ଆଶ୍ଚର୍ଯ୍ୟ ! ଏହି ମନ୍ଦିର ବର୍ଷକୁ ମାତ୍ର ୫ଘଣ୍ଟା ପାଇଁ ଖୋଲିଥାଏ, ମନ୍ଦିରର ଅଦ୍ଭୁତ ରହସ୍ୟ ଜାଣିଲେ ଅବାକ୍ ହୋଇଯିବେ…

ଭାରତ ଏପରି ଏକ ଦେଶ ଯେଉଁଠି ସବୁ ଧର୍ମର ଲୋକ ବସବାସ କରିଥାଆନ୍ତି। ସବୁ ଧର୍ମର ଦେବଦେବୀ ମଧ୍ୟ ପୂଜା କରାଯାଇଥାଏ। ଏହି ଦେଶରେ ହିନ୍ଦୁ ଧର୍ମର ଲୋକ ଅଧିକ ବସବାସ କରିଥାଆନ୍ତି। ତେଣୁ ଏହି ଦେଶକୁ ହିନ୍ଦୁ ରାଷ୍ଟ୍ରୀୟ କୁହାଯାଏ। ଏହି ଦେଶସାରା ମନ୍ଦିରରେ ଭର୍ତ୍ତି। ଭାରତର ପ୍ରତ୍ୟେକ ସ୍ଥାନରେ ଭଗବାନଙ୍କ ମନ୍ଦିର ଏବଂ ତାଙ୍କର ବିଭିନ୍ନ ରୂପ ଦେଖିବାକୁ ମିଳିଥାଏ। ଆମ ହିନ୍ଦୁ ଧର୍ମ ଏମିତି ଏକ ଧର୍ମ ଯେଉଁଠି ସେମାନଙ୍କର ବାହାନ ମାନଙ୍କୁ ପୂଜା କରାଯାଇଥାଏ।

ଦେଶରେ ଯେଉଁ ସବୁ ମନ୍ଦିର ଅଛି ସେ ସବୁଥିରେ ଆଶ୍ଚର୍ଯ୍ୟକର କଥା ଦେଖିବାକୁ ମିଳିଥାଏ। ଯାହା ଆପଣମାନେ ଜାଣିଲେ କହିବେ ଭଗବାନଙ୍କ ଲୀଳା କେହି ଜାଣିପାରିବେ ନାହିଁ ଏବଂ ଏମିତି ବି ହୋଇପାରେ।

ଆଉ ଯଦି ଆମେ ଆମ ରାଜ୍ୟର ପୁରୀ ବଡଦେଉଳର ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କଥା କହିବା ସେ ମନ୍ଦିରକୁ ନେଇ ଅନେକ ଇତିହାସ, ଆଶ୍ଚର୍ଯ୍ୟକର କଥା ରହିଅଛି। ଯାହା ଯୁଗ ଯୁଗକୁ ରହିଅଛି। ଆଗରୁ ଆଉ ଥରେ ଆପଣମାନଙ୍କୁ ଏକ ମନ୍ଦିର ସମ୍ପର୍କରେ କହିଥିଲୁ ଯେଉଁଠାରେ ବର୍ଷ ବର୍ଷ ଧରି ମନ୍ଦିରରେ ଦୀପ ତେଲରେ ଜଳିବା ବଦଳରେ ପାଣିରେ ଜଳିଥାଏ ଏବଂ ତାହାପୁଣି ସେହି ମନ୍ଦିର ନିକଟରେ ଥିବା ନଦୀର ପାଣିରେ ଜଳିଥାଏ କିନ୍ତୁ ଆଉ କେଉଁଠାରୁ ପାଣି ଆଣିଲେ ଜଳିବ ନାହିଁ। ଏହା ଭଗବାନଙ୍କ ଲୀଳା।

