ଦେଖନ୍ତୁ ଭିଡ଼ିଓ – ସେଲ୍ଫି ନେବା ହେଲା କାଳ । ସେଲ୍ଫି ନେବା ବେଳେ ନଦୀ ସ୍ରୋତରେ ଭାସି ଗଲେ ଯୁବକ ଯୁବତୀ…

ସେଲ୍ଫି ନେବା ହେଲା କାଳ । ପିକନିକ ରେ ଶେଲ୍ଫୀ ନେବାକୁ ଯାଇ ଗୁରୁତର ଅବସ୍ଥା ରେ ଭାଷୀ ଗଲେ ଯୁବକ ଯୁବତୀ । ଗୁରୁତର ଅବସ୍ଥା ରେ ଯୁବକ ଙ୍କୁ ଉଦ୍ଧାର କରାଯାଇ ଅଛି। ସୁନ୍ଦରଗଡ଼ ତଳସରା ଇପ୍ ନଦୀ କୂଳ ରେ ଛିଡ଼ା ହୋଇ ସେଲ୍ଫିି ନେଉ ଥିଲେ । ହେଲେ ହଠାତ୍ ଗୋଡ଼ ଖସି ଯିବାରୁ ନଦୀ ସ୍ରୋତ ରେ ଭାଷୀ ଯାଇ ଥିଲେ । ପରିବାର ଓ ସମ୍ପର୍କୀୟ ଲୋକ ମାନେ ଦେଖି ପାଟି କରିବା ପରେ ସ୍ଥାନୀୟ ଲୋକ ମାନେ ଖୋଜା ଖୋଜି କରିଥିଲେ । ପୋଲିସ୍ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ଖୋଜା ଖୋଜି କରୁଛନ୍ତି।

ଯୁବତୀ ଙ୍କ ର ଏଯାଏ କିଛି ପତା ମିଳି ନାହିଁ । ତେବେ ବାରମ୍ବାର ଏଭଳି ଘଟଣା ସାମ୍ନା କୁ ଆସିବା ପରେ ମଧ୍ୟ କେଉଁଠି ନା କେଉଁଠି ଯୁବ ପିଢ଼ି ଏହି ସବୁ ଜିନିସ ପାଇଁ ସଚେତନ ନୁହନ୍ତି ବୋଲି ଏଥିରୁ ଜଣା ପଡିଛି । ତେବେ ନୂଆ ବର୍ଷ ପାଇଁ ପ୍ରାୟ ସବୁ ପର୍ଯ୍ୟଟକ ସ୍ଥଳୀ ମାନଙ୍କ ରେ ଭିଡ଼ ଦେଖିବାକୁ ମିଳିଛି।

ତେବେ ସ୍ଥାନୀୟ ଯୁବକ ମାନେ ମଧ୍ୟ ଯୁବତୀ କୁ ଖୋଜିବା ଆରମ୍ଭ କରିଛନ୍ତି। ଯେଉଁ କୁଣ୍ଡ ଟି ରହିଛି ସେହି କୁଣ୍ଡ ରେ ପ୍ରଚୁର ପରିମାଣ ର ପଥର ରହିଛି ଓ ପଥର ତଳକୁ ପାଣି ରହିଛି। ଯୁବତୀ ଜଣଙ୍କ ପାଣି କୁ ଖସି ପଡି ଅଛନ୍ତି । ତେବେ ପଥର ଭିତରେ ଗୁମ୍ଫା ପରି ହୋଇ ସେଥିରେ ପାଣି ସବୁ ରହିଛି। ତେବେ ସେଠାରେ କେତେ ପାଣି ରହିଛି ଏହା କାହାକୁ ଜଣା ନାହିଁ ।

ଲୋକ ମାନେ ରସି ସାହାର୍ଯ୍ୟ ରେ ଗୋଟିଏ ପଥର ରୁ ଆଉ ଗୋଟିଏ ପଥର କୁ ଯାଉ ଅଛନ୍ତି ଆଉ ଯୁବତୀ ଙ୍କୁ ଖୋଜିବା ର ପ୍ରୟାସ ଜାରି କରିଛନ୍ତି। ତେବେ ଯୁବତୀ ଙ୍କ ପରିବାର ଲୋକ ମାନେ ମଧ୍ୟ ସେମାନଙ୍କୁ ସାହାର୍ଯ୍ୟ କରୁଛନ୍ତି। ତେବେ ଯେଉଁ ଯୁବକ ଜଣକ ଗୁରୁତର ଅବସ୍ଥା ରେ ଉଦ୍ଧାର ହୋଇଛନ୍ତି ସେ କହିଛନ୍ତି ଯେ ସେମାନେ ଦୁଇଜଣ ପଥର ଉପରେ ଫଟୋ ଉଠାଇ ଥିଲେ ।

ସେଇଠୁ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ଦୁଇ ଜଣ ସେଠାରେ ପଡ଼ି ଯାଇ ଥିଲେ। ତେବେ ଯୁବକ ଜଣକ ଅଣ୍ଟା ରେ ଓ ଗୋଡ଼ ରେ ଆଘାତ ଦେଖିବାକୁ ମିଳିଛି ଆଉ ଯୁବତୀ ଜଣକ ପାଣି ରେ ପଡି ଯାଇଥିଲେ ତାଙ୍କର ଆଉ ଦେଖା ମିଳି ନଥିଲା। ତେବେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସ୍ଥାନୀୟ ଲୋକ, ପୋଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଜୋରଦାର ଖୋଜା ଆରମ୍ଭ କରିଛନ୍ତି । ତେବେ ଏହି ଘଟଣା ପରେ ଲୋକ ମାନଙ୍କୁ ସେହି ସ୍ଥାନ ରେ ସତର୍କ ରହିବା ଉଚିତ୍ । ତେବେ ସେହି ସ୍ଥାନ ଟି ସମ୍ପୂର୍ଣ ବିପଦପୂର୍ଣ୍ଣ ରହିଛି ତେଣୁ ସ୍ଥାନୀୟ ପ୍ରଶାସନ ର ଏବେ ଦାୟିତ୍ଵ ଯେ ଲୋକ ମାନଙ୍କୁ ସତର୍କ କରେଇବା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।