ଜରୁରୀ ଖବର ! ନୂଆବର୍ଷ ରେ ଦେଶବାସୀ ମାନଙ୍କ ପାଇଁ ଆସିଲା ଖୁସି ଖବର ।। ସମ୍ପୂର୍ଣ୍ଣ ମାଗଣାରେ ସମସ୍ତଙ୍କୁ ମିଳିବ କରୋନା ଟୀକା, କାହାକୁ ପ୍ରଥମେ ମିଳିବ ଦେଖନ୍ତୁ….

ଦେଶବାସୀ ମାନଙ୍କ ପାଇଁ ଆସିଛି ଏକ ବଡ଼ ଖବର ଯାହାକି କରନା ଭାଇରସ ଟୀକା ବର୍ତ୍ତମାନ ସମସ୍ତ ଦେଶବାସୀ ମାନଙ୍କୁ ମାଗଣା ରେ ମିଳିବା ପାଇଁ ଯାଉଛି। ବିଶ୍ଵ ର ସବୁଠୁ ବଡ଼ ଟୀକା କରନା ଭାଇରସ ଟୀକା ବର୍ତ୍ତମାନ ଭାରତ ରେ ମାଗଣା ମିଳିବା ପାଇଁ ଯାଉଛି। ତେବେ ଭାରତ ର ସମସ୍ତ ଲୋକ ମାନଙ୍କୁ ଏହି ଟୀକା ମାଗଣା ଦିଆ ଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି ।

ବର୍ତ୍ତମାନ ଏହି ନିୟୁଯ ଟି ଆସିବା ପରେ ସମସ୍ତ ଭାରତବାସୀ ମାନଙ୍କୁ ଟିକେ ଅଶ୍ଵକ୍ତି ମିଳିଛି ।ତେବେ କରନା ଟୀକା ର ବଣ୍ଟନ ପାଇଁ ସାରା ଦେଶରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ବର୍ତ୍ତମାନ ଏମିତି ଏକ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ।

କେବଳ ଏତିକି ନୁହେଁ ଆଜିଠାରୁ ସାରା ଦେଶରେ ପ୍ରାକ୍ ପ୍ରସ୍ତୁତି ବା ଡ୍ରାଏ ରନ୍ ଆରମ୍ଭ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ କରନା ଭାଇରସ ପାଇଁ ସାରା ଦେଶରେ କୁ ଲୋକ ମାନଙ୍କ ମନରେ କୋକୁଆ ଭୟ ଘର ବାନ୍ଧି ରହିଛି। ତେଣୁ ସମସ୍ତେ ଏହି ଭାଇରସ ର ଭ୍ୟାକସିନ କୁ ଚାତକ ଭଳି ଚାହିଁ ରହିଛନ୍ତି । ତେବେ ଶେଷରେ ସମସ୍ତ ଙ୍କ ଅପେକ୍ଷା ର ଅନ୍ତ ଘଟିଛି ଆଉ ବିଶ୍ବ ର ସବୁଠୁ ବଡ଼ ଟୀକା କରନା ଟୀକା ଆସି ଯାଇଛି। ତେବେ ପୂର୍ବରୁ ମିଳିଥିବା ସୂଚନା ଅନୁସାରେ ଏହି ଟୀକା ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଦିଆ ଯିବ ଓ ଏହା ପରେ ସାଧାରଣ ଲୋକ ମାନଙ୍କୁ ବଣ୍ଟା ଯିବ ।

ଆଉ ଏହି ଟୀକା ପାଇଁ ପ୍ରଥମେ ଏକ ଆପ ମାଧ୍ୟମ ରେ ରେଜିଷ୍ଟ୍ରର କରି ଏହାକୁ କିଛି ମୂଲ୍ୟ ଦେଇ କିଣିବା ପାଇଁ ପଡ଼ିବ। ତେବେ ଏହି ଭଳି ଭାବେ କରନା ଟୀକା ଲୋକ ମାନଙ୍କ ପାଖରେ ପହଞ୍ଚିବ ବୋଲି ସୂଚନା ମିଳି ଥିଲା ।

କିନ୍ତୁ ଡ୍ରାଏ ରନର ଶୁଭାରମ୍ଭ କରିବାକୁ ଦିଲ୍ଲୀର ଜିଟିବି ହସ୍ପିଟାଲ ଯାଇଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏହା ଏକ ମିଥ୍ୟା ପ୍ରଚାର ବୋଲି କହିଛନ୍ତି ଆଉ କହିଛନ୍ତି କି ‘ଲୋକ ମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ମଧ୍ୟ ଏହି ପରି ମିଥ୍ୟା ପ୍ରଚାର ଠାରୁ ଦୂରେଇ ରୁହନ୍ତୁ। ଭ୍ୟାକସିନର ସୁରକ୍ଷାକୁ ସୁନିଶ୍ଚିତ କରିବା ଆମର ଦାୟିତ୍ୱ।’ ତେବେ ଏହି କଥା କହିବା ବେଳେ ସେ ପୋଲିଓ ଭ୍ୟାକିଶୀନ କଥା ମଧ୍ୟ ସମସ୍ତକୁ ମନେ ପକାଇ ଦେଇଛନ୍ତି।

ତେବେ ପୂର୍ବଥର ୪ ଟି ରାଜ୍ୟରେ ସଫଳତା ର ସହ ଡ୍ରାଏ ରନ୍ ହୋଇ ସାରିଛି ବୋଲି ସେ କହିଛନ୍ତି। ତେବେ ପୂର୍ବରୁ ହୋଇଥିବା ଡ୍ରଏ ରନ୍ ରେ ହୋଇଥିବା ତ୍ରୁଟି ର ସମାଧାନ ପରବର୍ତ୍ତୀ ଡ୍ରଏ ରନ୍ ରେ କରାଯିବ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ଡ୍ରଏ ରନ୍ ପାଇଁ ଓ ଟୀକା ର ସଠିକ୍ ବିତରଣ ପାଇଁ ୨୦୦୦ ରୁ ଅଧିକ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।