ଗ୍ରାହକଙ୍କୁ ନୂଆ ବର୍ଷ ଭେଟି, ନୂଆ ବର୍ଷ ରେ ଜିଓ ର ଧମାକାଦାର ଅଫର ! ଶୀଘ୍ର କରନ୍ତୁ ଏହି କାମ….

ନୂଆ ବର୍ଷ ରେ ଜିଓ ଦେଇଛି ଅଫର୍ । ଯଦି ଆପଣ ଜିଓ ସିମ ବ୍ୟବହାର କରୁଛନ୍ତି ତେବେ ଏହାର ଫାଇଦା ଆପଣ ଉଠାଇ ପାରିବେ । ଏବେ ଜିଓ ସମସ୍ତ ଭଏସ କଲ୍ ମାଗଣା ଦେବ ବୋଲି ଘୋଷଣା କରିଛି । ରିଲାଏନ୍ସ ଜିଓ ତରଫରୁ ଏହି ଘୋଷଣା ଗୁରୁବାର ଦିନ ଘୋଷଣା କରିଛି । ତେବେ ଏହି ସେବା ଜାନୁଆରୀ ୧ ତାରିଖରୁ ଲାଗୁ ହେବ।ତେବେ ପୂର୍ବରୁ ମଧ୍ୟ ଏହି ସୁବିଧା ଜିଓ ଗ୍ରାହକ ମାନଙ୍କ ପାଇଁ ଉପଲବ୍‌ଧ ଥିଲା। ମାତ୍ର ଏହି ଅଫର୍ ଦ୍ଵାରା କମ୍ପାନୀ ର ଅଧିକ ମାତ୍ରା ରେ କ୍ଷତି ହୋଇଛି ଓ ବ୍ୟବସାୟ ରେ ଉନ୍ନତି ହେଉ ନାହିଁ କହି ଏହି ସେବା କୁ ଦେୟଯୁକ୍ତ କରା ଯାଇଥିଲା ।

ତେବେ ଜିଓ ର ପ୍ଲାନ୍ ଅନୁସାରେ ଜିଓ ନେଟ୍‌ୱାର୍କରୁ ଅନ୍ୟ ନେଟୱର୍କ କୁ ଯଦି ଆପଣ କଲ୍ କରୁ ଅଛନ୍ତି ତେବେ ଆପଣ କୁ ମିନିଟ୍ ପ୍ରତି ୬ ପଇସା ଚାର୍ଜ ହେଉଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ଦେୟମୁକ୍ତ କରାଯିବ ବୋଲି କମ୍ପାନୀ ଘୋଷଣା କରିଛି ।

ତେବେ ସୂଚନା ଅନୁସାରେ ଜାନୁଆରୀ ୧ ତାରିଖ ଠାରୁ ଟେଲିକମ୍‌ ରେଗୁଲେଟୋରୀ ଅଥୋରିଟି ବା ଟ୍ରାଇ ‘ବିଲ୍ ଆଣ୍ଡ୍ କିପ୍’ ବ୍ୟବସ୍ଥା ରେ ଆଇୟୁସି (ଇଣ୍ଟର କନେକ୍ଟ ୟୁଜେସ୍‌ ଚାର୍ଜ)କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଯାହାଦ୍ଵାରା କମ୍ପାନୀ ଗ୍ରାହକ ମାନଙ୍କୁ ମାଗଣା କଲ୍ ଯୋଗାଇ ଦେବ ବୋଲି ସୂଚନା ମିଳିଛି । ୨୦୧୯ ମସିହା ରେ ରିଲିଆଁସ ଜିଓ ରୁ ଅନ୍ୟ ନମ୍ୱର୍ କୁ କଲ୍ କଲେ ଚାର୍ଜ ଲାଗିବ ବୋଲି ନିଷ୍ପତି ନେଇଥିଲା କମ୍ପାନୀ । ଏଥିପାଇଁ କମ୍ପାନୀ ଟ୍ରାଇ କୁ IUC ଚାର୍ଜ ଆଦାୟ କରିବା ପାଇଁ କହିଥିଲା ।

ଯାହା ଫଳରେ ଗ୍ରାହକ ମାନଙ୍କ ମନରେ ଆସୋନ୍ତଷ ଦେଖା ଯାଇଥିଲା । ତେବେ ଏଥିପାଇଁ କମ୍ପାନୀ ଅନେକ ପ୍ରକାର ରିଚାର୍ଯ ସୁବିଧା ମଧ୍ୟ ଲଞ୍ଚ କରିଥିଲା । ବର୍ତ୍ତମାନ TRAI IUC ଶେଷ କରିବାକୁ ନିଷ୍ପତ୍ତି ନେଇଛି । ଯାହା ଫଳରେ ରିଲିଆଁସ ପୁଣି ଥରେ ଗ୍ରାହକ ମାନଙ୍କୁ ମାଗଣା କଲ୍ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛି । ନୂଆ ବର୍ଷ ରେ ଲୋକ ମାନେ ଏହି ସୁବିଧା ପାଇ ପାରିବେ । ତେବେ ଯଦି ଆମେ ଅନ୍ୟ କମ୍ପାନୀ ମାନଙ୍କ କଥା କହିବା ତେବେ ସେମାନେ ମଧ୍ୟ ଏହି ଚାର୍ଜ ଗ୍ରାହକ ମାନଙ୍କ ଠାରୁ ଆଦାୟ କରୁଥିଲେ ।

ତେବେ ସୂଚନା ଅନୁସାରେ ଟ୍ରାଇ ୨୦୧୭ ରେ ଆଇୟୁସି ନିୟମ ଅନୁସାରେ ଇଣ୍ଟର୍ନେଟ୍ ବ୍ୟବହାର ଚାର୍ଜ ୧୪ ପଇସାରୁ ୬ ପଇସା କରିଥିଲା।ଏହା ପରେ ୨୦୧୯ କୁ ଆଉ କୌଣସି ଆଇୟୁସି ଲାଗିବ ନାହିଁ ଆଉ ଏହା ପରେ କଲିଙ୍ଗ ସୁବିଧା ମାଗଣା କରାଯିବ ବୋଲି ଟ୍ରାଇ ପକ୍ଷରୁ କୁହା ଯାଇଥିଲା। କିନ୍ତୁ ପରେ ଆଇୟୁସି ଅବଧିକୁ ବୃଦ୍ଧି କରିଥିଲା ଟେଲିକମ୍‌ ରେଗୁଲେଟୋରୀ ଅଥୋରିଟି। କିନ୍ତୁ ବର୍ତ୍ତମାନ ଜାନୁଆରୀ ୧ ତାରିଖ ରୁ ପୁଣି ଥରେ ଏହି ଫ୍ରି କଲିଙ୍ଗ ସୁବିଧା ଉପଲବ୍ଧ ହେବ ବୋଲି କମ୍ପାନୀ ଘୋଷଣା କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।