Breking News – ଓଡ଼ିଆ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତା ଙ୍କର ହେଲା ଆକସ୍ମିକ ମୃତ୍ୟୁ, ମୁଖ୍ୟମନ୍ତ୍ରୀ କଲେ ଶୋକ ପ୍ରକାଶ….

ଏବେ ଏବେ ପୁଣି ଥରେ ଅଲିଉଡ ରୁ ଆସିଛି ଏକ ଦୁଃଖଦ ଖବର । ପୁଣି ଥରେ ଜଣେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଧେଶକ ଙ୍କ ର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ରେ ସାରା ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ଦୁଃଖ ରେ ଭାଙ୍ଗି ପଡ଼ିଛନ୍ତି। ତେବେ କିଏ ସେହି ସଙ୍ଗୀତ ନିର୍ଦ୍ଧେଶକ ଅଟନ୍ତି ଆସନ୍ତୁ ଜାଣିବା ; ତେବେ ଏହି ୨୦୨୦ ଫିଲ୍ମ୍ ଇଣ୍ଡଷ୍ଟ୍ରି ଉପରେ ବହୁତ୍ ପ୍ରଭାବ ପକାଇ ଅଛି । ଅନେକ ବଡ଼ ବଡ଼ ଅଭିନେତା ଗାୟକ ଆଦି ଙ୍କ ମୃତ୍ୟୁ ଏହି ବର୍ଷ ହୋଇଛି। ତେବେ ପୁଣି ଥରେ ଗତ କାଲି ଘରେ ଘରେ ପରିଚିତ ଥିବା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଧେଶକ ଶାନ୍ତନୁ ମହାପାତ୍ରଙ୍କ ର ଦେହାନ୍ତ ହୋଇଛି ।

ତେବେ ସୂଚନା ଅନୁସାରେ ପୂର୍ବରୁ ସେ ନିମୋନିଆରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ହେଉଥିଲେ । ଚିକିତ୍ସାଧୀନ ଅବସ୍ଥା ରେ ଥିବା ବେଳେ ହିଁ ଗତକାଲି ସେ ମୃତ୍ୟୁ ବରଣ କରିଛନ୍ତି । ତେବେ ମିଡ଼ିଆ ରିପୋର୍ଟ ଅନୁସାରେ ଗତ କାଲି ପ୍ରାୟ ୧୨.୪୫ ମିନିଟରେ ସେ ଦେହାନ୍ତ କରିଛନ୍ତି। ତେବେ ଶାନ୍ତନୁ ମହାପାତ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତ ର କିବଦନ୍ତିି ପୁରୁଷ ଭାବେ ଜଣାଶୁଣା ଅଟନ୍ତି ।

ସେ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ପ୍ରଥମ ସଙ୍ଗୀତ ନିର୍ଦ୍ଧେଶକ ଯିଏକି ସଙ୍ଗୀତ ଜଗତକୁ ବଞ୍ଚାଇ ରଖିଥିଲେ। ଆଜି ବି ତାଙ୍କ ନିର୍ଦ୍ଦେଶିତ ଗୀତ ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି…’ ଚିର ସ୍ମରଣୀୟ ହୋଇ ରହିଛି । ତେବେ ତାଙ୍କର ଏମିତି ଅଚାନକ ବିୟୋଗ ସାରା ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଶୋକ ର ଛାୟା ଖେଳାଇ ଦେଇଛି । ୧୯୩୬ ମସିହା ନଭେମ୍ବର ମାସରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମିତ ଶାନ୍ତନୁ ମହାପାତ୍ର ୮୪ ବର୍ଷ ବୟସ ରେ ମୃତ୍ୟୁ ବରଣ କରିଛନ୍ତି।

ତେବେ ଯଦି ଆମେ ଶାନ୍ତନୁ ମହାପାତ୍ର ଙ୍କ ସଙ୍ଗୀତ କ୍ୟାରିୟର ବିଷୟ ରେ କହିବା ତେବେ ସେ ଅରୁନ୍ଧତୀ’,‘ସୂର୍ଯ୍ୟମୁଖୀ’,‘ମେଘମୁକ୍ତି’,‘ପ୍ରିୟତମା’ ‘ଅଗ୍ନିପରୀକ୍ଷା’, ‘ଡୋରା’, ‘ଜଗାବଳିଆ’, ‘ଗୋଲାମଗିରି’, ‘ରଣଭୂମି’, ‘ପଥର ଖସୁଛି ବଡ଼ ଦେଉଳୁ’ ପରି ହିଟ୍ ଫିଲ୍ମ୍ ରେ ଗୀତ ଗାଇଛନ୍ତି ।ତେବେ ସେ କେବଳ ଓଡ଼ିଆ ଗୀତ ର ନୁହେଁ ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି।ତେବେ ସେ କଳାତ୍ମକ ହିନ୍ଦୀ ଚଳଚ୍ଚିତ୍ର ‘ସୋଧ’ରେ ସ୍ୱର ସଂଯୋଜନା କରିଥିଲେ ଆଉ ଯେଉଁଥି ପାଇଁ ତାଙ୍କୁ ୧୯୭୯ ମସିହା ରେ ଏହି ଚଳଚ୍ଚିତ୍ର ପାଇଁ ‘ସ୍ୱର୍ଣ୍ଣ କମଳ ପୁରସ୍କାର’ ରେ ପୁରସ୍କୃତ କରାଯାଇ ଥିଲା ।

ଏହା ସହିତ ତାଙ୍କୁ ୨୦୦୪ ରେ ‘ଲଳିତ କଳା ଏକାଡେମି ପୁରସ୍କାର’ ଏବଂ ୧୯୯୫ରେ ‘ଓଡ଼ିଶା ଫିଲ୍ମ୍‌ କ୍ରିଟିକ୍‌ ଆଓ୍ଵାର୍ଡ’ ସମେତ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଥିଲା। ତାଙ୍କର ଶେଷ ସଙ୍ଗୀତ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ତୁମେ ହିଁ ସାଥି ମୋର’ ଅଟେ ଯାହା ୨୦୧୧ ମସିହାରେ ରିଲିଜ୍ ହୋଇଥିଲା ।

ତେବେ ଶାନ୍ତନୁ ମହାପାତ୍ର ଙ୍କ ମୃତୁ ରେ କେବଳ ଓଡ଼ିଆ ଚଳଚ୍ଚିତ୍ର ଜଗତ ନୁହେଁ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ଓ କହିଛନ୍ତି ତାଙ୍କ ସଙ୍ଗୀତ ଦ୍ଵାରା ହିଁ ସେ ଅମର ହୋଇ ରହିବେ ଏହା ସହିତ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।