ଅନୁଭବ-ବର୍ଷା ବିବାଦ ଷଡଯନ୍ତ୍ର ପାଇଁ ବୈଜୟନ୍ତ ଦାୟୀ; ଅନୁଭବ ! ବୈଜୟନ୍ତ ଭାଙ୍ଗିଦେଲେ ଅନୁଭବ ଙ୍କ ସୁନା ସଂସାର…

ଅଭିନୟ ଜଗତରେ ପାଦ ଦେବା ପରେ ଓଡ଼ିଶାର ଷ୍ଟାର୍ ଦମ୍ପତ୍ତି ବର୍ଷା ଏବଂ ଅନୁଭବ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ। ତେବେ ଅଭିନୟ ରୁ ପ୍ରେମ ଏବଂ ପ୍ରେମରୁ ପ୍ରେମ ବିବାହ ପର୍ଯ୍ୟନ୍ତ ଲମ୍ବିଲା ସେମାନଙ୍କ ଜୀବନ ଯାତ୍ରା। ମୋ ହାତ ଧରି ଚାଲୁଥା ର ନାୟକ ନାୟିକା ଏବେ ପରସ୍ପରର ହାତ ଛାଡ଼ି ଦେଇଛନ୍ତି। ସେମାନଙ୍କ ଭିତରେ କିଛି ଅଛିକି ବୋଲି ଆଉ ଶୁଣିବାକୁ ମିଳୁନାହିଁ। କେବଳ ଆରୋପ ପ୍ରତ୍ୟାରୋପ ଭିତରେ ସେମାନଙ୍କ ବର୍ତ୍ତମାନ ଜୀବନ ପର୍ଯ୍ୟବେଶିତ ଅଟେ। ତେବେ ଅଭିନୟ, ପ୍ରେମ, ବିବାହ, ବିବାଦ ଆଉ ଶେଷରେ ବିଚ୍ଛେଦ ଏସବୁ ପ୍ରକ୍ରିୟା ଭିତରେ ଏବେ ବେଶ୍ ଚର୍ଚ୍ଚାରେ ଓଡ଼ିଶାର ଏହି ସୁପରଷ୍ଟାର ଯୋଡ଼ି।

କିଛିଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚିତ ଥିବା ଚର୍ଚ୍ଚିତ ଯୋଡ଼ି ବର୍ଷା ଏବଂ ଅନୁଭବ ମହାନ୍ତି ଙ୍କ ବିବାଦ ରେ ପୁଣି ଏବେ ଏକ ନୂଆ ମୋଡ଼ ଆସିଛି।ଏବେ ପୁଣି ଚର୍ଚ୍ଚିତ ଷ୍ଟାର୍ ଦମ୍ପତିଙ୍କ ବିବାଦରେ ଆସିଛି ନୂଆ ତ୍ୱିଷ୍ଟ। କିଛିଦିନ ଧରି ଅନୁଭବ ଓ ବର୍ଷାଙ୍କ ମନ ମାଳିନ୍ୟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି।

ଉଭୟଙ୍କ ଦାମ୍ପତ୍ୟ ଜୀବନ ଏବେ ଅଧିକ ବିବାଦୀୟ ଭଳି ହୋଇ ପଡ଼ୁଛି। ପରସ୍ପର ଙ୍କ ନିଷ୍ପତ୍ତି ରେ ପାର୍ଥକ୍ୟ ଦେଖିବାକୁ ମିଳୁଛି। ପରସ୍ପରଙ୍କୁ ଆରୋପ ପ୍ରତ୍ୟାରୋପ କରି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପୋଷ୍ଟ କରି ଚାଲିଛନ୍ତି ସେମାନେ। କିନ୍ତୁ ଏବେ ସାଂସଦ ଅନୁଭବ ମହାନ୍ତି ଏସବୁ ବିବାଦ ଏବଂ ଘଟଣା ପଛରେ ବୈଜୟନ୍ତ ଦାୟୀ ବୋଲି ଏକ ଚକିତ କରିବା ଭଳି କଥା କହିଛନ୍ତି।

ସେ କହିଛନ୍ତି ଯେ ସମସ୍ତ ପ୍ରକାର ଘଟଣା ଯଥା ବର୍ଷା ଙ୍କ ରୁମ୍ ତାଲା ପକାଇବା ଘଟଣା ହେଉ କିମ୍ବା ତାଙ୍କ ଭିଡିଓ ଭାଇରଲ ହେବା କଥା ହେଉ କିମ୍ବା ଏସବୁ ଘଟଣାକୁ ପ୍ରଘଟ କରି ତାଙ୍କ ସାମାଜିକ ପ୍ରତିଷ୍ଠା ନଷ୍ଟ କରିବା କଥା ହେଉ ସବୁ ପଛରେ କେନ୍ଦ୍ରାପଡ଼ା ର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଦାୟୀ ବୋଲି ପ୍ରଥମଥର ପାଇଁ ବର୍ଷା ଅନୁଭବ ବିବାଦ ର ଷଡଯନ୍ତ୍ର କଥା ଉଠାଇ ଏପରି କହିଛନ୍ତି ବର୍ତ୍ତମାନର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି।

ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ଘଟଣାକୁ ନେଇ ଡିଜିପି ଙ୍କୁ ଏକ ଚିଠି ଲେଖିଛନ୍ତି ସାଂସଦ ଅନୁଭବ।ତେବେ ଅନୁଭବ ଙ୍କ ନାମରେ ବର୍ଷାଙ୍କ ଏତଲା ଦାଖଲ ହେବା ପରେ ଅନୁଭବ ଏହି ପତ୍ର ଲେଖିଛନ୍ତି ଏବଂ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ସାମାଜିକ ପ୍ରତିଷ୍ଠା ନଷ୍ଟ କରିବା ପାଇଁ ତାଙ୍କ ବିରୋଧରେ ରେ ଷଡଯନ୍ତ୍ର ହେଉଛି ଏବଂ ଏହା ପଛରେ ଏକ ଜାତୀୟ ଦଳର ଜଣେ ନେତା ରହିଛନ୍ତି। ଯେଉଁ ନେତାଙ୍କୁ ସେ ଗତ ସାଧାରଣ ନିର୍ବାଚନ ରେ ଦେଢ଼ଲକ୍ଷ ଭୋଟ ବ୍ୟବଧାନ ରେ ହରାଇଥିଲେ। ଏହାକୁ ନେଇ କିନ୍ତୁ ବିଜେପି ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ବୈଜୟନ୍ତ ପଣ୍ଡା କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।