କ’ଣ ସତରେ କୈଳାସ ପର୍ବତରେ ରୁହନ୍ତି ଭଗବାନ ଶଙ୍କର, ଜାଣନ୍ତୁ ଏହା ସହିତ ଜଡିତ ଆଶ୍ଚର୍ଯ୍ୟକର ତଥ୍ୟ….

କ’ଣ ସତରେ କୈଳାସ ପର୍ବତରେ ରୁହନ୍ତି ଭଗବାନ ଶଙ୍କର, ଜାଣନ୍ତୁ ଏହା ସହିତ ଜଡିତ କିଛି ତଥ୍ୟ । ପୌରାଣିକ କଥା ଅନୁସାରେ କୈଳାସ ପର୍ବତ ହେଉଛି ଭଗବାନ ଶିବ ଙ୍କ ର ନିବାସ ସ୍ଥଳ । ତେଣୁ ହିନ୍ଦୁ ଧର୍ମ ରେ ଏହି ପର୍ବତ ର ଅନେକ ମହତ୍ୱ ରହିଛି। ତେବେ ହିମାଳୟ ପର୍ବତ ରେ ରହିଥିବା ଏହି କୈଳାସ ପର୍ବତ ରେ ଅନେକ ରହସ୍ୟ ଆଜି ଯାଏଁ ମଧ୍ୟ ଗୁପ୍ତ ହୋଇ ରହିଛି। ତେବେ ସବୁଠୁ ଆଶ୍ଚର୍ଯ୍ୟ ର କଥା ଯେ ଏହି ପବିତ୍ର କୁ ଆଜି ଜାଏ କେହି ଚଢି ପାରି ନାହାଁନ୍ତି ।

ଦୁନିଆ ର ସବୁଠୁ ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ କୁ ହଜାର ହଜାର ଲୋକ ଚଢ଼ିବା ରେ ସଫଳ ହୋଇଛନ୍ତି । କିନ୍ତୁ ଏହି କୈଳାସ ପର୍ବତ ର ଉଚ୍ଚତା ମାଉଣ୍ଟ ଏଭେରେଷ୍ଟ୍ ତୁଳନା ରେ 2000 ମିଟର ଛୋଟ ହେଲେ ମଧ୍ୟ ଏହି କୈଳାସ ପର୍ବତ ରେ କେହି ବ୍ୟକ୍ତି ପହଞ୍ଚି ପାରି ନାହାଁନ୍ତି ।

ଏହାର କାରଣ ଆଜି ପର୍ଯ୍ୟନ୍ତ ମଧ୍ୟ ରହସ୍ୟ ମୟ ହୋଇ ରହିଛି । ତେବେ ଏହା ପଛରେ ବିଭିନ୍ନ ପ୍ରକାର ର କାହାଣୀ ରହିଛି । କିଛି ଲୋକ ମାନଙ୍କ ମତ ରେ ଓ ବିଶ୍ୱାସ ଅନୁସାରେ ଭଗବାନ ଶଙ୍କର ଆଜି ପର୍ଯ୍ୟନ୍ତ ମଧ୍ୟ କୈଳାସ ପର୍ବତ ରେ ବାସ କରୁଛନ୍ତି ।

ତେଣୁ ଏହି ଜାଗା ରେ କୌଣସି ବ୍ୟକ୍ତି ଜୀବିତ ଅବସ୍ଥା ରେ ପହଞ୍ଚିବା ସମ୍ଭବ ନୁହେଁ । ତେବେ ନିଜ ଜୀବନ କାଳ ରେ କୌଣସି ବ୍ୟକ୍ତି ଯଦି କିଛି ପାପ କରି ନଥାଏ ତେବେ ସେ ଏହି କୈଳାସ ପର୍ବତ କୁ ଅତିକ୍ରମ କରି ପାରିବ ବୋଲି ବିଶ୍ୱାସ ରହିଛି । ଏହା ମଧ୍ୟ କୁହା ଯାଏ ଯେ କୈଳାସ ପର୍ବତ ରେ କୌଣସି ବ୍ୟକ୍ତି ଚଢ଼ୁଥିବା ବେଳେ ଚଢ଼ିଥିବା ସମୟ ରେ ନିଜ ଦୃଷ୍ଟି ଶକ୍ତି ହରାଇ ଥାଏ ବୋଲି କୁହାଯାଏ । ବିନା କାରଣରେ ଏହି ପର୍ବତ କୁ ଚଢ଼ିବା ନିଜ ମୃତ୍ୟୁ କୁ ବରଣ କରିବା ସହ ସମାନ । ଏହି ସବୁ କାରଣରୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି କୁ କୈଳାସ ପର୍ବତ ରେ ଚଢ଼ିବା ସମ୍ଭବ ହୋଇ ନାହିଁ ।

