ଖୁସି ଖବର ! ସ୍କୁଲ୍ ଖୋଲିବାକୁ ନେଇ ଓଡିଶା ସରକାରଙ୍କର ବଡ଼ ନିଷ୍ପତି । ଜାନୁଆରୀ ୮ ତାରିଖରେ ପାଠ ପଢ଼ା ଆରମ୍ଭ, ଏହି ତାରିଖରେ ହେବ ପରୀକ୍ଷା….

ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ଯାଉଥିବା ପିଲା ମାନଙ୍କ ପାଇଁ ଆସିଲା ବଡ଼ ଖବର। ସ୍କୁଲ୍ ଖୋଲିବା କୁ ନେଇ ଆସିଲା ବଡ଼ ଖବର । ରାଜ୍ୟ ରେ ଜାନୁଆରୀ ୮ ତାରିଖ ରୁ ଖୋଲିବା ପାଇଁ ଯାଉଛି ସ୍କୁଲ୍ । ଏଥି ସହିତ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରା ଯାଇଛି। ତେବେ ଜାନୁଆରୀ ୮ ତାରିଖ ରୁ କେଉଁ କେଉଁ ଶ୍ରେଣୀ ର ପାଠ ପଢ଼ା ଯିବ ଆସନ୍ତୁ ଜାଣିବା ;

ତେବେ ଜାନୁଆରୀ ୮ ତାରିଖ ରୁ ରାଜ୍ୟ ରେ ଖୋଲିବା ପାଇଁ ଯାଉଛି ସ୍କୁଲ୍ । କୋଭିଡ କଟକଣା କୁ ମାନି ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ର ପିଲା ମାନେ ପାଠ ପଢିବା ପାଇଁ ଆସିବେ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଚୂଡାନ୍ତ ନିଷ୍ପତ୍ତି ନେଇଛି । ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲା ମାନଙ୍କ ପାଇଁ ସ୍କୁଲ୍ ଖୋଲିବ।

କେବଳ ଦଶମ ଦଶମ ଶ୍ରେଣୀ ଓ ଦ୍ଵାଦଶ ଶ୍ରେଣୀ ପିଲା ମାନେ ସ୍କୁଲ୍ ଯିବେ। ମାଧ୍ୟମିକ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଜାନୁଆରୀ ୮ ତାରିଖ ରୁ ଏପ୍ରିଲ ୨୬ ପର୍ଯ୍ୟନ୍ତ କ୍ଲାସ୍ ହେବ। ସେହି ପରି ଜାନୁଆରୀ ମାସ ୮ ତାରିଖ ରୁ ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ଦ୍ଵାଦଶ ଶ୍ରେଣୀ ର ପିଲା ମାନେ କ୍ଲାସ୍ ରୁମ୍ ରେ ପାଠ ପଢିବେ ।

ଶନିବାର ଓ ରବିବାର କୁ ମିଶାଇ ମୋଟ ୧୦୦ ଦିନ ମାତ୍ର ପାଠ ପଢା ହେବ। ତେବେ ପାଠ ପଢ଼ା ପାଇଁ ମଧ୍ୟ ମାର୍ଗଦର୍ଶିକା ଜାରି କରା ଯିବ । ଏହି ଅନୁସାରେ ହିଁ ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ରେ ପାଠ ପଢା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ଏହା ପରେ ସବୁଠୁ ବଡ଼ କଥା ହେଉଛି ଏପ୍ରିଲ ୨୭ ତାରିଖ ରୁ ମେ ୨ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ର ପିଲାଙ୍କ ପ୍ରାଟିକଲ୍ ପରୀକ୍ଷା ହେବ। ଏହା ପରେ ମେ ମାସ ୩ ତାରିଖ ରୁ ୧୫ ତାରିଖ ଯାଏଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ।

ଆଉ ସେହିପରି ଏପ୍ରିଲ ୨୯ ରୁ ମେ ୧୪ ପର୍ଯ୍ୟନ୍ତ ଦ୍ଵାଦଶ ଶ୍ରେଣୀ ପିଲା ମାନଙ୍କ ପ୍ରାଟିକାଲ୍ ପରୀକ୍ଷା ହେବ । ଏହା ପରେ ମେ ୧୫ ତାରିଖ ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ବାର୍ଷିକ ପରୀକ୍ଷା ପାଇଁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲା ମାନଙ୍କ ପ୍ରସ୍ତୁତି ଆଉ ସର୍ବ ଭାରତୀୟ ସ୍ତର ରେ ହେଉଥିବା ପ୍ରତିଯୋଗିତା ପାଇଁ ପିଲା ମାନଙ୍କୁ ପ୍ରସ୍ତୁତି କରିବା ପାଇଁ ସ୍କୁଲ୍ ଖୋଲା ଯିବ ବୋଲି ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।