ଆଜି ଆପଣଙ୍କୁ ଏମିତି ଏକ ମନ୍ଦିର ସମ୍ପର୍କରେ କହିବୁ। ଆପଣମାନେ ଜାଣିଲା ପରେ ଚମକିପଡିବେ ଆଉ କହିବେ ଏବେବି ଦେଶରେ ଚମତ୍କାରିତା ଦେଖିବାକୁ ମିଳୁଛି ନା। ଆପଣ ବିଶ୍ୱାସ କରିବେ ନାହିଁ। ଏବେ ଆସନ୍ତୁ ଜାଣିବା ସେହି ମନ୍ଦିର ବିଷୟରେ।

ଏହି ମନ୍ଦିରଟି ନିରାଇ ମାତା ଙ୍କ ମନ୍ଦିର,ଛତିଶଗଡ଼ ର ଗରାଇବନ୍ଧ ଜିଲ୍ଲା ରୁ ବାର କି. ମି ଦୂରରେ ଏକ ପାହାଡ଼ ଉପରେ ଅବସ୍ଥିତ। ଏହି ସ୍ଥାନ ଅତି ମନୋହର ଏବଂ ବେଶ ଆକର୍ଷଣୀୟ । ଏଠାରେ ବିରାଜିତ ମାତା ନିରାଇ ଅପୂର୍ବ ମହିମା ସମସ୍ତଙ୍କୁ ଆକର୍ଷିତ କରୁଅଛି। ମାତାଙ୍କ ପାଖରେ ସିନ୍ଦୂର, ସୁହାଗ, ଶ୍ରୀଙ୍ଗାର, କୁମକୂମ୍, ଗୁଲାଲ୍ ଚନ୍ଦନ ଆଦି ଚଢା ଯାଇନଥାଏ, କେବଳ ଅଗରବତୀ ଓ ନଡିଆ ରେ ମାଆ ପୂଜା ପାଇ ଥାଆନ୍ତି। ଆମ ଦେଶରେ ଅନେକ ମନ୍ଦିର ରହିଛି ଯେଉଁଠି ସକାଳ ଠାରୁ ଖୋଲା ଏବଂ ରାତିରେ ବନ୍ଦ ହୋଇଥାଏ କିନ୍ତୁ ଏହି ମନ୍ଦିର ଏକ ଭିନ୍ନ।

ମାତା ନିରାଇଙ୍କ ମନ୍ଦିର ଭୋର ୪ ଟାରୁ ଖୋଲା ହୁଏ ଏବଂ ସକାଳ ୯ ଟାରେ ବନ୍ଦ ହୋଇଥାଏ। ଏହି ମନ୍ଦିର କେବଳ ୫ଘଣ୍ଟା ପାଇଁ ଖୋଲାଯାଇଥାଏ।ଅଲଗା ମନ୍ଦିର ପରି ଏହି ମନ୍ଦିର ରେ କିଛି ସ୍ୱତନ୍ତ୍ରତା ରହିଅଛି,ଏଠାରେ ପ୍ରତ୍ୟେକ ବର୍ଷ ଚୈତ୍ର ନବରାତ୍ର ସମୟ ରେ ସ୍ଵତଃ ଜ୍ୟୋତି ପ୍ରଚଳିତ ହୁଏ। ଏହି ସବୁ ଦିବ୍ୟ ଏବଂ ମହିମା ଯୋଗୁଁ ଲୋକମାନେ ଭକ୍ତି ଏବଂ ବିଶ୍ୱାସ ରଖିଥାନ୍ତି। ଯାହା ଭକ୍ତ ମାନଙ୍କୁ ଟାଣି ଆଣିଥାଏ। ଏଠାରେ ପୂଜାର୍ଚନା ସମୟରେ ବହୁତ ଭିଡ ମଧ୍ୟ ଜମିଥାଏ।

ଚୈତ ନବରାତ୍ର ରେ ଜ୍ୟୋତି କେମିତି ପ୍ରଜ୍ବଳିତ ହୁଏ ତାହା ଆଜି ଯାଏ ରହସ୍ୟ ହୋଇରହିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।