2020 ରେ ଦେଶର ସବୁଠାରୁ ସର୍ବଶ୍ରେଷ୍ଠ ସାଂସଦ ହେଲେ ଅପରାଜିତା ଷଡ଼ଙ୍ଗୀ । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ, ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…

୨୦୨୦ ମସିହାରେ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବରେ ମନୋନୀତ ହୋଇଛନ୍ତି ଭୁବନେଶ୍ୱର ଲୋକସଭା ଆସନର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବେଷ୍ଟ୍ ପାର୍ଲିଆମେଣ୍ଟ ଅଫ୍ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବ ଭାରତୀୟ ସ୍ତରରେ ସର୍ଭେ ପରେ ଏହି ଘୋଷଣା ହୋଇଛି।ଆଉ ଏହା ପରେ ସାଂସଦ ଅପରାଜିତା ଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି।

ଶ୍ରେଷ୍ଠ ସାଂସଦ ମନୋନୀତ ହେବା ପରେ ଟୁଇଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା।ସେ କହିଛନ୍ତି ଯେ ଗତବର୍ଷ ଲୋକଙ୍କ ପାଇଁ ସେ କରିଥିବା କାମର ଏ ହେଉଛି ପୁରସ୍କାର ସଦୃଶ। ଯାହା ତାଙ୍କୁ ଅନେକ କିଛି ଶିକ୍ଷା ଦେଇଛି।

ଏଥିସହ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି। ତେବେ ତାଙ୍କର ଏହି କୃତିତ୍ୱ ପାଇଁ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଆରମ୍ଭ ହେବାରେ ଲାଗିଛି।ରାଜ୍ୟ ରାଜନୀତିରେ ଏକ ବହୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ଚେହେରା। ଭୁବନେଶ୍ୱର ଲୋକସଭା ଆସନରୁ ଲୋକସଭା ପ୍ରାର୍ଥୀ ଭାବରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ସେ ଦୀର୍ଘ ଦିନ ଧରି ଶାସନ ଭାର ରେ ଥିବା ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ଅରୂପ ପଟ୍ଟନାୟକ କୁ ହରାଇ ବିଜୟ ଲାଭ କରିଛନ୍ତି। ତେବେ ଏବେ ସେ ଭାରତୀୟ ଜନତା ପାର୍ଟିର ଜଣେ ଆଗ ଧାଡ଼ିର ନେତ୍ରୀ ଅଟନ୍ତି ଏବଂ ତାଙ୍କ ହାତରେ ଏବେ ଅନେକ କ୍ଷମତା।

ରାଜ୍ୟ ବିଜେପି ର ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଏବେର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ନାମକୁ ନେଇ ଚର୍ଚା ହେଉଅଛି କାରଣ ଏଥିପ୍ରତି ତାଙ୍କର ଭୂମିକା ଗୁରୁତ୍ଵ ପୂର୍ଣ୍ଣ ଅଟେ। ଯେଉଁ କାରଣ ପାଇଁ ତାଙ୍କୁ ଦଳ ତରଫରୁ ବାରମ୍ବାର ବଡ଼ ବଡ଼ ପଦବୀ ମଧ୍ୟ ଦିଆ ଯାଉଛି।ଏବେ ପୁଣି ଥରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ମିଳିଛି ଏକ ବଡ ଦାୟିତ୍ୱ ।

ତେବେ ସୂଚନା ମୁତାବକ ସେ ପୂର୍ବରୁ ରାଷ୍ଟ୍ରୀୟ ପ୍ରବକ୍ତା ଭାବରେ ନିଯୁକ୍ତ ପାଇଥିବା ବେଳେ ଏବେ ପୁଣି ସେ ବିଜେପି ତରଫରୁ ଏକ ବଡ଼ ଦାୟିତ୍ୱ ଲିଭାଇବାକୁ ଯାଉଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବେ ୩ ଟି ରାଜ୍ୟର ମିଡ଼ିଆ ପ୍ରଭାରୀ ଦାୟିତ୍ୱ କୁ ତୁଲାଇ ବାକୁ ଯାଉଛନ୍ତି।

ସୂଚନା ଅନୁଯାୟୀ ସାଂସଦ ଅପରାଜିତା ଙ୍କୁ କିଛିଦିନ ତଳେ ୩ଟି ରାଜ୍ୟର ର ମିଡ଼ିଆ ପ୍ରଭାରୀ ଭାବେ କେନ୍ଦ୍ର ବିଜେପି ଦ୍ୱାରା ନିଯୁକ୍ତ କରା ଯାଇଛି। ଯାହା ପରେ ଏବେ ତାଙ୍କ ଦାୟିତ୍ୱ ଆହୁରି ଅଧିକ ବଢ଼ି ଯାଇଛି।ତେବେ ଦାୟିତ୍ୱ କୁ ତୁଲାଇବା ରେ ଦୃଢ଼ ଆତ୍ମ ବିଶ୍ୱାସ ଏବଂ ବଦ୍ଧ ପରିକର ଥିବା ଅପରାଜିତା ଏବେ ଏହି ନୁଆ ଦାୟିତ୍ୱ କୁ କିଭଳି ଭାବରେ ତୁଲାଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଯାହାକୁ ନେଇ ଏବେ ପୁଣି ପ୍ରଶଂସକ ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।