ଦେଖନ୍ତୁ ଭିଡ଼ିଓ – ଟିମ ଇଣ୍ଡିଆରେ ଖେଳୁଛି ପୁଅ ମା’ ବିକୁଛି ଚିକେନ, ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ….

କୁହାଯାଏ କପାଳ ଲିଖନ କେକରିବ ଆନ । କିନ୍ତୁ ଅନେକ ଲୋକ ନିଜ ଭାଗ୍ୟ କୁ ନିଜ ହାତରେ ଲେଖି ଥାଆନ୍ତି ଅର୍ଥାତ୍ ତାଙ୍କର ନିଷ୍ଠା ଓ କଠିନ ପରିଶ୍ରମ ର ସାଥ ଦେଇଥାଏ ତାଙ୍କର ଭାଗ୍ୟ ଆଉ ବଦଳି ଜାଏ କପାଳ ଲିଖନ । ଏହି କଥା ସତ ପ୍ରତିଶତ ପ୍ରମାଣ ହୋଇଛି ଅନେକ କ୍ଷେତ୍ର ରେ। ଆଜି ଆମେ ଆପଣଙ୍କୁ ଯାହାଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ନିଜ ଦକ୍ଷତା ବଳରେ ନିଜ ଗରିବୀ କୁ ହଟାଇବା ପାଇଁ ସକ୍ଷମ ହୋଇଛନ୍ତି ।

ତାଙ୍କ ମା ଦିନ ରାସ୍ତା କଡ଼ରେ ଚିକେନ୍ ବିକ୍ରୀ କରୁଥିଲେ ଆଉ ବାପା କରୁଥିଲେ କୁଲି କାମ । ଆଉ ବାସ୍ତବତା ହେଉଛି ପ୍ରତିଭା କୁ ଯଦି ଉଚିତ୍ ପ୍ଲାଟଫର୍ମ ମିଳିଯାଏ ତେବେ ଲକ୍ଷ ପୁରଣ ହୋଇଯାଏ । ଏମିତି ଜଣେ ଯୁବକ ଖେଳାଳି ଅଛନ୍ତି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ସେ ନିଜ ବାପା ମା ଙ୍କ ପାଇଁ ଘର ବନାଇ ଅଛନ୍ତି ଭଉଣୀ କୁ ପାଠ ପଢ଼ାଇ ଅଛନ୍ତି । ଗୋଟିଏ ପୋଷାକ ରେ ମାସ ମାସ କାମ ଚଳାଉ ଥିବା ଯୁବକ ଆଜି ଗୋଟିଏ ଦିନ ରେ କେତେ ପୋଷାକ ବଦଳାଇ ଅଛି। ସେ ହେଉଛନ୍ତି ଟି ନତରାଜନ । ଅତ୍ୟନ୍ତ ଗରିବ ପରିବାର ରେ ତାଙ୍କର ଜନ୍ମ । ତାଙ୍କର ଅସାଧାରଣ ପ୍ରତିଭା ତାଙ୍କୁ ନେଇ ପହଞ୍ଚାଇ ଅଛି ଟିମ୍ ଇଣ୍ଡିଆ ରେ ।ତେବେ ସହଜ ନଥିଲା ଯାତ୍ରା ଅନେକ ସଂଘର୍ଷ କରିବାକୁ ପଡ଼ିଛି ।

ତାମିଲନାଡୁ ର ଏକ ଅତି ସାଧାରଣ ପରିବାର ରେ ଜନ୍ମ ନେଇଛନ୍ତି ୨୯ ବର୍ଷୀୟ ଟି ନଟରାଜ । ତାଙ୍କ ପୁରା ନାମ ହେଉଛି ଥଙ୍ଗରାସ ନତରାଜନ। ନତରାଜନ ଙ୍କୁ ପାଠ ପଢ଼ାଇବା ପାଇଁ ତାଙ୍କ ବାପା ଷ୍ଟେସନ ରେ କୁଲି କାମ କରୁଥିଲେ। ଲୋକ ଙ୍କ ବୋଝ ବୋହୁଥିଲେ ଆଉ ମା ଚିକେନ ବିକି ଘର ଚଳାଉ ଥିଲେ। ନିଜେ ଘର ଘର ବୁଲି ପେପର ବାଣ୍ଟିଥିଲେ ଓ କ୍ଷୀର ବିକ୍ରି କରୁଥିଲେ ।