ଅବଶ୍ୟ କୈଳାସ ପର୍ବତ କାହିଁକି ଆଜି ପର୍ଯ୍ୟନ୍ତ ମଣିଷ ମାନଙ୍କ ପାଇଁ ଅଗମ୍ୟ ହୋଇ ରହିଛି ଏହାର ବୈଜ୍ଞାନିକ କାରଣ ଜଣା ପଡି ନାହିଁ। ବୈଜ୍ଞାନିକ ମାନଙ୍କ କହିବା ଅନୁସାରେ ଏହି କୈଳାସ ପର୍ବତ ର କୋଣ 65 ଡିଗ୍ରୀ ଠାରୁ ମଧ୍ୟ ଅଧିକ । ମାଉଣ୍ଟ ଏଭେରେଷ୍ଟ ର 40-65 ଡିଗ୍ରୀ ମଧ୍ୟ ରେ ରହିଛି । ତେବେ କୈଳାସ ପର୍ବତ ସଫଳତା ପୂର୍ବେ କୁ ନ ଚଢି ପାରିବା ମଧ୍ୟ ଏହାର ଏକ ପ୍ରମୁଖ କାରଣ ଅଟେ ।

କୈଳାଶ ପର୍ବତ କୁ ଚଢ଼ିବାର ଶେଷ ପ୍ରୟାସ 19 ବର୍ଷ ପୂର୍ବେ ଅର୍ଥାତ୍ 2001 ମସିହା ରେ କରା ଯାଇ ଥିଲା । ସେହି ମସିହା ରେ ସ୍ପେନ କୈଳାସ ପର୍ବତ କୁ ଚଢ଼ିବାକୁ ଏକ ଟିମ୍ କୁ ଚୀନ୍ ଅନୁମତି ଦେଇ ଥିଲା । ତେବେ ଭାରତ ସମେତ ଅନେକ ଲୋକ ମାନଙ୍କ ମତ ରେ ଏହା ଏକ ପବିତ୍ର ତୀର୍ଥ ସ୍ଥାନ ତେଣୁ ଏହାକୁ କାହାକୁ ମଧ୍ୟ ଚଢ଼ିବାକୁ ଅନୁମତି ଦେବା ଅନୁଚିତ୍ ଅଟେ । ଏବେ ମଧ୍ୟ କୈଳାସ ପର୍ବତ ଉପର କୁ ଚଢ଼ିବାରେ ସମ୍ପୂର୍ଣ ରୋକ୍ ଲଗାଯାଇ ଅଛି ।

ତେବେ ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଆଜି ବି ପୃଥିବୀ ପୃଷ୍ଠ ରେ କିଛି ଇଶ୍ଵରୀୟ ଶକ୍ତି ର ଉଦାହରଣ ରହିଛି । ଯାହା ମଧ୍ୟରୁ କୈଳାସ ପର୍ବତ ଏକ ଅଟେ । ଯେଉଁଠି ବୈଜ୍ଞାନିକ ସତ୍ୟତା ଫେଲ ମାରି ଥାଏ ସେଠାରେ ଈଶ୍ଵରୀୟ ଶକ୍ତି ର ଆରମ୍ଭ ହୋଇ ଥାଏ । ଏହା ନିରନ୍ତର ସତ୍ୟ ଓ ଏହାକୁ କେହି କାଟି ପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।