ଦିନେ ରିକ୍ସାବାଲା ଜଣକ ଝିଅଟିର ଜୀବନ ବଞ୍ଚେଇ ଥିଲା ! ଝିଅଟି ୮ ବର୍ଷ ପରେ ଏମିତି ଉପହାର ଦେଲେ ରିକ୍ସାବାଲାକୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ମନୁଷ୍ୟ ଜୀବନ ଏକ ଜଟିଳ ଏବଂ ସମସ୍ୟା ବହୁଳ। ଜନ୍ମରୁ ମୃତ୍ୟୁ ମଧ୍ୟରେ ଅନେକ କିଛି ଘଟଣା ଘଟିଥାଏ, ଘଟଣା କେତେବେଳେ, କେଉଁ ପରିସ୍ଥିତିରେ ଆସିବ ଏବଂ ତାହାର ପରିଣାମ କଣ ହେବ, ତାହା କେହି କହିପରିବେ ନାହିଁ। ଅଚାନକ ମନୁଷ୍ୟ ଜୀବନରେ ଏପରି କିଛି ଘଟଣା ଆସିଥାଏ, ସମାଧାନର ରାସ୍ତା ବାହାର କରିପାରନ୍ତି ନାହିଁ ଏବଂ ଅନେକ ଭୁଲ କାମ କରିଥାନ୍ତି, ପର ମୁହୂତ୍ତରେ ସେମାନେ ବହୁ କଷ୍ଟ ପାଇଥାନ୍ତି। ସବୁ ସମସ୍ୟାର ସମାଧାନର ରାସ୍ତା ନିଶ୍ଚିତ ଭାବରେ ଥାଏ। ତେବେ କୌଣସି ପ୍ରକାର ସମସ୍ୟାର ଭୁଲ ନିଷ୍ପତି ନେବା ଆଗରୁ ତାହାର ସମାଧାନର ରାସ୍ତାକୁ ବାହାର କରିବା ଉଚିତ।

ତେବେ ଆଜିର ସୋସିଆଲ ମିଡ଼ିଆ ଯୁଗରେ ଆନେକ କିଛି ଘଟଣା ଆମେ ପ୍ରତିଦିନ ଦେଖିବାକୁ ପାଇଥାଉ। ବେଳେବେଳେ ଏପରି କିଛି ଘଟଣା ଦେଖିବାକୁ ପାଇଥାଉ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ ଏବଂ ଆମେ ସେହି ଘଟଣାକୁ ସୋସିଆଲ ମିଡ଼ିଆରେ ସେୟାର କରିଥାଉ। ଏହା ଦ୍ୱାରା ଲୋକେ ଘଟଣା ଗୁଡିକ ବିଷୟରେ ଜାଣିପାରିବେ। ତେବେ ଜଣେ ଲୋକ ଏମିତି ଏକ ଘଟଣାକୁ ସେୟାର କରିଥିଲେ ଫେସବୁକରେ , ଆସନ୍ତୁ ଜାଣିବା ଘଟଣାଟି ବିଷୟରେ।

ତେବେ ଘଟଣାଟି ହେଉଛି ଜଣେ ରିକ୍ସାବାଲା ଏବଂ ଆଉ ଜଣେ ଝିଅର। ସେମାନଙ୍କ ମଧ୍ୟରେ ଏମିତି ସମ୍ପର୍କ ଗଡିଉଠିଥିଲା ଯାହା ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ୮ ବର୍ଷ ପୂର୍ବରୁ ବାବୁଲ ସେଖ୍ ନାମକ ଜଣେ ରିକ୍ସାବାଲା, ଜଣଙ୍କ ଘରୁ ଗୋଟିଏ ଝିଅକୁ ରିକ୍ସାରେ ନେବା ଆଣିବା କରୁଥିଲା। ଦିନେ ସେହି ଝିଅଟି ହଠାତ ରିକ୍ସାରୁ ତଳକୁ ଓହ୍ଲାଇ ବହୁ ଜୋରରେ କାନ୍ଦିବାକୁ ଲାଗିଲା ଏବଂ ସଂଗେ ସଂଗେ ରେଳ ଧାରଣ ନିକଟକୁ ଦୌଡ଼ି ଗଲା ଆତ୍ମହତ୍ୟା କରିବାକୁ ଚାଲିଯାଇଥିଲେ। ରିକ୍ସାବାଲା ଏହା ଦେଖି ସେହି ଝିଅର ଜୀବନ ବଞ୍ଚେଇଥିଲା।

ଏହା ପରେ ଦୀର୍ଘ ୮ ବର୍ଷ ବିତିଯାଇଥିଲା, ରିକ୍ସାବାଲା ଜଣକ ସେହି ଘଟଣାକୁ ଭୁଲିଯାଇଥିଲେ। ବବୁଲଙ୍କର ଆକ୍ସିଡେଣ୍ଟ ହୋଇଗଲା ଏବଂ ହସ୍ପିଟାଲରେ ଚିକିତ୍ସା ହେଉଥିଲା। କିଛି ସମୟ ପରେ ବବୁଲର ଚେତା ଫେରିଲା ଏବଂ ସେ ଆଖି ଖୋଲି ଦେଖିଲା ସେହି ଝିଅ, ଯେଉଁ ଝିଅର ଜୀବନ ବଞ୍ଚେଇ ଥିଲା। ଝିଅଟି ପଚାରିଲା ରିକ୍ସାବାଲାକୁ, ଆପଣ ମୋତେ ଦେଖା କରିବାକୁ କଣ ପାଇଁ ଆସିଲେନି ଆମ ଘରକୁ।

ସେହି ଝିଅଟି ନିଜେ ବବୁଲର ଚିକିତ୍ସା କରୁଥିଲା କାରଣ ସେ ଡାକ୍ତର ହୋଇଯାଇଥିଲା। ଝିଅଟି କହିଲା ଆପଣ ସେଦିନ ମୋତେ ନୂଆ ଜୀବନ ଦେଇଥିଲେ ଏବଂ ବାପାମାଆଙ୍କ ସର୍ପୋଟରେ ମୁଁ ଆଜି ଡାକ୍ତର ହୋଇପାରିଛି। ଝିଅଟିର କଥା ଶୁଣି ବବୁଲର ବହୁତ ଖୁସି ହୋଇଗଲା ସେ ଭଗବାନଙ୍କ ନିକଟରେ ପ୍ରାଥନା କଲା, ଆହୁରି ଆଗକୁ ଯାଅ କହି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।