ଛିଃ ଛିଃ ଅଫିସ୍‌ରେ ଜମିଲା ସରକାରୀ ବାବୁଙ୍କର ମଦ-ମାଂସର ଆସର, ଆପଣଙ୍କ ଗୋଟିଏ ସେୟାର ଆବଶ୍ୟକ….

ବର୍ତ୍ତମାନ ସମୟରେ ସରକାରୀ ବାବୁ ମାନେ ବିଳାସ ପୂର୍ଣ୍ଣ ଜୀବନ ଯାପନ କରୁଛନ୍ତି। କେତେବେଳେ ତାଙ୍କ ଅଫିସକୁ କୁ ହୋଟେଲ ତ ଆଉ କେତେବେଳେ ଵାର କରି ଦେଉଛନ୍ତି। ଆଉ ମଧ୍ୟ ସରକାରୀ ଚାକିରିଆଙ୍କର ଆୟ ବ୍ୟୟବହୁଳ ସମ୍ପତି ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ସେହିପରି ଗୋଟିଏ ଘଟଣା ଘଟିଛି ରାୟଗଡ ଜିଲ୍ଲାର ଚନ୍ଦ୍ରଗଡ ବ୍ଲକ ଡଙ୍ଗସୋରଡ଼ା କୃଷି ପରାମର୍ଶ କେନ୍ଦ୍ରରେ। ଅଫିସରେ ବାବୁ ମାନେ ଫାଇଲ ଚାଷ କରିବା ସମୟ, ସେତେବେଳେ ମଦ ମାଂସରେ ଭାସୁଛି। ଏବେ ସରି ସରି ଯାଉଛି ପୁରୁଣା ବର୍ଷ ଏବଂ ନୂଆ ବର୍ଷର ଆଗମନ ତେଣୁ ସେ ମଜଲିସ କରୁଛନ୍ତି।

ଆଉ ଏମିତିରେ ଡ଼ିସେମ୍ବର ମାସଟା ସମ୍ପୂର୍ଣ ସେଲିବ୍ରେସନର ମାସ ଏବଂ ପ୍ରତିବର୍ଷ ଏହି ମାସରେ କିଏ ବୁଲିବାକୁ ଯାଆନ୍ତି ଆଉ କିଏ ଭୋଜିଭାତ କରିବାକୁ ଭଲ ପାଆନ୍ତି। କିନ୍ତୁ କ୍ୟାମେରା କାହାକୁ ବାଛବିଚାର କରେନାହିଁ।

କ୍ୟାମେରା ସବୁବେଳେ ସବୁଦେଖେ ଆଉ ଫୋଟୋ ପାଇଲେ ଭାଇରାଲ କରିଦିଏ। ଯାହାକୁ ସବୁ କ୍ଷେତ୍ରରେ ତର୍କ ବିତର୍କ ଚାଲିଥାଏ। ଯାହା ଏବେ ରାୟଗଡ଼ରେ ଦେଖା ଯାଇଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା।ଏହି ଘଟଣାଟି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡଙ୍ଗସୋରଡ଼ାରେ କୃଷି ଅଫିସରେ ଘଟିଛି। ଏଠାରେ ଜିଲ୍ଲାର ସବୁ ଚାଷୀ ମାନଙ୍କୁ କୃଷି ସମ୍ପର୍କରେ ପରାମର୍ଶ ଦିଆଯାଇଥାଏ। କିନ୍ତୁ ଏଠି ଅଜବ କଥା ଦେଖା ଦେଇଛି। ଅଫିସ ସମୟରେ ଅଫିସ କାମ ନକରି ସେମାନେ ମଦ ମାଂସର ମଉଜ ମଜଲିସ କରୁଛନ୍ତି। ଯାହା ଚିତ୍ର କ୍ୟାମେରାରେ ସବୁ ରେକର୍ଡ ସବୁ ହୋଇଯାଇଛି।

ଏଠାରେ ଦୃଶ୍ୟମାନ ହୋଇଛି ବୋତଲ ଥୁଆ ହୋଇଛି ଆଉ ଗ୍ଲାସରେ ପେଗ ପେଗ ପ୍ରସ୍ତୁତ ହଉଛି ଏବଂ ପାଖରେ ଚାଖାନା ଖାସୀ ମାଂସ ରଖା ହୋଇଛି। ପୁରା ଅଫିସରେ ସବୁ କର୍ମଚାରୀଙ୍କର ବୈଠକ ଚାଲଛି। ସେମାନେ ସମସ୍ତେ ମିଶିକରି ଲୋକଙ୍କଠାରୁ ଶୋଷଣ କରି ଅୟସ କରୁଛନ୍ତି ।ସରକାରୀ ଅଫିସରେ ଏ ସବୁ ଦୃଶ୍ୟକୁ ଦେଖିଲାପରେ ସରକାର କର୍ମଚାରୀଙ୍କର ଏବେ ଆମେମାନେ କଣ କହିବା ?

ସରକାରୀ ବାବୁଙ୍କୁ ପଚାରିଲାପରେ ବାବୁ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି , ସେ କହିଲେ ଏଭଳି ଦୃଶ୍ୟ କେବଳ ଅଫିସ ଛୁଟି ସମୟରେ ଆମେ ମଜଲିସ କରିଛୁ। ଆଉ ସେ ମଧ୍ୟ କହିଛନ୍ତି ମଦମାଂସ ଭୋଜି ଅଫିସ ଭିତରେ ଚାଲିଥିଲା। ଯାହାକୁ ଦେଖିଲାପରେ ମଧ୍ୟ ସରକାର କିଛି ବି ପରିବର୍ତନ ଆଣି ନାହାନ୍ତି। ଏହିଭଳି ସରକାରୀ ବାବୁଙ୍କର ବିଳାସ ପୁର୍ଣ ଜୀବନ ଆଉ ବିନ୍ଦାସ ଉତ୍ତର ବ୍ୟବସ୍ଥାର ମଜାକ ଉଡ଼ଉଛି କି ? ଯାହା ଆମ ସରକାରଙ୍କୁ ଦ୍ୱନ୍ଦ ରେ ପକାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।