ଖୁସି ଖବର ! ନିର୍ଭୟା ଓକିଲ ମାଗିଲେ ସବୁ ତଥ୍ୟ, ପରୀ କେସ ଲଢିବେ ! ପରୀ ଏବଂ ତାଙ୍କ ବାପା ମା’ ଙ୍କୁ ନ୍ୟାୟ ଦେବା ପାଇଁ ଗୋଟିଏ ସେୟାର ଏବଂ ସମର୍ଥନ କରନ୍ତୁ…

ନୟାଗଡ଼ ର କୁନି ଝିଅ ପରୀର ହତ୍ୟା ମାମଲା ରେ ଏବେ ପର୍ଯ୍ୟନ୍ତ କୌଣସି ଠୋସ ପ୍ରମାଣ ର ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରି ନାହିଁ। ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ ମଧ୍ୟ ଏସଆଇଟି ର ମୁଖ୍ୟ ଅରୁଣ ବ୍ରୋଥାଙ୍କ ତଦନ୍ତ ଆଶାନୁରୂପ ହୋଇ ପାରି ନାହିଁ। ପରୀର ବାପା ମାଆ ଏବଂ ଗ୍ରାମର ଲୋକ ମାନଙ୍କର କହିବା ଅନୁସାରେ ଅଭିଯୁକ୍ତ ପାଖରେ ପହଞ୍ଚି ନାହିଁ ଏହି ଟିମ୍। ଅପରପକ୍ଷେ ମଧ୍ୟ ଲୋକମାନେ ଅଭିଯୋଗ କରୁଛନ୍ତି କି ସେ ସରୋଜକୁ ଫସାଇ ଦିଆ ଯାଇଛି। ଆଉ ଏତିକି ବେଳେ ଏହି ଘଟଣାରେ କିଛିଦିନ ତଳେ ମୁହଁ ଖୋଲିଥିଲେ ଦିଲ୍ଲୀ ନିର୍ଭୟା ଙ୍କ ମା ଆଶା ଦେବୀ।

ସେ ତାଙ୍କର ନିଜ ପ୍ରତିକ୍ରିୟା ରଖି ରାଜ୍ୟ ସରକାର ଙ୍କୁ କଡା ସମାଲୋଚନା କରିଥିଲେ ଏବଂ ପରିକୁ ନ୍ୟାୟ ଦେବା ପାଇଁ ସି ବି ଆଇ ତଦନ୍ତ ଆବଶ୍ୟକ ବୋଲି କହିଥିଲେ।ଏହାସହ ଆଶା ଦେବୀ ପରିର ପରିବାର ଲୋକଙ୍କୁ ସାହସ ଏବଂ ବିଶ୍ୱାସ ଦେଇଥିଲେ ଯେ ପରି କୁ ଉଚିତ୍ ନ୍ୟାୟ ନିଶ୍ଚିତ ଭାବରେ ମିଳିବ।

କେବଳ ଏତିକି ନୁହେଁ ଏହା ମଧ୍ୟ କୁହା ଯାଉଛି ଯେ ନିର୍ଭୟା ଙ୍କ ମାଆ ପରୀ କେଶ୍ ର ସମସ୍ତ ତଥ୍ୟ ମଧ୍ୟ ମାଗିଛନ୍ତି। କାରଣ ଏବେ ପରି ର କେଶ୍ ଲଢ଼ିବେ ନିର୍ଭୟଙ୍କା ଓକିଲ ଯିଏକି ନିର୍ଭୟା ଗଣ ବଳାତ୍କାର ରେ ଅଭିଯୁକ୍ତ ମାନଙ୍କୁ ଫାଶୀ ରେ ଝୁଲାଇବାକୁ ସକ୍ଷମ ହୋଇ ପାରିଛନ୍ତି।ଏହି ଓକିଲଙ୍କ ନାମ ହେଉଛି ସୀମା।

ଏବେ ତାଙ୍କର ଏହି କେଶ୍ ରେ ହସ୍ତକ୍ଷେପ ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଛି। ବିଭିନ୍ନ ପ୍ରକାର ଆଲୋଚନା ସମାଲୋଚନା ଭିତରେ ଏହି କଥା ଏବେ ବହୁତ ଚର୍ଚ୍ଚାରେ ରହିଛି ଯେ ନିର୍ଭୟା ଙ୍କ ଓକିଲ ଲଢ଼ିବେ ପରି କେଶ୍।ତେବେ ଆପଣଙ୍କୁ କହି ରଖୁଛୁ ଯେ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଜଣେ ୫ ବର୍ଷର ନାବାଳିକା କୁ ହତ୍ୟା କରିଥିଲେ କିଛି ମଣିଷ ରୂପୀ ରାକ୍ଷସ ।

ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା ବୋଲି ମଧ୍ୟ ତଥ୍ୟ ସାମ୍ନାକୁ ଆସିଥିଲା।ଆଉ ସେବେଠାରୁ ପରୀ କୁ ନ୍ୟାୟ ଦେବା ପାଇଁ ସାରା ରାଜ୍ୟରେ ଏବଂ ରାଜ୍ୟ ବାହାରେ ମଧ୍ୟ ଚାଞ୍ଚଲ୍ୟ ପଡିଥିଲା। କିନ୍ତୁ ଦୁଃଖର ବିଷୟ ଏହା ଯେ ଏବେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ପାରିଲା ନାହିଁ।

ପରୀ ଏବଂ ତାର ପରିବାରକୁ ନ୍ୟାୟ ନମିଳିବା କାରଣରୁ ତାଙ୍କର ବାପା ମା ରାଜରାସ୍ତାକୁ ମଧ୍ୟ ଆସିଥିଲେ ଏବଂ ପରୀ ଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବି କରିଥିଲେ। ଏହାସହ କିଛି ଲୋକଙ୍କ ନାମ ମଧ୍ୟ ନେଇଥିଲେ ଯେ ସେମାନେ ଏହି ହତ୍ୟା ସହିତ ସଂପୃକ୍ତ ଥାଇ ପାରନ୍ତି। କିନ୍ତୁ ଏଯାବତ ସେ ଦିଗରେ କୌଣସି ତଦନ୍ତ ହୋଇ ପାରିଲା ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।