ଅର୍ଥ ଅଭାବରୁ ଲେଦର୍ ବଲ୍ ଠାରୁ ଦୂରରେ ରହୁ ଥିଲେ । ହେଲେ ଟେନିସ ବଲ୍ ରେ ଖେଳୁଥିଲେ ମଧ୍ୟ ତାଙ୍କ ବୋଲିଙ୍ଗ ର ସ୍ପିଡ ଅନେକ ବ୍ୟାଟ ମ୍ୟାନ ଙ୍କୁ ଚକିତ କରି ଦେଇଥିଲା । ଲୋକାଲ ଟୁର୍ଣ୍ଣାମେଣ୍ଟରେ ଭଲ ବୋଲିଙ୍ଗ କରି ପାଉଥିଲେ ଅର୍ଥ ପୁରସ୍କାର। ସେହି ଲୋଭ ରେ କ୍ରିକେଟ ଖେଳ ଜାରି ରଖିଥିଲେ ନଟରାଜ। ତେବେ ତାଙ୍କ ଟେନିସ ବଲ ଖେଳ ଦେଖି ଏତେ ପ୍ରଭାବିତ ହେଲେ ଯେ ଦିଭିଶିନାଲ କ୍ରିକେଟର ଏ ଜୟପ୍ରକାଶ ତାଙ୍କୁ ଚେନ୍ନାଇ ନେଇ ଯାଇଥିଲେ ।

ଆଉ ସେଠୀ ସେ ଏକ ବଡ଼ କ୍ଳବ୍ ପାଇଁ କ୍ରିକେଟ ଖେଳି ଚମତ୍କାର ଦେଖାଇ ଥିଲେ। ଆଉ ମିଳିଗଲା ତାମିଲନାଡୁ ରଞ୍ଜିତ ଦଳ ରେ ସ୍ଥାନ। ପଡିଆ ଭିତରେ ଧୀରେ ଧୀରେ ଆତ୍ମବିଶ୍ଵାସ ବଢ଼ି ଚାଲିଲା ।

ତେବେ ୨୦୧୪ ରେ ତାଙ୍କ ବୋଲିଙ୍ଗ କୁ ବ୍ୟନ୍ କରାଯାଇ ଥିଲା ଯାହା ତାଙ୍କ ଜିଦି ବଢାଇ ଥିଲା ଆଉ ୨୦୧୮ ରେ ତାମିଲନାଡୁ ପ୍ରୀମିଆର୍ ଲିଗ୍ ରେ ସେ ପୁଣି ଫେରି ଚମକେଇ ଦେଇଥିଲେ ସମସ୍ତଙ୍କୁ । ୩ କୋଟି ଟଙ୍କାରେ ନଟରାଜ ଙ୍କୁ କିଣିଥିଲେ ଟିମ୍ ଏଲେଭେନ୍ ପଞ୍ଜାବ । କିନ୍ତୁ ଏତେ ଭଲ ଖେଳି ପାରି ନଥିଲେ ଏହା ପରେ ସେ ୨୦୨୦ ରେ ହାଇଦ୍ରାବାଦ ତରଫରୁ ଖେଳି ଥିଲେ ଆଉ ଏମିତି ଛାପ ଛାଡିଥିଲେ ଯେ ତାଙ୍କୁ ଟିମ୍ ଇଣ୍ଡିଆ ରେ ସ୍ଥାନ ମିଳିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।