜ୍ଜିତ ମାହଲ କୁ ଦେଖାଇଛନ୍ତି।

ବହୁତ୍ ସୁନ୍ଦର୍ ଭାବରେ ସମୁଦ୍ର କୂଳରେ ଏହାର ସାଜସଜ୍ଜା ହୋଇଛି।ସେ ଏଥିରେ ବହୁତ୍ ଖୁସି ଅଛନ୍ତି ଏବଂ ସେ ଏହି କାର୍ଯ୍ୟକ୍ରମକୁ ପରିବାର ସହ ବସି ଏହାକୁ ଦେଖି ଏହାର ମଜା ନେବାକୁ କହିଛନ୍ତି। ତେବେ ଏହି ଦୁଇଜଣ କଣ୍ଠଶିଳ୍ପୀ ସଙ୍ଗୀତ ଦୁନିଆରେ ବେଶ ନାମ କରି ପାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।