୨୦୨୧ ରେ କେମିତି କଟିବ (ଧନୁ ରୁ ମୀନ) ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ସମୟ ଏବଂ କ’ଣ ରହିଛି ପ୍ରଭାବ ଜାଣନ୍ତୁ….

୨୦୨୧ ମସିହା ଇଂରାଜୀ ନବବର୍ଷ, ଆମ ପାଇଁ ଶୁଭ ପ୍ରଦ ହେବ, ଉତ୍ସାହ ଜନକ ହେବ, ମଙ୍ଗଳ ଦାୟକ ହେବ କିମ୍ବା ନିରୁତ୍ସାହିତ କରିବ ଏସଂପର୍କରେ ଆପଣ ମାନେ ଜାଣିବା ପାଇଁ ନିଶ୍ଚିତ ଆଗ୍ରହୀ ଏବଂ ଚିନ୍ତିତ ଥିବେ। କର୍ମ କ୍ଷେତ୍ରରେ ଶୁଭାଫଳ ମିଳିବ କି ନାହିଁ, ସ୍ଥିତି କିପରି ରହିବ ଏବଂ ୨୦୨୧ ମସିହା ଆମ ଜୀବନରେ କିପରି ପ୍ରଭାବ ପକାଇବ ସେହି ବିଷୟରେ ଆମେ ଆଜି ଆଲୋଚନା କରିବା।

ପ୍ରଥମତଃ ୨୦୨୧ ର ସମସ୍ତ ସଂଖ୍ୟାକୁ ଯଦି ଆମେ ଯୋଗ କରିବା ତେବେ ଏହାର ସଂଖ୍ୟା ହେଉଛି ୫। ଆଉ ୫ ହେଉଛି ବୁଧଙ୍କ ସଂଖ୍ୟା।ଏହି ସଂଖ୍ୟା ଆଶା, ସମ୍ଭାବନା ଏବଂ ପ୍ରଗତିଶୀଳ ର ସୂଚନା ଦେଇଥାଏ।

ଏହି ଇଂରାଜୀ ନବବର୍ଷ ରେ କିଛି ରାଶି ମାନଙ୍କ ଉପରେ ଅତ୍ୟନ୍ତ ଭଲ ପ୍ରଭାବ ପଡ଼ିବାକୁ ଯାଉଛି। ଯେଉଁ କାରଣରୁ ସେମାନଙ୍କୁ ଜୀବନରେ ଅନେକ ସଫଳତା ମିଳିବା ସହିତ ଶୁଭ ଫଳ ପ୍ରାପ୍ତ ହେବ। ଧନୁ, ମକର, କୁମ୍ଭ ଏବଂ ମୀନ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହି ବର୍ଷଟି କେମିତି ରହିଛି ଏବଂ ସେମାନଙ୍କ ସ୍ଵଭାବ ବିଷୟରେ ଆମେ ଜାଣିବା।

ଧନୁ- ଏହି ରାଶିର ବ୍ୟକ୍ତି ବିଶେଷ ପ୍ରକୃତି ପ୍ରେମୀ, ଭ୍ରମଣ ପ୍ରିୟ, ଟାର୍ଗେଟ ନେବାରେ ସକ୍ଷମ। ଅର୍ଥାତ୍ ଏମାନେ ଲକ୍ଷ୍ୟସ୍ଥଳ ରେ କିପରି ପହଞ୍ଚିବେ ସଦା ସର୍ବଦା ସେମାନେ ଚେଷ୍ଟିତ ରହିଥାନ୍ତି।ଏହି ରାଶିର ରଶ୍ୟାଧିପତି ବୃହସ୍ପତି ହୋଇ ଥିବାରୁ ସମାଜର ଦିଗଦ୍ରଷ୍ଟା ଭାବରେ ପରାମର୍ଶ ଦାତା ଭାବରେ ସୁଧାରକ ଭାବରେ ଏମାନେ ପରିଚିତ ହୋଇ ଥାଆନ୍ତି। ଏମାନେ କର୍ମବାଦି ଏବଂ ପରିଶ୍ରମୀ ହୋଇଥାନ୍ତି। ଆପଣଙ୍କ ପାଇଁ ୨୦୨୧ ଅତ୍ୟନ୍ତ ଶୁଭାପ୍ରଦ ହେବ ଏବଂ ଆପଣଙ୍କ ଚାହିଁବା ଅନୁସାରେ ଆପଣଙ୍କୁ ପଦ ମର୍ଯ୍ୟାଦା ମଧ୍ୟ ମିଳିବ।

ମକର- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଭାବି ଚିନ୍ତି ସବୁ କାମ କରିଥାନ୍ତି। ଅଯଥା ରେ କୌଣସି କଥା କାହା ସମ୍ମୁଖରେ କୁହନ୍ତି ନାହିଁ। ଅନ୍ୟକୁ ଭଲ ଭାବରେ ଚିଁହିବା ଜାଣିବା ଆପଣଙ୍କ ପକ୍ଷେ ସମ୍ଭବ ହୋଇ ନଥାଏ। ବହୁତ୍ କଥା ଆପଣଙ୍କୁ କଷ୍ଟ ହେଲେ ବି ଆପଣ ତାକୁ ଚାପି ରଖି ଦିଅନ୍ତି। ଆପଣଙ୍କ ପାଇଁ ମଧ୍ୟ ଏହିବର୍ଷ ଭଲ ରହିଛି। କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ଦୁରଦୃଷ୍ଟି ସମ୍ପନ୍ନ ହେବେ।

କୁମ୍ଭ- ଏମାନେ ସାମାନ୍ୟ ରାଗି ଏବଂ ଜିଦି ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ପାଇଁ ଆଗାମୀ ବର୍ଷ ଟି ମଧ୍ୟମ ଫଳ ପ୍ରଦାନ କରିବ। ଏପ୍ରିଲ୍ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ମଧ୍ୟମ ରହିବ ତାପରେ ଆପଣଙ୍କ ଅର୍ଥହାନି ଘଟିବ, ସାମାନ୍ୟ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି।

ମୀନ- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଦାନୀ, ପରୋପକାରୀ ଏବଂ ସମୟାନୁବର୍ତି ହୋଇଥାନ୍ତି। ଆପଣଙ୍କ ପାଇଁ ୨୦୨୧ ଟି ଅତ୍ୟନ୍ତ ଶୁଭ ପ୍ରଦ ରହିଛି। ସମସ୍ତ ପ୍ରକାର ର ସଫଳତା ଆପଣ ଏହି ବର୍ଷ ପ୍ରାପ୍ତି କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।