ବିବାଦରେ ଭାରତୀୟ ଖେଳାଳି ! ଭାଇରାଲ ହେଉଛି ଗୋମାଂସ ବିଲ ଛିଃ ଛିଃ….

ଓଡ଼ିଆ ରେ ରୋହିତ ଶର୍ମା ଙ୍କ ସହିତ ପାଞ୍ଚ ଖେଳାଳି। ଗୋଟିଏ ଭୁଲ୍ ପାଇଁ ମ୍ୟାଚ୍ ରୁ ରହିବେ ବାଦ୍ । ଖେଳି ପାରିବେ ନାହିଁ ଅଷ୍ଟ୍ରେଲିଆ ବିପକ୍ଷ ରେ ତୃତୀୟ ଟେଷ୍ଟ । ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍ କୁ ଝଟକା। ରୋହିତ ଶର୍ମା ଙ୍କ ସହିତ ପାଞ୍ଚ ଜଣ ଖେଳାଳି ଙ୍କୁ ପଠା ହେଲା ଆଇଶୋଲେଶନ କୁ । ତେବେ ଏହି ପାଞ୍ଚ ଖେଳାଳି ମଧ୍ୟରେ କେଉଁ କେଉଁ ଖେଳାଳି ସବୁ ଅଛନ୍ତି କେଉଁ ଭୁଲ୍ ପାଇଁ ମ୍ୟାଚ୍ ରୁ ବାଦ୍ ପଡ଼ିଲେ ।

ଅଷ୍ଟ୍ରେଲିଆ ବିପକ୍ଷ ରେ ତୃତୀୟ ଟେଷ୍ଟ ସିରିଜ କୁ ନେଇ ଉତ୍ସାହିତ ଥିବା ଭାରତୀୟ କ୍ରିକେଟ୍ ଦଳ । ବର୍ତ୍ତମାନ ଭାରତୀୟ ଦଳ ତୃତୀୟ ଟେଷ୍ଟ ଶୀରିଜ୍ ପାଇଁ ପ୍ରସ୍ତୁତ ହେଉଛି।

ତା ପୂର୍ବରୁ ଭାରତୀୟ ଦଳ କୁ ଏକ ବଡ ଝଟକା ଲାଗିଛି। କୋଭିଡ ନିୟମ ଉଲଙ୍ଘନ ରେ ଭାରତ ର ପ୍ରମୁଖ ଖେଳାଳି ରୋହିତ ଶର୍ମା ଙ୍କ ସମେତ ରୀଶବ୍ ପନ୍ତ , ନଭଦ୍ଧିପ ସୈନ , ସୁବମନ୍ ଗିଲ ଙ୍କୁ ଏକାନ୍ତ ବାସ କୁ ପଠାଇ ଦିଆ ଯାଇଛି । ଏନେଇ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ତରଫରୁ ଟୁଇଟ କରି ସୂଚନା ଦେଇଛି । ଏହି ପାଞ୍ଚ ଜଣ ଖେଳାଳି ନୂଆ ବର୍ଷ ଉପଲକ୍ଷେ ମେଲବନ୍ ର ଏକ ରେଷ୍ଟୁରାଣ୍ଟ ରେ ଖାଉ ଥିବା ବେଳ ର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ବିସିସିଆଇ ଆଉ ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା ।

ଏହି ପାଞ୍ଚ ଜଣ ଖେଳାଳି ମାନଙ୍କୁ ଅନ୍ୟତ୍ର ଏକାନ୍ତ ବାସ ରେ ରଖା ଯାଇଛି । ତେବେ ରେଷ୍ଟୁରାଣ୍ଟ ରେ ଖାଉଥିବା ସମୟ ରେ ଜଣେ ଭାରତୀୟ ପ୍ରଶଂସକ ଖେଳାଳି ମାନଙ୍କୁ ବିଲ୍ ଦେଇ ଥିଲେ । ବିଲ୍ ର ଏକ ଫଟୋ ସୋସିଆଲ ମିଡିଆ ରେ ସେୟାର ମଧ୍ୟ କରିଥିଲେ। ଏହି ବିଲ୍ ର ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଛି।

ଟିମ୍ ଅଷ୍ଟ୍ରେଲିଆ ପକ୍ଷରୁ ସୋସିଆଲ ମିଡ଼ିଆ ରେ ଏକ ବିବୃତି ଜାରି କରି ଲେଖିଛନ୍ତି ଯେ ଖେଳାଳି ମାନେ ନିୟମ ଉଲଂଘନ କରିଛନ୍ତି। ଏମାନଙ୍କୁ ପରବର୍ତ୍ତୀ ମ୍ୟାଚ୍ ରେ ହିଁ ବାସନ୍ଦ କରାଯାଇ ପାରେ । କ୍ରିକେଟ ଅଷ୍ଟ୍ରେଲିଆ ର ନିୟମ ଅନୁସାରେ ଖେଳାଳି ମାନେ ରେଷ୍ଟୁରାଣ୍ଟ ରେ ଖାଇ ପାରିବେ । କିନ୍ତୁ ସେମାନେ କେବଳ ଆଉଟ୍ ଡୋର ରେଷ୍ଟୁରାଣ୍ଟ ରେ ଖାଇ ପାରିବେ ।

ଭାରତୀୟ ଖେଳାଳି ମାନେ ଇଣ୍ଡୋର୍ ରେଷ୍ଟୁରାଣ୍ଟ ରେ ଖାଉଥିବା ନିୟମ ଉଲଂଘନ ବୋଲି କୁହା ଯାଉଛି । ଏହା ନିୟମ ଉଲଂଘନ ବୋଲି କହିଛନ୍ତି ଓ ତାଙ୍କୁ ଏକାନ୍ତ ବାସ କୁ ପଠାଇ ଦିଆ ଯିବାର ନିଷ୍ପତ୍ତି ନିଆ ଯାଇଛି ।ଫଳରେ ପରବର୍ତ୍ତୀ ଟେଷ୍ଟ ମ୍ୟାଚ ଖେଳିବା କଷ୍ଟକର ହୋଇଯିବ। ତେବେ ଖେଳାଳି ମାନେ ଅନ୍ୟ ଖେଳାଳୀ ମାନଙ୍କ ଠାରୁ ଦୂରେଇ ରହିବେ । ଆଉ ଅଭ୍ୟାସ ସମୟ ରେ ସେମାନେ ଅନ୍ୟ ଖେଳାଳି ମାନଙ୍କ ସହିତ ମିଶି ପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।