ରୁଷିୟ ରାଜଦୂତ ଖୋଲିଲେ ରାହୁଲ ଗାନ୍ଧୀଙ୍କର ମିଥ୍ୟାର ରହସ୍ୟ, ଏହି କଥାକୁ ନେଇ ପ୍ରଚାର କରୁଥିଲେ ମିଥ୍ୟା…

ଆମ ଭାରତ ଏକ ବହୁଦଳୀୟ ବିଶିଷ୍ଟ ରାଷ୍ଟ୍ର। ଏଠାରେ ଗୋଟିଏ କିମ୍ବା ୨ ଟି ରାଜନୈତିକ ଦଳ ନାହାନ୍ତି, ବହୁତ ଦଳ ଅଛନ୍ତି। ସେହିପରି କଂଗ୍ରେସ ଦଳ ଗୋଟିଏ ବହୁତ ପୁରୁଣା ରାଜନୈତିକ ଦଳ। ଏହାର ପୂର୍ବତନ ଅଧକ୍ଷ ତଥା କେରଳର ୱାଇନାଡ଼ର ସାଂସଦ ହେଉଛନ୍ତି ରାହୁଲ ଗାନ୍ଧୀ। ସେ ବେଳେବେଳେ ମିଥ୍ୟାର ପ୍ରଚାର କରି ଦେଶକୁ ଭାଙ୍ଗି ଦେବାକୁ ଚାହଁନ୍ତି। ପୁଣି ଏବେ ଥରେ ମିଥ୍ୟା ଖବର ପ୍ରଚାର କରିଥିବାର ନେଇ ଧରା ପଡିଛନ୍ତି। ଭାରତ- ଋଷ ସମ୍ପକକୁ ନେଇ ତାଜ ମାମଲା ଆସିଛି। ଏହି ଥରକ ସେ ଭାରତ- ଋଷ ର ବୈଠକ ବାତିଲକୁ ନେଇ ମିଥ୍ୟା ଖବର ଚାରିଆଡେ ପ୍ରଚାର କରୁଛନ୍ତି।

ପ୍ରକୃତରେ ଭାରତ- ଋଷ ମଧ୍ୟରେ ରହିଥିବା ବାର୍ଷିକ ଶିଖର ସମ୍ମିଳନୀକୁ କରୋନା ମହାମାରୀ ପାଇଁ ବାତିଲ କରାଯାଇଛି।ଆଉ ରାହୁଲ ଗାନ୍ଧୀ ଟ୍ୱିଟରେ ବାତିଲ ପାଇଁ ଅନ୍ୟ କାରଣ ଅଛି ବୋଲି କହିଛନ୍ତି। ବୁଧବାର ଦିନ ରାହୁଲ ଗାନ୍ଧୀ ଟ୍ୱିଟ କରିକହିଛନ୍ତି ଯେ, ଋଷ ହଉଛି ଭାରତର ଏକ ଗୁରୁତ୍ୱପୁର୍ଣ୍ଣ ବନ୍ଧୁ।

କିନ୍ତୁ ରାହୁଲ ଗାନ୍ଧୀ ଏମିତି କରିବାଟା ପ୍ରଥମ ଥର ନୁହେଁ ଯେତେବେଳେ ଏମିତି ମିଥ୍ୟା ପ୍ରଚାର କରିଛନ୍ତି ଧରପଡିଛନ୍ତି ମଧ୍ୟ। ଆଗରୁ ସେ ହାଥରସ ମାମଲାକୁ ନେଇ ମିଥ୍ୟା ପ୍ରଚାର ପରେ ଧରିପଡିଥିଲେ। ଏହି ମାମଲାରେ ସେ ଦବିକରିଥିଲେ ଯେ, ପୋଲିସ ପ୍ରଶାସନ ଯଥାଶୀଘ୍ର ପିଡୀତଙ୍କର ଶବ ସତ୍କାର ହଉ ଆଉ ତାଙ୍କ ଶବକୁ ପରିବାରର ଶେଷ ଦର୍ଶନ ନ କରାନ୍ତୁ। ସେଥିପାଇଁ ତାଙ୍କୁ ମଧ୍ୟ ସମାଲୋଚନା କରାଯାଇଥିଲା।

ସେହି ସମୟରେ ରୁଷର ରାଜଦୂତ ନୀକୋଲେ କୁଦଶେବ ଭାରତ- ଋଷ ମଧ୍ୟରେ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀ କିଛି ନୂତନ ତଥ୍ୟ ପ୍ରଦାନ କରିଛନ୍ତି। ନୀକୋଲେ କୁଦଶେବ କହିଛନ୍ତି ଯେ,” ଭାରତ ଆଉ ଋଷ ମଧ୍ୟରେ ଥିବା ଋଣନୈତିକ ଭାଗୀତାରିତ କରୋନା ସମୟରେ ହୋଇଥିଲେ ମଧ୍ୟ ଭଲ ଉନ୍ନତି କରୁଅଛି। ତେବେ ଏହି ସମ୍ମିଳନୀର କିଛି ନୂତନ ଦିନ କିମ୍ବା ତାରିଖ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଅଛି ଏବଂ ଖୁବଶୀଘ୍ର ନିଷ୍ପତି ନେବେ।

ଆଉ ସେ କହିଛନ୍ତି ଭାରତ ଆଉ ଋଷ ନିଜର ସମ୍ପର୍କକୁ ବହୁତ ଗୁରୁତ୍ୱ ଦେଉଛନ୍ତି, ସେଥିପାଇଁ ପ୍ରଚେଷ୍ଠା ଜାରି ରହିବ। ଆହୁରି ମଧ୍ୟ ସ୍ପଷ୍ଟ କରିକହିଲେ ଯେ ଚଳିତ ବର୍ଷ ବାର୍ଷିକ ଶିଖର ସମ୍ମିଳନୀ କରୋନା ପାଇଁ ହୋଇପାରିନାହିଁ। ଏହି ପ୍ରସଙ୍ଗକୁ ନେଇ ଯେଉଁମାନେ ମତବ୍ୟକ୍ତ କରିଛନ୍ତି ସବୁ ମିଥ୍ୟା।

ଅନ୍ୟପଟେ ବୈଦେଶୀକ ମନ୍ତ୍ରଳାୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ ଏହି ସମ୍ମିଳନୀ ନହେବା କାରଣ କରୋନା ପାଇଁ ବୋଲି କହିଛନ୍ତି। ଆଉ ବି କହିଛନ୍ତି ଏହି ସମ୍ମିଳନୀ ନ ହେବା ପାଇଁ ଦୁଇ ଦେଶ ମିଶିକରି ନିଷ୍ପତି ନେଇଛନ୍ତି। ଆଉ ଅନ୍ୟ କିଛି କାରଣ ନାହିଁ । ଆଉ ମଧ୍ୟ କହିଛନ୍ତି ଯେ, ଯେ ଏହି କଥା ମିଥ୍ୟା ବୋଲି ପ୍ରଚାର ଓ ପ୍ରସାର କରୁଛି ସେ ଦାୟିତ୍ୱହୀନ। ତାଙ୍କ ପାଇଁ କିଛି ଦଣ୍ଡବିଧାନ ରଖିବା କଥା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।