ନୂଆ ବର୍ଷ ରେ ନୂଆ ନିୟମ ! ଆଜିଠୁ ବଦଳୁଛି ଏହି ସବୁ ନିୟମ, ଜାଣନ୍ତୁ କ’ଣ କ’ଣ ? ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ନୂଆ ବର୍ଷରେ ଦେଶରେ ଲାଗୁ ହେଲା ନୂଆ ନିୟମ। ଅନେକ କ୍ଷେତ୍ରରେ ନୂଆ ନିୟମ ସବୁ ଲାଗୁ କରିଛନ୍ତି କେନ୍ଦ୍ର ସରକାର।ଆଉ ଏସବୁ ନିୟମ ବିଷୟରେ ଆପଣ ଜାଣିବା ନିହାତି ଦରକାର କାରଣ ଏଥିପାଇଁ ଆପଣଙ୍କୁ ବହୁତ ସୁବିଧା ମିଳିବ ଏବଂ ନ ଜାଣିଲେ ଆପଣ ଅସୁବିଧା ବା ହଇରାଣ ରେ ପଡି ପାରନ୍ତି।ଆଉ ସାଧାରଣ ଅସାବଧାନତା କାରଣରୁ ଆପଣଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିପାରେ।ତେଣୁ ଆପଣ ମାନେ ନିଶ୍ଚିତ ଏହି ସବୁ ପରିବର୍ତ୍ତିତ ନିୟମ ଯାହା କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଛି, ତାହା ଜାଣି ନିଅନ୍ତୁ।

୧) ଜିଏସଟି ରିଟର୍ଣ୍ଣ ପଲିସି- କେନ୍ଦ୍ର ସରକାରଙ୍କ ଦ୍ଵାରା ପରିବର୍ତ୍ତିତ ହେଉଥିବା ଏହି ନୂଆ ନିୟମ ପରେ ଟ୍ୟାକ୍ସପେୟର୍ସଙ୍କୁ ମାତ୍ର ୮ ରିଟର୍ଣ୍ଣ ଭରିବାକୁ ହେବ। ତେବେ ଏମାନଙ୍କ ମଧ୍ୟରୁ ୪ ଜିଏସଟିଆର୍ ୩ବି ଓ ୪ ଜିଏସଟିଆର୍ ୧ ରିଟର୍ଣ୍ଣ ଭରିବାକୁ ହେବ। ଏହାଛଡା ସରଳ, ତ୍ରୈମାସିକ ଗୁଡ୍ସ ଏଣ୍ଡ୍ ସର୍ଭିସେଜ୍ ଟ୍ୟାକ୍ସ (GST) ରିଟର୍ଣ୍ଣ ଫାଇଲିଂ ସୁବିଧା କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ମିଳିବ।ଏହି ପ୍ରକ୍ରିୟା ଅଧିକ ସରଳୀକରଣ ହେବ।

୨) ଫାଷ୍ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ ହେବ- ଜାନୁୟାରୀ ୨୦୨୧ ପାଖରୁ ସମସ୍ତ ୪ ଚକିଆ ଯାନରେ ଫାଷ୍ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। କାରଣ ଏବେ ବିନା ଫାଷ୍ଟ୍ୟାଗରେ ଜାତୀୟ ରାଜପଥରେ ଟୋଲ୍ ପାର୍ ହେଲେ ଆପଣଙ୍କୁ ଏଥିପାଇଁ ୨ ଗୁଣା ଚାର୍ଜ ଦେବାକୁ ପଡ଼ିବ।

୩) ବନ୍ଦ ହୋଇଯିବ ହ୍ୱାଟ୍ସଆପ୍- ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ହ୍ୱାଟ୍ସଆପ୍ ୨୦୨୧ ପରଠାରୁ ହ୍ୱାଟ୍ସଆପ୍ ସମସ୍ତ ଫୋନ୍ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ରେ କାମ କରିବ ନାହିଁ। ପୁରୁଣା ଭର୍ସନ ସଫ୍ଟୱେୟାର ବିଶିଷ୍ଟ ଫୋନ୍ ରେ ଏହାର ଫଙ୍କସନ୍ ହୋଇ ପାରିବ ନାହିଁ।

୪) କାର ଦର ହେବ ମହଙ୍ଗା- ଆଜିଠୁ ବଢ଼ିବ କାର ର ମୂଲ୍ୟ।ନବବର୍ଷ ପରଠାରୁ କାର କିଣିବା ମହଙ୍ଗା ହୋଇଯିବ। ପୂର୍ବ ଅପେକ୍ଷା ଅଧିକ ଟଙ୍କା ଆପଣଙ୍କୁ ଦେବାକୁ ପଡ଼ିବ। ଏଥିପାଇଁ କିଛି କାର କମ୍ପାନୀ ଗୁଡ଼ିକ ଘୋଷଣା ମଧ୍ୟ କରି ସାରିଛନ୍ତି।

୫) ୟୁପିଆଇ ଟ୍ରାଞ୍ଜେକ୍ସନ୍ ରେ ପରିବର୍ତ୍ତନ- ଜାଣି ରଖନ୍ତୁ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ତରଫରୁ ହୋଇଥିବା ନିଷ୍ପତ୍ତି ଅନୁସାରେ ୧ ଜାନୁୟାରୀରୁ ୟୁପିଆଇ ଜରିଆରେ ପେମେଣ୍ଟ କରିବା ଆପଣଙ୍କ ପାଇଁ ମହଙ୍ଗା ରହିବ। ଏଥିପାଇଁ ଥର୍ଡ ପାର୍ଟି ଆପ୍ସ ଉପରେ ଅଧିକ ଚାର୍ଜ ଲାଗିବ।

୬) ବିନା ଜିରୋ ନମ୍ୱର୍ ରେ ଲାଗିବ ନାହିଁ ଫୋନ୍ କଲ୍- ଚଳିତ ବର୍ଷ ଜାନୁଆରୀ ୧ ପରେ ଯଦି ଆପଣ ଲ୍ୟାଣ୍ଡଲାଇନରୁ ମୋବାଇଲ କୁ କଲ୍ କରୁଛନ୍ତି ତେବେ ଆପଣଙ୍କୁ ପ୍ରଥମେ ଲଗାଇବାକୁ ପଡିବ ଜିରୋ। ନଚେତ୍ ଆପଣଙ୍କ ଫୋନ୍ ଲାଗିବ ନାହିଁ।

୭) କଣ୍ଟାକ୍ଟଲେସ୍ କାର୍ଡ ଟ୍ରାଞ୍ଜାକ୍ସନ- ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ କଣ୍ଟାକ୍ଟଲେସ୍ କାର୍ଡ ପେମେଣ୍ଟ୍ର ସୀମା ୨ ହଜାରରୁ ୫ ହଜାରକୁ ବୃଦ୍ଧି ହୋଇଛି ଯାହା ୧ ଜାନୁୟାରୀ ୨୦୨୧ରୁ କାର୍ଯ୍ୟକାରୀ ହେବ।ତେଣୁ ଏବେ ଡେବିଟ୍ ଓ କ୍ରେଡିଟ୍ କାର୍ଡରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କ୍ଷେତ୍ରରେ ପିନ୍ ଦେବାର ଆବଶ୍ୟକତା ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।