ମାଳିକାର ବଡ ଭବିଷ୍ୟବାଣୀ ! ୨୦୨୧ ରେ ସୃଷ୍ଟି ହେବାକୁ ଯାଉଛି ଭୟାନକ ସ୍ଥିତି । ଦୁର୍ଘଟଣାରୁ ଆରମ୍ଭ ହେବ ବର୍ଷ….

ପ୍ରତ୍ୟେକ ଥର ଭଳି ମାଳିକା ର ସେହି ୬୦୦ ବର୍ଷର ଆଗତ ଭବିଷ୍ୟତ, ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ।୬୦୦ ବର୍ଷ ତଳେ ମହାପୁରୁଷ ମାନେ ଯେଉଁ କଥାକୁ ଲେଖି ଯାଇଛନ୍ତି, ଯାହା ଆମେ ଭୋଗୁଚେ ଏବଂ ଆମ ଜୀବନରେ ଭବିଷ୍ୟତରେ ଘଟୁଛି ତାହା ଆମକୁ ବିଶ୍ୱାସ କରିବାକୁ ପଡ଼ିବ। କାରଣ ସେଥିରୁ ଏମିତି ବହୁତ୍ କଥା ଆମେ ସ୍ପଷ୍ଟ ହୋଇ ପାରିବା ଯାହା ଆମକୁ ଜୀବନରେ ସତର୍କ କରାଇବ ଏବଂ ସଚେତନ ମଧ୍ୟ କରାଇବ। ତେବେ ଅନେକ ଜଣଙ୍କର ତାହା କହିବା କଥା ଯେ ମାଳିକା ରେ ଯାହା ଲେଖାଥିଲା ତାହା ସତ ହେବାରେ ଲାଗିଛି।

ତେବେ ଏସବୁ କହିବାର ତାତ୍ପର୍ଯ୍ୟ ହେଉଛି କିଛି ଏମିତି ଘଟଣା ଆଗକୁ ଘଟିବା ପାଇଁ ଯାଉଛି ଯାହା ଆପଣଙ୍କୁ ସତର୍କ କରିବା ପାଇଁ ଉଦ୍ଦିଷ୍ଟ ଅଟେ। କାରଣ ଏହା ଆପଣଙ୍କୁ ସଚେତନ କରାଇବା ପାଇଁ ଲେଖା ଯାଇଛି ଯେ କିଭଳି ଭାବରେ ଆଗକୁ ପୃଥିବୀ ପୃଷ୍ଠକୁ ବିପଦ ମାଡ଼ି ଆସୁଛି।

ମହାପୁରୁଷ କହୁଛନ୍ତି ଯେ ୨୦୨୧ ରେ ବହୁତ ଖରାପ୍ ସମୟ ଆସିବାକୁ ଯାଉଛି। ପୃଥିବୀ ଉପରେ ଏହାର ପ୍ରଭାବ ପଡ଼ିବ। କୁହୁଡି ହେବ। ଘନ କୁହୁଡି କାରଣରୁ ଅନେକ ରୋଗ ହେବା ସହିତ ଦୁର୍ଘଟଣା ମଧ୍ୟ ଘଟିବ। ତେବେ ଏହା ସହିତ ସତ୍ୟ, ଦ୍ୱାପର, ତ୍ରତେୟା ଯୁଗପରି କଳିଯୁଗ ରେ ମଧ୍ୟ ୭ ଦିନ ଅନ୍ଧକାର ହେବ। ଲୋକେ ଭୟରେ କାଳାତିପାତ କରିବେ।

ଜ୍ଞାନ ରୂପକ ସୂର୍ଯ୍ୟଙ୍କ ଆଲୋକ ଦେଖାଯିବ ନାହିଁ। ଅନ୍ଧକାର ଅଜ୍ଞାନ ଭିତରେ ସମସ୍ତେ ରହିବେ ଏମିତି ସମୟ ଆସିବ।ଆଉ ଏହାରି ଭିତରେ ଅକାଳ ମୃତ୍ୟୁ ର ମଧ୍ୟ ସାମ୍ନା କରିବାକୁ ପଡ଼ିବ।ଯମ ଙ୍କ ଖଣ୍ଡାଧାର ରେ ସମସ୍ତେ ଝୁଲୁ ଛନ୍ତି। ଯାହାକୁ ସେ ଅନ୍ୟାୟ ଅନୀତି ପଥରେ ଦେଖିବେ ତାକୁ ସେ ଆଗ ନେଇଯିବେ।

ସଂସାରରେ ଅନ୍ୟାୟ ଅନୀତି କରୁଥିବା ଲୋକେ ନିସ୍ତାର ପାଇବେ ନାହିଁ। ସମସ୍ତେ ଦଣ୍ଡ ଭୋଗିବେ। ତେଣୁ ଆପଣମାନେ ସତର୍କ ରୁହନ୍ତୁ ଓ ଯଦି ଅନ୍ୟାୟ ଅନୀତି ରେ ବୁଡି ରହୁଛନ୍ତି ତେବେ ସାବଧାନ ହୁଅନ୍ତୁ। କାରଣ ଏବେ ସମୟ ଆସୁଛି ସତର୍କ ସଚେତନ ହେବା ପାଇଁ ଯାହା ଆପଣଙ୍କୁ ଜୀବନରେ ଧର୍ମ ଆଲୋଚନା, ଆଧ୍ୟାତ୍ମିକତା ଆଡ଼କୁ ଅଗ୍ରସର କରିବାରେ ସହାୟକ ହେବ।

ତେବେ ମହାପୁରୁଷ କହୁଛନ୍ତି ଯେ ଆଗକୁ ସମୟ ଆସୁଛି ଯେଉଁ ସମୟରେ ଲୋକ ମାନଙ୍କ ଭିତରେ ବିବାଦ ବଢ଼ିବ। କାହା ଉପରେ କାହାର ବିଶ୍ୱାସ ରହିବ ନାହିଁ। ସମ୍ପର୍କରେ ତିକ୍ତତା ଆସିବ। ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ଲୋକେ ଲିପ୍ତ ରହିବେ। ଅକାଳ ମୃତ୍ୟୁ ଘଟିବ। ଅନ୍ୟାୟ, ଅନୀତି ବଢ଼ିବାରେ ଲାଗିବ। ଆଉ ଏସବୁ ଭିତରେ ବିଭିନ୍ନ ପ୍ରକାର ଅଜଣା ରୋଗ ମଧ୍ୟ ଲୋକଙ୍କୁ କବଳିତ କରିବ ଏବଂ ପ୍ରାଣହାନୀ ମଧ୍ୟ ଘଟିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।