ପରୀର ମାଆ ଙ୍କୁ ସାହସ ଦେବା ସହିତ ସିବିଆଇ ତଦନ୍ତ ଦାବି କଲେ ନିର୍ଭୟାଙ୍କ ମାଆ… କ’ଣ ସତରେ ପରୀ ନିର୍ଭୟା ପରି ନ୍ୟାୟ ପାଇବ….

ପରୀ ର ମା ଙ୍କୁ ନ୍ୟାୟ ଦେବେ ନିର୍ଭୟା ଙ୍କ ମା । ଏହା ସହିତ ଚର୍ଚା ହେଉଛି ଯେ  ପରୀ ର କେଶ୍ ଏବେ ଲଢ଼ିବେ ଦେଶର ବହୁ ଚର୍ଚ୍ଚିତ ଗ୍ୟାଙ୍ଗ ରେପ୍ ଦିଲ୍ଲୀ ନିର୍ଭୟା କେଶ୍ ଲଢ଼ୁ ଥିବା ଓକିଲ । କଣ ଏହି ଓକିଲ ଲଢ଼ିବା ପରେ ନିର୍ଭୟା ପରି ପରୀ କୁ ମଧ୍ୟ ନ୍ୟାୟ ମିଳି ପାରିବ କି ? ତେବେ କଣ ରହିଛି ଏହି ସମ୍ପର୍କ ରେ ସମ୍ପୂର୍ଣ ଅପଡେଟ ଆସନ୍ତୁ ଜାଣିବା

ଦିନ କୁ ଦିନ ନୂଆ ତ୍ଵିଷ୍ଟ୍ ଆସୁଛି ପରି ମାମଲା ରେ । ଦୀର୍ଘ ଚାରି ମାସ ଧରି ପୋଲିସ ତଦନ୍ତ କରୁଥିବା ର ପରୀ ର କେଶ୍ ରେ ଏବେ ଆଉ ଏକ ଭିନ୍ନ ମୋଡ଼ ଆସିଛି । ପୂର୍ବରୁ ଏସଆଇଟି ତରଫରୁ କୁହାଯାଇ ଥିଲା କି ସରୋଜ ହିଁ ପରୀ କୁ ହତ୍ୟା କରିଛି ଆଉ ସେ ହିଁ ମୁଖ୍ୟ ଅଭିଯୁକ୍ତ ଅଟେ।

ଏସଆଇଟି ଅନୁସାରେ ସରୋଜ ପରୀକୁ ଦୁଷ୍କର୍ମ କରିବାକୁ ଚାହିଁ ଥିଲା । ମାତ୍ର ସେଥିରେ ସରୋଜ ବିଫଳ ହେବାରୁ ପରୀ କୁ ହତ୍ୟା କରି ଏହା ପରେ ଦୁଷ୍କର୍ମ କରିଛି।କିନ୍ତୁ ଏହି କଥା କୁ ଅସ୍ବୀକାର କରୁଛନ୍ତି ପରୀ ର ପରିବାର ଲୋକ । ପରୀ ର ପରିବାର ଲୋକ ମାନଙ୍କ କହିବା ଅନୁସାରେ ପରୀ ହତ୍ୟାକାଣ୍ଡ ରେ କିଛି ବଡ଼ ରାଜନେତା ଙ୍କ ହାତ ରହିଛି ଆଉ ମିଛରେ ଏକ ନିର୍ଦ୍ଦୋଷ କୁ ଫଶା ଯାଉଚି ସେମାନେ ପରୀ ର କେଶ୍ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ତେବେ ଏହି କେଶ୍ ବିଷୟ ରେ ନିର୍ଭୟା ଙ୍କ ମା ଆସାଦେବି ଶୁଣିବା ପରେ ଏହି କେଶ୍ କୁ ତୀବ୍ର ନିନ୍ଦା କରିଛନ୍ତି । ଯେମିତି ନିର୍ଭୟା ଙ୍କ ଦୋଷୀ କୁ ଦଣ୍ଡ ମିଳିଥିଲା ସେହି ପରି ଭାବେ ଗଣ ଦୁଷ୍କର୍ମ ରେ ଶିକାର ହୋଇ ଥିବା ପରୀ କୁ ମଧ୍ୟ ନ୍ୟାୟ ମିଳିବ ବୋଲି ଆଶା ଦେବୀ ପରୀ ମା କୁ କହି ଆଶ୍ୱାସନା ଦେଇଛନ୍ତି।

କେବଳ ଏତିକି ନୁହେଁ ସାହସ ଦେବା ସହିତ ନିର୍ଭୟାଙ୍କ ର କେସ ଲଢୁଥିବା ଓକିଲ ଏବେ ପରୀର କେସ ଲଢିବେ ବୋଲି ମଧ୍ୟ କହିଛନ୍ତି । ଏସାଇଟି ଟିମ୍ ଦ୍ଵାରା କୁହା ଯାଉଥିବା ପରୀ ର ହତ୍ୟାକାରୀ ସରୋଜ ସେଠୀ କୁ ହତ୍ୟାକାରୀ ନୁହେଁ ବୋଲି କହିଛନ୍ତି ପରୀ ର ପରିବାର ଲୋକ । ସରୋଜ ସେଠୀ ନିର୍ଦ୍ଦୋଷ ଅଟନ୍ତି । ସରଲ ସରଳ ନିରୀହ ଲୋକ ମାନଙ୍କୁ ଫସାଇ ବଡ଼ ବଡ଼ ଲୋକ ମାନେ ଖସି ଯାଉଛନ୍ତି ବୋଲି କହିଛନ୍ତି ପରୀ ର ପରିବାର ଲୋକ।

ଏହା ସହିତ ଯଦି ପରୀ ର ହତ୍ୟାକାରୀ କୁ ଉଚିତ୍ ଦଣ୍ଡ ଦିଆ ନଯାଏ ତେବେ ସମସ୍ତେ ସମସ୍ତ ଙ୍କ ସାମ୍ନା ରେ ଆତ୍ମାହୁତି ଦେବେ ବୋଲି କହିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।