ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ…..

ବନ୍ଧୁଗଣ ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ। ଯାହା ପ୍ରାୟତ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ। ଉଚ୍ଚ ପଦସ୍ଥ ପଦବୀ ମାନଙ୍କ ପାଇଁ ହେଉଥିବା ସାକ୍ଷାତକାର ରେ ଆମର ବିଚଳିତ ହେବା କଥା ନୁହଁ ।  ସାଧାରଣତଃ ଛୋଟ ପିଲାମାନେ ବହୁତ ମଜା କଥା ଶୁଣିଲେ ଖୁସି ହୁଅନ୍ତି l ଆସନ୍ତୁ ଏହି ପ୍ରହେଳିକା ବିଷୟରେ ଜାଣିବା l

1- ଡାଳ ନାହିଁ କି ପତ୍ର ନାହିଁ, ଫୁଲ ନାହିଁ କି ଫଳ ନାହିଁ l
ରଙ୍ଗ ତାର କଳା ଆଉ ଗଛ ସିଏ ଲତା
ମଣିଷକୁ ଛାଇ ଦିଏ ଖରକୁ ସେ ଛତା l
ଉତ୍ତର ହେଉଛି କେଶ l

2- ଦୁହେଁ ମିଶିଲେ କରଇ ଶବ୍ଦ
ଯନ୍ତ୍ର ନୁହେଁ ସେ ତଥାପି ବାଦ୍ୟ l
ହେଉଛି ହାତ ତାଳି l

3- ଏମିତି ବାଘ ସେ ଛାଡେନି ଘର
ଖାଇନି ମଣିଷ ପିଏ ସେ କ୍ଷୀର
ମା ନଦେଖିଲେ ମାଉସୀ ଦେଖ ଲୋ
କୁକୁରକୁ ତାର ପ୍ରବଳ ଡର l
ଏହା ଉତ୍ତର ବିଲେଇ l

4- ନିମିସେ ପଡେ କବାଟ ତାର
ନିମିସେ ହୁଏ ଖୋଲା
କବାଟ ପଡ଼ିଲେ ବିଜୁଳି କଟଇ
ଅନ୍ଧାର ଦିଶଇ ଗୋଲ l
ଏହା ଉତ୍ତର ଆଖି l

5- ଲାଞ୍ଜ ଅଛି ହେଲେ ଡେଣା ନାହିଁ
ଆକାଶରେ ଉଡେ ସାଇଁ ସାଇଁ
ଏହି ଉତ୍ତର କହିବ ଯିଏ
ମକର ଚାଉଳ ଖାଇବ ସିଏ l
ଉତ୍ତର. ଗୁଡ଼ି l

6- ଦଉଡି ଦେଇ ଗଛରେ ଝୁଲେ
ଖୁସି ହୁଅନ୍ତି ଦେଖିଲେ ପିଲେ
ବସନ୍ତି ଯାଇ ତା ଉପରେ
ଗାଆନ୍ତି ଖୁସିରେ ଗୀତ l
ଏହାର ଅର୍ଥ ହେଉଛି ଦୋଳି l

7- ଅଧା ଫୁଲ ମୁଁ ଅଧା ଫଳ
ହେଲେ ତୋଳା ହୁଏ ନାହିଁ ଗଛରୁ
ଡଉଲ ଡାଉଲ ଖଇର ରଙ୍ଗ ମୁଁ
ଝରେ ରସ ମୋ ଦେହରୁ l
ଏହାର ଅର୍ଥ ହେଉଛି ଗୋଲାପଯାମୁନ l

8- ଗଛ ଦାରୁ ପତ୍ର ସରୁ
ଫୁଲ ଧଳା ଫଳ କଳା
ସେ ଫଳ ଯଦି ଖାଇବ
ପାଖରେ ପାଣି ଥୋଇବ l
ଏହାର ଅର୍ଥ ହେଉଛି କଞ୍ଚା ଲଙ୍କା l

9- ପବନ ଖାଏ ସେ ପବନ ପିଏ
ପବନରେ ତାର ଜୀବନ ଥାଏ,
ବାଜି ଗଲେ କଣ୍ଟା ଦେହରେ ତାହାର
ଅକାଳରେ ତାର ଜୀବନ ଯାଏ l
ଏହାର ଅର୍ଥ ହେଉଛି ବେଲୁନ l

10- ଗୋଟିଏ ଗୁମ୍ଫାରେ ଦୁଇଟି ବାଟ
ଗୁମ୍ଫାରେ ଲାଗେନି କେବେ କବାଟ
ଗୁମ୍ଫାଟି ଜୀବନ ଦ୍ୱାର
ପାରିବ ଯଦି କହିଲ ଦେଖି
କଣ ନାମ ତାର ?
ଏହାର ଅର୍ଥ ହେଉଛି ନାକ l

11- କଳା ମୁଚୁମୁଚୁ ଜଙ୍ଗଲରେ
ରହେ କାଳିଆ ଷଣ୍ଢ
ସୋରିଷଠୁ ଛୋଟ ହେଲେ
ଖାଏ ସେ ମଣିଷ ମୁଣ୍ଡ l
ଏହାର ଅର୍ଥ ହେଉଛି ଉଙ୍କୁଣୀ l

12- ରାସ୍ତା ଅଛି ହେଲେ ଗାଡ଼ି ନାହିଁ
ବଣ ଅଛି ହେଲେ ଗଛ ନାହିଁ
ଗାଁ ଅଛି ହେଲେ ମଣିଷ ନାହିଁ
କହିଲ ଦେଖି -ଏମିତି ଜାଗାଟେ କାହିଁ ?
ଏହାର ଅର୍ଥ ହେଉଛି ମାନଚିତ୍ର l

ଏମିତି ଆହୁରି ବହୁତ ମଜାଳିଆ କଥା ଅଛି l ଆପଣ ଶୁଣିଲେ ମଧ୍ୟ ବହୁତ ଖୁସି ଲାଗିବ ଓ ନୂଆନୂଆ କଥା ମଧ୍ୟ ଜାଣିବା l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।