ଦେଖନ୍ତୁ ଭିଡ଼ିଓ – ଏକ ନିଆର ଢଙ୍ଗରେ ନୂଆବର୍ଷ ପାଳନ କଲେ ଅଭିନେତ୍ରୀ ଝିଲିକ୍ ! ଭି଼ଡିଓ ଦେଖିଲେ ଆପଣ ଙ୍କ ଆଖିରୁ ଲୁହ ଆସିଯିବ…
ଆପଣ ମାନେ ସମସ୍ତେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ଙ୍କୁ ଜାଣିଥିବେ। ଜଣେ ସୁନ୍ଦରୀ, ସଫଳ ଅଭିନେତ୍ରୀ ଭାବରେ ତାଙ୍କୁ ଭଲ ଭାବରେ ଜାଣିଥିବେ ଓଡ଼ିଶା ବାସୀ।ତେବେ ଯାହାଙ୍କୁ ସୁନ୍ଦରୀ ଚୁଲବୁଲି ନାୟିକା କୁହାଯାଏ ସେ ଏବେ ପୁଣି ଚର୍ଚ୍ଚାରେ। ନିଜକୁ ଅଭିନୟ ଜଗତରେ ସେ ଖୁବ୍ ପ୍ରତିଷ୍ଠିତ କରି ପାରିଛନ୍ତି।ତାଙ୍କର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ହିଁ ସେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି।
ତେବେ ତାଙ୍କର ସେହି ସ୍ବତନ୍ତ୍ର ହୃଦୟସ୍ପର୍ଶୀ ଅଭିନୟର ଯାଦୁ ରେ ଆଜି ବି ଲୋକେ ଝୁମି ଯିବାକୁ ଇଚ୍ଛା କରନ୍ତି ଏବଂ ତାଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ମଧ୍ୟ ଦେଇଥାନ୍ତି। ସେ ହେଉଛନ୍ତି ପଶ୍ଚିମବଙ୍ଗ ର ଅସୀମ ସୁନ୍ଦରୀ ନାୟିକା ଯିଏକି ଓଡ଼ିଆ ସିନେମା ଜଗତରେ ମଧ୍ୟ ତାଙ୍କର ଝଲକ୍ ଦେଖାଇ ପାରିଛନ୍ତି।
ଅନେକ ଚଳଚ୍ଚିତ୍ର ରେ ସେ ତାଙ୍କର ଆକର୍ଷଣୀୟ, ଦମଦାର ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇ ଛନ୍ତି। ତେବେ ତାଙ୍କର ଅଭିନୟର ଯାଦୁ ଏତେ ନିଆରା ଓ ହୃଦସ୍ପର୍ଶୀ ଅଟେ ଯେ ଯିଏ ବି ହେଉନ କାହିଁକି ତାଙ୍କର ପ୍ରଶଂସା କରିବାକୁ ପଛେଇବ ନାହିଁ। ଜଣେ ବାସ୍ତବ କଳାକାର ଭାବରେ ତାଙ୍କର ଏକ ପରିଚିତି ରହିଛି। ନିଜକୁ ଏକ ସ୍ବତନ୍ତ୍ର ସ୍ଥାନରେ ସେ ସବୁବେଳେ ଦେଖିବାକୁ ଚାହିଥାନ୍ତି। ଯେଉଁ କାରଣରୁ ସେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ତାଙ୍କର ଅଭିନୟ ପାଇଁ। ବଙ୍ଗଳା ଫିଲ୍ମ୍ ଓଡ଼ିଆ ସିନେମା ରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି ଏହି ବଙ୍ଗୀୟ ଅଭିନେତ୍ରୀ ଆଉ ଶେଷରେ ସେ ସାଜିଛନ୍ତି ଓଡ଼ିଶାର ବୋହୁ।
ଆଗରୁ ତାଙ୍କୁ ଆପଣ ସମାଜସେବା ଏବଂ ପଶୁ ମାନଙ୍କ ପ୍ରତି ଭଲପାଇବା, ଯତ୍ନ ନେବାର ଭିଡିଓ ଦେଖିଥିବେ। ଏହାଛଡା ଘରେ ମଧ୍ୟ ଜଣେ ପାରମ୍ପରିକ, ସଂସ୍କୃତି ସଂପନ୍ନ ଓଡ଼ିଆ ବୋହୁ ଭାବରେ ସେ ସମସ୍ତ କାମ କରିବା ଓ ପୂଜା ପାଠ କରିଥିବାର ନଜର ଆଗରୁ ଆସିଛନ୍ତି। ଏବେ ସେହିଭଳି ନବବର୍ଷରେ ସେ ରାସ୍ତା କଡ଼ରେ ବସୁଥିବା ଅସହାୟ, ଗରିବ ଲୋକଙ୍କୁ ବସ୍ତ୍ର ଏବଂ କମୋଳ ବାଣ୍ଟି ଛନ୍ତି।
ନବବର୍ଷରେ ସେ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଆଦି ନକରି ସାମାଜସେବା କରିବାକୁ ଆଗେଇ ଆସିଛନ୍ତି।ସେ ଏଥିପାଇଁ ଅସହାୟ, ଗରିବ ଏବଂ ଶାରିରୀକ ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ଜଡିତ କରିଛନ୍ତି। ସମସ୍ତଙ୍କୁ ସେ ଏହି ଶୀତ ବସ୍ତ୍ର ଦାନ କରିଛନ୍ତି।
ତେବେ ଏହିଭଳି ଭାବରେ ଅସହାୟ ମାନଙ୍କ ସାହାଯ୍ୟ କରି ସେ ତାଙ୍କର ମାନବିକତା ଏବଂ ଉଦାରତା ଓ ଗରିବ ଅସହାୟ ଙ୍କ ପ୍ରତି ତାଙ୍କର ଭଲପାଇବା କୁ ପ୍ରମାଣ କରିଛନ୍ତି। ଅଭିନୟରେ ନାୟିକା ସାଜୁଥିବା ଏହି ଅଭିନେତ୍ରୀ ବାସ୍ତବ ଜୀବନରେ ମଧ୍ୟ ଜଣେ ନାୟିକା ର ଭୂମିକା ତୁଲାଇ ଅଛନ୍ତି। ନବବର୍ଷ ରେ ତାଙ୍କର ଏହିଭଳି ଅଭିନବ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା ଏବଂ ଶୁଭେଚ୍ଛା ମଧ୍ୟ ମିଳୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।