ଦେଖନ୍ତୁ ଭିଡ଼ିଓ – ରିଲିଜ ହେଲା ନୂଆ ଓଡ଼ିଆ ରୋମାଣ୍ଟିକ ଆଲବମ ଭିଡ଼ିଓ ‘ମୁଁ ପ୍ରେମୀ ବଂଜାରା’ ଏବେ ସୁଦ୍ଧା ୩୭ଲକ୍ଷ ଲୋକ ଦେଖି ସାରିଲେଣି….

ଆଜିର ଵ୍ୟସ୍ତବହୁଳ ଜୀବନ ମଧ୍ୟରେ ମନୁଷ୍ୟ ଯେତେ ବ୍ୟସ୍ତ ରହିଲେ ମଧ୍ୟ ମନୋରଞ୍ଜନ କରିବାକୁ ଭୁଲିନଥାଏ। କାରଣ ଅତୀତରରେ ଲୋକମାନେ ମଧ୍ୟ ନୃତ୍ୟ, ଗୀତ ମାଧ୍ୟମରେ ମନୋରଞ୍ଜନ କରୁଥିଲେ, ତାହା ଆଜି ପର୍ଯ୍ୟନ୍ତ ଚାଲି ଆସୁଛି।ଧୀରେ ଧୀରେ ସମୟର ତାଳେ ତାଳେ ମନୋରଞ୍ଜନ ଦୁନିଆରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି।

କିନ୍ତୁ ଏବେ ସୋସିଆଲ ମିଡ଼ିଆ, ମନୋରଞ୍ଜନ ଦୁନିଆକୁ ଏକ ଅଲଗା ରୂପ ଦେଇଛି। ପୂର୍ବରୁ କେବଳ ଟେଲିଭିଜନ ମାଧ୍ୟମରେ ସୀମିତ ଥିଲା। ବର୍ତ୍ତମାନ You Tube, Netflix ଭଳି ପ୍ଲାଟଫର୍ମ ମନୋରଞ୍ଜନ ଦୁନିଆକୁ ଏକ ଅଲଗା ସ୍ଥାନ ଦେଇଛି।

ଦିନ ଥିଲା ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ଆଲବମ ସଙ୍ଗୀତର ରାଜ ଚାଲିଥିଲା। କିନ୍ତୁ ଧୀରେ ଧୀରେ ଏହାର ମାତ୍ରା ଟିକେ କମିବାରେ ଲାଗିଥିଲା। ଓଡ଼ିଶାରେ ବର୍ତ୍ତମାନ ଅନେକ ଗୁଡିଏ You Tube ଚେନାଲ ତିଆରି ହେଲାଣି ଯାହାକି ସେମାନେ ପ୍ରତ୍ୟେକ ଦିନ କିଛିନା କିଛି ଆଲବମ ରିଲିଜ କରୁଛନ୍ତି। ଯାହାକି ସେମାନେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଆଗକୁ ନେଇ ଯିବେ। ତେବେ ‘ମୁଁ ପ୍ରେମୀ ବଂଜାରା’ ନାମକ ଏକ ଓଡିଆ ରୋମାଣ୍ଟିକ ଆଲବମ ଭିଡ଼ିଓ ରିଲିଜ ହୋଇଛି ଏବଂ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି।

ଓଡ଼ିଆ ଇ ନ୍ୟୁଜ ନାମକ ନାମକ You Tube ଚେନେଲ ରେ ଏହି ସପ୍ତାହରେ ‘ମୁଁ ପ୍ରେମୀ ବଂଜାରା’ ନାମକ ରୋମାଣ୍ଟିକ ଆଲବମ ଭିଡ଼ିଓ ରିଲିଜ ହୋଇଛି। ଏଥିରେ ନିର୍ଦେଶନା ଦେଇଛନ୍ତି, କାର୍ତ୍ତିକ ରୋହାନ, ଗୀତଟିକୁ ଲେଖିଛନ୍ତି ଅରୁଣ ମନ୍ତ୍ରୀ, ଏହା ବ୍ୟତୀତ କଣ୍ଠଦାନ କରିଛନ୍ତି ଆମ ସମସ୍ତଙ୍କର ଅତି ପ୍ରିୟ ହ୍ୟୁମାନ ସାଗର ଏବଂ ଶ୍ରୀୟା ମିଶ୍ର।

‘ମୁଁ ପ୍ରେମୀ ବଂଜାରା’ ସଙ୍ଗୀତରେ ବିକ୍ରମ ଏବଂ ଆଶ୍ରିତା ନିଜର ଆଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନକୁ ଆକୃଷ୍ଟ କରିଛନ୍ତି। ଗୀତଟିକୁ ବହୁ ମାତ୍ରାରେ ଲୋକମାନେ ଦେଖୁଛନ୍ତି ଏବଂ ପସନ୍ଦ ମଧ୍ୟ କରୁଛନ୍ତି।

ତେବେ ‘ମୁଁ ପ୍ରେମୀ ବଂଜାରା’ ଭିଡ଼ିଓଟି ୧ ସପ୍ତାହ ମଧ୍ୟରେ ୩ ଲକ୍ଷ୍ୟ ଲୋକ ଦେଖିସାରିଲେଣି ଏବଂ ବହୁ ଦର୍ଶକ ଏହି ଭିଡ଼ିଓକୁ ପସନ୍ଦ ମଧ୍ୟ କରୁଛନ୍ତି। ଅନେକ ଦର୍ଶକ ‘ମୁଁ ପ୍ରେମୀ ବଂଜାରା’ ଗୀତଟିକୁ ଏତେ ମାତ୍ରାରେ ପସନ୍ଦ କରୁଛନ୍ତି ଯେ ହ୍ଵାଟସପ ଷ୍ଟାଟସ ରଖୁଛନ୍ତି। ତେବେ ଗୀତଟି ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଏବଂ ବହୁ ଲୋକ ସେୟାର ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।