ଇଣ୍ଡିଆନ୍ ବୁକସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଥିବା ୩ ବର୍ଷର କୁନି ବାଳକର ପ୍ରତିଭା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ….

ପୁଣି ଥରେ ଚର୍ଚ୍ଚାରେ ପାରଳାଖେମୁଣ୍ଡି ର ବିସ୍ମୟ ବାଳକ ଯାହାଙ୍କ ନାମ ହେଉଛି ଆରୁଶ ମିଶ୍ର।ତେବେ ଏହି କୁନି ବାଳକ ଜଣଙ୍କ ନିଜର ଅନନ୍ୟ ପ୍ରତିଭା ପାଇଁ ସେ ପୂର୍ବରୁ ଇଣ୍ଡିଆନ୍ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଥିବା ବେଳେ ଏବେ ସେ ପୁଣି ଏକ ନୂଆ ରେକର୍ଡ ରେ ତାଙ୍କ ନାମକୁ ସ୍ଥାନିତ କରି ପାରିଛନ୍ତି।

ତେବେ ତାଙ୍କୁ କଣ କଣ ସବୁ ପାଠ ଆସେ ବୋଲି ପଚାରିବାରୁ ସେ କହିଛନ୍ତି ଯେ ତାଙ୍କୁ କେମିକାଲ, ସିମ୍ବଲ୍, ସଂସ୍କୃତ ମନ୍ତ୍ର, ସାଧାରଣ ଜ୍ଞାନ, ବିଜ୍ଞାନ, ପ୍ରମୁଖ ଘଟଣାବଳୀ ଇତ୍ୟାଦି। ଜାତୀୟ ଏବଂ ଆନ୍ତର୍ଜାତୀୟ ଘଟଣାବଳୀ କୁ ମଧ୍ୟ ସେ ବହୁତ ସହଜରେ କହି ପାରୁଛନ୍ତି।

ତେବେ ତାଙ୍କର ଏହି ବିଚକ୍ଷଣ ବୁଦ୍ଧି ଏବଂ ଜ୍ଞାନର ପରିସୀମା କୁ ଦେଖି ଆପଣ ବି ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। କାରଣ ଯେଉଁ ରାସାୟନିକ ପଦାର୍ଥ ବା ସଂକେତ ଗୁଡ଼ିକର ନାମ ବଡ଼ ବଡ଼ ପିଲା ମନେ ରଖିବାକୁ ସକ୍ଷମ ହୋଇ ପାରନ୍ତି ନାହିଁ,ସେହି ସ୍ଥାନରେ ଏହି କୁନି ବାଳକଟି ସେସବୁ କୁ ଅନର୍ଗଳ ଭାବରେ କହି ପାରୁଛି। ଦେଶ ଓ ବିଦେଶର ଅଜଣା କଥା, ସାଧାରଣ ଜ୍ଞାନ ପ୍ରଶ୍ନ କୁ ପଚାରିବା ମାତ୍ରେ ଉତ୍ତର ଦେଉଛି ଯାହା ବାସ୍ତବରେ ବିସ୍ମୟ କର ଅଟେ।

ଏହାକୁ ଦେଖି ଆପଣ ବି ଚକିତ ହେବା ସ୍ଵାଭାବିକ କଥା। କାରଣ ଏହି ବିସ୍ମୟ ବାଳକଙ୍କ ସ୍ମରଣ ଶକ୍ତି ଏବଂ ତାଙ୍କ ଜ୍ଞାନର ପାରଦର୍ଶିତା ହିଁ ସେହିଭଳି ଅଟେ।ତେବେ ଏହାକୁ ନେଇ ତାଙ୍କ ମାଆ ପ୍ରତିକ୍ରିୟା ରଖିଛନ୍ତି ଯେ ତାଙ୍କ ପୁଅ ଆରୁଶ ଆଗରୁ ଇଣ୍ଡିଆନ୍ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଥିବା ବେଳେ ଏବେ ପୁଣି ସେ ବର୍ତ୍ତମାନ ଏକ୍ସକ୍ଲୁସିଭ୍ ୱର୍ଲ୍ଡ ରେକର୍ଡ ରେ ସ୍ଥାନ ପାଇ ସାରିଛି ।

ଆଗକୁ ସେ ୟୁନିଭର୍ଷାଲ୍ ଗ୍ଲୋବାଲ ରେକର୍ଡ ରେ ତାର ସିଲେକ୍ସନ୍ ହୋଇ ସାରିଛି।ଆଉ ଏଥିରୁ କେବଳ ମେଡାଲ ଓ ସାର୍ଟିଫିକେଟ ଆସିବାକୁ ବାକି ରହିଛି।ସେ କହିଛନ୍ତି ଯେ ତାର ଭଗବାନଙ୍କ ପ୍ରଦତ୍ତ ବ୍ରେନ୍ ରହିଛି ଯାହା ସାଧାରଣ ନୁହଁ। କାରଣ ସେ ବଡ଼ ବଡ଼ ଲୋକ ମନେ ରଖି ପାରୁ ନଥିବା କଥାକୁ ଘଟଣାକୁ ସେ ସହଜରେ ମନେ ରଖି ଦେଇଥାଏ।

ତାଙ୍କ ମାଆ କେବଳ ତାଙ୍କୁ ସାମାନ୍ୟ ଗାଇଡ କରିଥାନ୍ତି। ତାର ସ୍ମରଣ ଶକ୍ତି ଯୋଗୁଁ ସେ ଆଜି ଏହିଭଳି ସବୁ ସଫଳତା ପାଇ ପାରିଛି ବୋଲି ତାଙ୍କର ମାଆଙ୍କ କହିବା କଥା। ଏହାକୁ ନେଇ ଆରୁଶ ଙ୍କ ବାପା ମଧ୍ୟ ବହୁତ୍ ଖୁସି ଅଛନ୍ତି ବୋଲି କହିଛନ୍ତି। ୩ ବର୍ଷର ପିଲାର ଏହିଭଳି ବିସ୍ମୟ ପ୍ରତିଭା ଆଉ ତାର ଏତେ ସବୁ ଜ୍ଞାନର ଅଧିକାରୀ ହେବା ଓ ସଫଳତା ଅର୍ଜନ କରିବା ଆଦିକୁ ଦେଖି ସେ ନିଜକୁ ବହୁତ୍ ଗର୍ବିତ ମନେ କରୁଛନ୍ତି।ସେ ଡାକ୍ତର ହେବ, ବୈଜ୍ଞାନିକ ହେବ, ସ୍ପେସ୍ କୁ ଯାଇ ରିସର୍ଚ୍ଚ କରିବ ବୋଲି ବାପା ମାଆଙ୍କୁ ଏବେଠୁ କହୁଛି।

ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚିତ ଭାବରେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।