” ପରୀ ” ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀ ର ଜନ୍ମଗତ ପ୍ରମାଣପତ୍ର କୁ ନେଇ ବଢିଲା ବିବାଦ । ସରୋଜ ସାବାଳକ ନା ନାବାଳକ ? କିଏ କହୁଛି ସତ ନନ୍ଦିଘୋଷ ନା ଅରୁଣ ବୋଥ୍ରା…

ଆପଣ ମାନେ ଜାଣିଛନ୍ତି ପରି ହତ୍ୟା ମାମଲାରେ ଅଭିଯୁକ୍ତ ସାବସ୍ତ୍ୟ ହୋଇଥିବା ସରୋଜ ସେଠୀ ଏବେ ନୟାଗଡ଼ର ସବଜେଲରେ। ଏସ ଆଇ ଟି ଟିମ୍ ର ତଦନ୍ତ ଏବଂ ଉପଯୁକ୍ତ ପ୍ରମାଣ ପରେ ଅଭିଯୁକ୍ତ ସରୋଜ ସେଠୀ ଙ୍କୁ ତିନିିଦିନିଆ ରିମାଣ୍ଡ ରେ ନେଇଥିଲା ପୋଲିସ୍ ଏବଂ ଏହାର ଅବଧି ଶେଷ ହେବା ପରେ ତାକୁ ଜେଲକୁ ପଠାଇ ଦିଆଯାଇଛି । ଏହି ରିମାଣ୍ଡ ସମୟରେ ହତ୍ୟା ନେଇ ଅନେକ ତଥ୍ୟ ଓ ପ୍ରମାଣ ହାସଲ କରିଛି ଏସଆଇଟି।

ତେଣୁ ଅଧିକ ଦିନର ରିମାଣ୍ଡର ଆବଶ୍ୟକ ନାହିଁ ବୋଲି କହିଥିଲା ଏସଆଇଟି। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ନିଜେ ଯଦୁପୁରରେ ଉପସ୍ଥିତ ରହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ।

ଆଉ ଏହି ତଦନ୍ତରୁ ଜଣା ଯାଇଛି ଯେ ନୟାଗଡ଼ ଯଦୁପୁର ନାବାଳିକାଙ୍କୁ କେମିତି ଘର ଭିତରେ ହତ୍ୟା କରିଥିଲା ସେହି ଅଞ୍ଚଳର ଅଭିଯୁକ୍ତ ସରୋଜ ସେଠୀ। କେଉଁ ସ୍ଥାନରେ ସେ ପରୀ ସହ ଘଟାଇଥିଲା ଜଘନ୍ୟ କାଣ୍ଡ। ସେସବୁ ଘଟଣାର ସିନ୍ ରି କ୍ରିଏସନ୍ ମଧ୍ୟ ହୋଇଥିଲା।ତେବେ ଏବେ ସରୋଜ ସେଠୀ ଙ୍କୁ ନେଇ ଏକ ଚର୍ଚ୍ଚା ଜୋର୍ ଧରିଛି।

ସରୋଜ ପ୍ରକୃତରେ ସାବାଳକ ନା ନାବାଳକ ଏହାକୁ ନେଇ ଚର୍ଚା ଲାଗି ରହିଥିବା ବେଳେ ଏହାକୁ ନେଇ ଗଣମାଧ୍ୟମ ରେ ପ୍ରକାଶିତ ଖବର ଅନୁସାରେ SIT ସରୋଜ ସେଠୀ କୁ ସାବାଳକ ଦର୍ଶାଇ ଏହାର ଏକ ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି। କିନ୍ତୁ ଏହି ରିପୋର୍ଟ୍ ରେ ସରୋଜ ଙ୍କ ଜନ୍ମ ସାର୍ଟିଫିକେଟ ମଧ୍ୟ ଏଥିରେ ସଂଲଗ୍ନ ରହିଛି ଏବଂ ଏଥିରେ ଲେଖା ଯାଇଚି ଯେ ୨୦୦୩ ଫେବୃଆରୀ ୬ ତାରିଖ ସରୋଜ ଙ୍କ ଜନ୍ମ ବାର।

ତେଣୁ ସେ ହିସାବରେ ସେ ଏବେବି ନାବାଳକ ଅଟନ୍ତି।କିନ୍ତୁ ନନ୍ଦିଘୋଷ ଟିଭି ର ୱେବ ପୋର୍ଟାଲ ରେ ଗତ ୧୮ ତାରିଖ ରେ ପ୍ରକାଶିତ ଏକ ଖବର କୁ ନେଇ ଏବେ ଆଲୋଚନା ଜୋର ଧରିଛି। କାରଣ ଯଦି ସରୋଜ ନାବାଳକ ଏବଂ ନନ୍ଦିଘୋଷ ଟିଭି ରେ ପ୍ରକାଶିତ ହୋଇଥିବା ଏହି ଖବର ପଛରେ ସତ୍ୟତା ରହିଥାଏ ତେବେ ଏହା କିପରି ସମ୍ଭବ ଅଟେ ଏବଂ କାହିଁକି SIT ସରୋଜ ସେଠୀ କୁ ସାବାଳକ ଦର୍ଶାଇ ରିପୋର୍ଟ୍ ଦାଖଲ କରିଛି ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ ରହିବ ସାଧାରଣରେ।

ତେବେ ଏହାର ସତ୍ୟାସତ୍ୟ କୋର୍ଟ ବିଚାର କରିବେ ଏବଂ ଉଚିତ୍ ଅନୁସନ୍ଧାନ ପରେ ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତେବେ ଆମେ ଆପଣଙ୍କୁ କହି ରଖୁଛୁ କି ସରୋଜ ସେଠୀ ମଧ୍ୟ SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ କିଛିଦିନ ତଳେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ତାଙ୍କ କହିବା ଅନୁସାରେ ଯାହା ସିଏ ଖୋଲାଖୋଲି ଗଣମାଧ୍ୟମ ରେ ବୟାନ ରଖିଛନ୍ତି ଯେ ଅରୁଣ ବୋଥ୍ରା କୁଆଡେ ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଯାଚିଥିଲେ ପରୀ ଦୋଷକୁ ମୁଣ୍ଡାଇବାକୁ ଏବଂ ଦୋଷୀ ବୋଲି ମାନି ନେବାକୁ।

ତେବେ ଏହି ଅଭିଯୋଗର ସତ୍ୟତା କେତେ ପରେ ଜଣା ପଡ଼ିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।