ଅରୁଣ ବୋଥ୍ରାଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ବଡ ଉପହାର । ଅତିରିକ୍ତ ପୋଲିସ ମହାନିର୍ଦେଶକ ହେଲେ ବୋଥ୍ରା…” ପରୀ ” ପାଇଁ ପାଇଲେ କି surprize…

ଓଡ଼ିଶାର ବର୍ତ୍ତମାନ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ଗଠନ କରା ଯାଇଥିବା ସ୍ବତନ୍ତ୍ର ସନ୍ଧାନକାରୀ ଦଳ ବା SIT ର ମୁଖ୍ୟ ଦାୟିତ୍ଵ ଭାର ତୁଲାଉଛନ୍ତି ଅରୁଣ ବୋଥ୍ରା।ଯିଏକି ହେଉଛନ୍ତି ୧୯୯୬ ବ୍ୟାଚର ଆଇପିଏସ ଅଧିକାରୀ। ଏବଂ ପୂର୍ବରୁ କ୍ରାଇମବ୍ରାଞ୍ଚ ଆଇଜି ଭାବରେ ସେ କାର୍ଯ୍ୟରତ ଥିଲେ।ପରେ ସେ ସିବିଆଇ ଡିଆଜି ଭାବେ ୫ ବର୍ଷର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତେବେ ତାଙ୍କ କ୍ୟାରିୟର ଭିତରେ ଅନେକ ବଡ ବଡ଼ ଘଟଣାର ପର୍ଦ୍ଦାଫାସ କରିଛନ୍ତି ଏହି ବରିଷ୍ଠ ଆଇପିଏସ ଅଧିକାରୀ। ତେବେ ପୂର୍ବରୁ ସେ ଓଡ଼ିଶା ସରକାରଙ୍କ ଅନେକ ବଡ଼ ବଡ଼ କେଶ୍ ହାତକୁ ନେଇ ତାହାର ସମାଧାନ ବାହାର କରିଛନ୍ତି।

ତେଣୁ ସମସ୍ୟା ସମୟରେ ଓଡ଼ିଶା ସରକାରଙ୍କ ସଙ୍କଟ ମୋଚନ ସାଜିଛନ୍ତି ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା। ଅନେକ କେଶ୍ ର ଜଟିଳ ଗଣିତ କୁ ସରଳ ଭାବରେ ସମାଧାନ ର ବାଟ ଦେଖାଇଛନ୍ତି ଏହି ଅଧିକାରୀ ଜଣଙ୍କ।ସେ ପୁଞ୍ଜିଲାଲ୍ ବୋମା ମାଡ଼ ହେଉ କି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉ।

ତେବେ ଏବେ ମଧ୍ୟ ରାଜ୍ୟର ଏକ ସମ୍ବେଦ ନ ଶିଳ ଘଟଣା ପରି ହତ୍ୟା ମାମଲାର ତଦନ୍ତ କରୁଛନ୍ତି ସେ। ଏବଂ ତାଙ୍କର ତଦନ୍ତ ଭାର ମଧ୍ୟ ଆଗକୁ ନେଉଛନ୍ତି।ଆଉ ଏହି ସମୟରେ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ ମିଳିଛି ପଦୋନ୍ନତି। ରାଜ୍ୟ ସରକାର ଅରୁଣ ବୋଥ୍ରାଙ୍କୁ ଦେଇଛନ୍ତି ଆଉ ଏକ ବଡ଼ ପଦବୀ। କାରଣ ତାଙ୍କୁ ଏବେ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର।

ସୂଚନା ଅନୁସାରେ ଆଇ ପି ଏସ ଅଫିସର ସଞ୍ଜୟ କୁମାର ସିଂହ ଓ କେନ୍ଦ୍ରୀୟ ଡେପୁଟେସନ ରେ ଥିବା ସୁନିତା କକ୍‌ରନଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇ ଥିବାର ସୂଚନା ରହିଛି।ଆଉ ଏହାକୁ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ମଧ୍ୟ ଦିଆ ଯାଇଛି। ତେବେ ପ୍ରକାଶ ଥାଉ ଯେ ଅରୁଣ ବୋଥ୍ରା ଜଣେ ଦକ୍ଷ ଏବଂ ସଚ୍ଚୋଟ ପୋଲିସ୍ ଅଧିକାରୀ ଭାବରେ ନିଜର କାର୍ଯ୍ୟଭାର ତୁଲାଇବାର ଅନେକ ଉଦାହରଣ ଏବଂ ନଜିର ରହିଛି।

ଆପଣମାନେ ଜାଣିଛନ୍ତି ନୟାଗଡର ପରୀ ଘଟଣାକୁ ନେଇ ସବୁଠୁ ଅଧିକ ଚର୍ଚା ରେ ଥିଲେ ଅରୁଣ।ଏବେ ବି ତାଙ୍କ ତଦନ୍ତ କୁ ନେଇ ସନ୍ଦେହ ଦେଖାଯାଇଛି।କାରଣ ପରୀ ଘଟଣାରେ ସରୋଜ କୁ ଗିରଫ କରାଯାଇଥିବା ବେଳେ ପରୀ ପରିବାର ଏବଂ ସରୋଜ ପରିବାର ଏହାକୁ ଗ୍ରହଣ କରି ପାରି ନଥିବା ବେଳେ ଅରୁଣ ବୋଥ୍ରା ଙ୍କ ତଦନ୍ତ କୁ ନେଇ ସାଧାରଣ ରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି।ଆଉ ଏହି ସମୟରେ ଅରୁଣ ଙ୍କୁ ପ୍ରମୋସନ ଦେଇଛନ୍ତି ସରକାର୍।

ଆଉ ସେଥିପାଇଁ ଏବେ ବହୁ ଚର୍ଚ୍ଚିତ ପରୀ ମାମଲାର ତଦନ୍ତ ମୋଡ଼ ଭିନ୍ନ ମୋଡ ନେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।