ଦେଖନ୍ତୁ ଭିଡ଼ିଓ – ମା’ ହେବା ପରେ ଝିଅ ସହିତ କେମିତି ଖେଳୁଛନ୍ତି ଦେଖନ୍ତୁ ଭିଡ଼ିଓ ହେଲା ଭାଇରାଲ…

ସିନେ ଜଗତରେ ସହ ଅଭିନେତା ଓ ଅଭିନେତ୍ରୀ ଙ୍କ ମଧ୍ୟରେ ବୈବାହିକ ସମ୍ପର୍କ କୌଣସି ଏକ ନୂଆଁ ଘଟଣା ନୁହେଁ । ସେ ବଲିଉଡ୍, ଟ ଲିଉଡ୍, କଲିଉଡ୍ କିମ୍ବା ଓଲିଉଡ଼ ହେଉ,ସବୁଥିରେ ସହ ଅଭିନେତା ଓ ସହ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହେବା ଏକ ସାଧାରଣ କଥା । ଏହିଭଳି ଏକ ସୁନ୍ଦର ଯୋଡିଙ୍କୁ ଆମେ ନିକଟ ଅତୀତରେ ଦେଖିଥିଲୁ ଗଣମାଧ୍ୟମରେ ।ଆଜ୍ଞା ,ଆଉ ସେ ଅନ୍ୟ କେହି ନୁହନ୍ତି ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ତୁଷାର ଚନ୍ଦନ ଏବଂ ଲୋକପ୍ରିୟ ଅଭିନେତ୍ରୀ ମାହି ମିଶ୍ର ।

ତୁଷାର ଚନ୍ଦନ ହେଉଛନ୍ତି ଓଡିଆ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ “କାଳିଜାଈ” ର ମୁଖ୍ୟ ନାୟକ ।ଏହି ଚରିତ୍ରଟି ପାଇଁ ଧାରାବାହିକ ଟି ଆହୁରି ଅଧିକ ଲୋକପ୍ରିୟ ହେବାକୁ ଲାଗିଛି।

ଠିକ୍ ସେହିପରି ମାହି ମିଶ୍ର ହେଉଛନ୍ତି ଓଡ଼ିଆ ସିନେ ଜଗତର ସୁନ୍ଦରୀ ଲାବଣ୍ୟା ଅଭିନେତ୍ରୀ ଯିଏ କି ଜୀ ସାର୍ଥକ ପ୍ରସାରିତ “ମୁଁ ବି ଅର୍ଦ୍ଧାଙ୍ଗିନୀ” ମେଗା ଧାରାବାହିକ ରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରି ଓଡ଼ିଆମାନଙ୍କ ମନରେ ଛାପ ସୃଷ୍ଟି କରିପାରିଛନ୍ତି । ଏ ଦିଗରେ ତୁଷାର ଚନ୍ଦନ ବି କିଛି କମ୍ ନୁହନ୍ତି । ସେ ବି ଜୀ ସାର୍ଥକରେ ପ୍ରସାରିତ ସବୁଠାରୁ ଅଧିକା ଲୋକପ୍ରିୟ ମେଗା ଧାରାବାହିକ “ତୋ ଅଗଣାର ତୁଳସୀ ମୁଁ” ରେ ମୁଖ୍ୟ ନାୟକ ଭାବେ ଅଭିନୟ କରି ତାଙ୍କ ଚରିତ୍ରକୁ ଲୋକଙ୍କ ମାନସ ପଟରେ ବଞ୍ଚେଇ ରଖିଛନ୍ତି ।

ମାହି ଏବଂ ତୁଷରଙ୍କ ଏହି ଯୋଡିକୁ ବହୁ ମାତ୍ରାରେ ପସନ୍ଦ କରିଥିଲେ ।ତୁଷାର ଚନ୍ଦନ ଙ୍କ ଚରିତ୍ର ଟି ଏତେ ପ୍ରଭାବଶାଳୀ ଥିଲା ଯେ ଆଜି ବି ଲୋକେ ତାଙ୍କୁ ତୁଷାର ବୋଲି ନୁହଁ ଚନ୍ଦନ ବୋଲି ହିଁ ଜାଣିଛନ୍ତି ।ଉଭୟ କଳାକାର ପରସ୍ପରକୁ ପସନ୍ଦ କରିବା ସହ ପ୍ରେମ ବନ୍ଧନରେ ବାନ୍ଧି ହୋଇ ପରସ୍ପରକୁ ଜୀବନ ସାଥୀ ରୂପେ ବାଛି ନେଇଥିଲେ ।ସେମାନେ ଚଳିତ ବର୍ଷ ଫେବୃୟାରୀ ମାସରେ ବାହା ହୋଇଥିଲେ ।

ବାହାଘରର ଠିକ୍ ୧୦ମାସ ପରେ ସେ ଦୁହେଁ ଗୋଟେ ଶିଶୁ କନ୍ୟାର ପିତା ମାତରେ ପରିଣତ ହୋଇଛନ୍ତି ।ନୂତନ ଭାବେ ପିତାମାତା ଭଳି ଅନୁଭବ ପାଈ ସେମାନେ ବହୁତ ଖୁସି ଅଛନ୍ତି ।ଘରେ ନୂଆ ଅତିଥିଙ୍କ ଆଗମନ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିାଇ ଦେଇଥିଲା ।ଶିଶୁ କନ୍ୟା ଜଣକ ବହୁତ୍ ସୁନ୍ଦର୍ ।ମାହି ନିଜ ଝିଅଙ୍କୁ ନେଇ ବହୁତ୍ ଖୁସି ଏବଂ ସବୁବେଳେ ତା ସହ ସମୟ ଅତିବାହିତ କରିବାକୁ ଚାହୁଁଛନ୍ତି ।

ପିତା ଚନ୍ଦନ ବି ନିଜ ଝିଅଙ୍କ ସହ ମାଜାମସ୍ତି କରି ସମୟ ଅତିବାହିତ କରିବାର ବିରଳ ଭିଡିଓ ସବୁ ଗଣମାଧ୍ୟମରେ ଦେଖିବାକୁ ମିଳୁଛି ।ବର୍ତ୍ତମାନ ମାହି ଏବଂ ଚନ୍ଦନ ପରସ୍ପରକୁ ସିନେ ଜଗତରୁ ନିଜକୁ ଦୂରେଇରଖିଚନ୍ତି ।ସେମାନେ ନିଜ ଝିଅଙ୍କ ପାଇଁ ତାଙ୍କ ସବୁ ସମୟ ଦେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।