ନିଆଁ ଭଳି ଭାଇରାଲ୍ ହେବାରେ ଲାଗିଛି ଏହି ଭିଡିଓ – ସୋସିଆଲ ମିଡିଆରେ ଲାଇଭ ଭିଡିଓ କରି ବିବାହ କଲେ ପ୍ରେମୀ ଯୁଗଳ, ଆଉ ତା’ପରେ ଯାହା ହେଲା…

ଭାରତୀୟ ସଂସ୍କୃତିରେ ବିବାହ କୁ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ ।ବିବାହର ଅର୍ଥ ଦୁଇ ଦେହର ମିଳନ ହୋଇ ନଥାଏ,ଏହା ଦୁଇ ଆତ୍ମାର ମିଳନ ହୋଇ ଥାଏ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କି ବିବାହ କେବଳ ଦୁଇ ଦେହ ଏବଂ ଦୁଇ ମନକୁ ଏକ କରି ନଥାଏ,ବରଂ ଏହା ଦୁଇ ପରିବାର କୁ ମଧ୍ୟ ଏକ କରି ଥାଏ।ବିବାହର ଅନେକ ପରମ୍ପରା ଏବଂ ରୀତିନୀତି ରହି ଥାଏ।ବର୍ତ୍ତମାନର ଆଧୁନିକ ଦୁନିଆ ରେ ବିବାହର ରୀତିନୀତି ମଧ୍ୟ ଅଧିକ ହେବାରେ ଲାଗିଛି ।

କିନ୍ତୁ ଆଜିର ପ୍ରେମି ଯୁଗଳ ମାନେ ପ୍ରେମ କୁ କଳଙ୍କିତ କରିବା ସହିତ ବିବାହର ଅର୍ଥ କୁ ଭୁଲି ସାରିଲେଣି।ସେମାନେ ପ୍ରେମ ର ପ୍ରକୃତ ଅର୍ଥ କୁ ଭୁଲି ଗଲେଣି।ଭଗବାନ ଶ୍ରୀକୃଷ୍ଣ ଯେଉଁ ପ୍ରେମର ବ୍ୟାଖ୍ୟା କରି ଥିଲେ ତାହା ଏମାନେ ଭୁଲି ଗଲେଣି।

ପ୍ରେମ ହେଉଛି ସବୁଠାରୁ ପବିତ୍ର କାର୍ଯ୍ୟ।ପ୍ରେମ ଶାଶ୍ୱତ ଓ ପ୍ରେମ ଅମର।କିନ୍ତୁ ଆଜିର ଏହି ପ୍ରେମି ଯୁଗଳ ମାନେ ପ୍ରେମ କୁ ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ କରି ସାରିଲେଣି।ଯାହା ବାସ୍ତବରେ ଏକ ଭୁଲ ମାନସିକତା।ଦୁଇଟି ଆତ୍ମାର ମିଳନକୁ ପ୍ରେମ କୁହା ଯାଏ କିନ୍ତୁ ଏମାନେ ଦୁଇ ଦେହର ମିଳନକୁ ପ୍ରେମ ଭାବୁଛନ୍ତି।ତେଣୁ ସେମାନେ ଘର ଲୋକଙ୍କ ଅନୁମତି ନନେଇ ପରସ୍ପର ର ଶରିର ପ୍ରତି ଆକର୍ଷିତ ହୋଇ ଅଳ୍ପ ବୟସରେ ବିବାହ କରି ନେଉଛନ୍ତି।

ଏବେ ସୋସିଆଲ ମିଡ଼ିଆ ରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଦର୍ଶାଉଛି କି ଆଜିର ପ୍ରେମି ଯୁଗଳ ମାନେ କେମିତି କାହାରିକୁ ଭୟ କରୁ ନାହାନ୍ତି।ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳୁଛି କି ଜଣେ ଅଳ୍ପ ବୟସର ଯୁବକ ଓ ଜଣେ ନାବାଳିକା ଘର ଛାଡ଼ି ପଳାଇ ଆସିଛନ୍ତି ଓ ଅନ୍ୟ କେଉଁ ସ୍ଥାନରେ ଏକ ଘରଭଡ଼ା ନେଇ ରହୁଛନ୍ତି। ସେଠାରେ ଯୁବକ ଜଣଙ୍କ ଏକ ସିନ୍ଦୂର ପ୍ୟାକେଟ ରୁ ସିନ୍ଦୁର ବାହାର କରି ଯୁବତୀଙ୍କ ମଥାରେ ସିନ୍ଦୁର ଦେଇ ଥିଲେ।

ଏହା ପରେ ଯୁବତୀ ଜଣଙ୍କ ଯୁବକ ଙ୍କୁ ମୁଣ୍ଡିଆ ମାରି ପ୍ରଣାମ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ସେହି ପ୍ରେମି ଯୁଗଳ ସୋସିଆଲ ମିଡ଼ିଆରେ ଲାଇଭ ଆସି ବିବାହ କରିଛନ୍ତି।ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ବେସ୍ ଭାଇରାଲ ହେବାରେ ଲାଗିଛି।ଏହି ଭିଡ଼ିଓ ରୁ ଲାଗୁଛି କି ଏମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି।ମାତ୍ର ଘର ଲୋକଙ୍କୁ ଡରି କିମ୍ବା ଘର ଲୋକ ରାଜି ନହେବାରୁ ଏମାନେ ଲୁଚି କରି ବିବାହ କରିଛନ୍ତି।

କିନ୍ତୁ ଏହି ପ୍ରେମି ଯୁଗଳ ମାନେ ପ୍ରେମରେ ଅନ୍ଧ ହୋଇ ନିଜ ପରିବାର କୁ ଭୁଲି ଗଲେ।ଏମାନେ ଟିକିଏ ବି ଚିନ୍ତା କଲେ ନାହିଁ କି ଏମାନଙ୍କ ପରିବାର ର ଅବସ୍ଥା କଣ ହେବ।ଏହା ବ୍ୟତୀତ ବିବାହ କଣ,ବୈବାହିକ ଜୀବନ କଣ ନବୁଝି ଏତେ ଅଳ୍ପ ବୟସରୁ ବିବାହ କରିବା ଉଚିତ କିମ୍ବା ଅନୁଚିତ ତାହା ମଧ୍ୟ ଚିନ୍ତା କଲେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।