ସ୍ତ୍ରୀ କୁ ଖୁସି କରାଇବା ପାଇଁ ବିବାହ ବାର୍ଷିକୀ ରେ ଜହ୍ନ ରେ ଜାଗା କିଣି ସ୍ତ୍ରୀକୁ ଉପହାର ଦେଲେ ସ୍ୱାମୀ । ତାଙ୍କ ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ପ୍ରେମିଯୁଗଳ ପ୍ରେମ ରେ ପଡ଼ିବା ପରେ ଏହାର ପୂର୍ଣ୍ଣତା ଆସିଥାଏ ସେମାନଙ୍କ ଶରୀର ଏବଂ ମନର ମିଳନ ପରେ ଯେତେବେଳେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇ ଯାଇଥାନ୍ତି।ଆଉ ସେତେବେଳେ ଦୁହେଁ ଦୁହିଁଙ୍କୁ ଏକ ସୁନ୍ଦର ଅନୁଭବ ଭିତରେ ଅନୁଭବ କରିଥାନ୍ତି। ପ୍ରେମ ଏକ ଏଭଳି ଶବ୍ଦ ଯାହା ବିଶ୍ଵ ବ୍ୟାପି ଅନନ୍ତ ଓ ପରିବ୍ୟାପ୍ତ।ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧିତ ହୁଏ ତାହା ହିଁ ପ୍ରେମ।

ପ୍ରେମରେ ଥାଏ ତ୍ୟାଗ ଏବଂ ସେଠାରେ ଅନ୍ୟ କିଛି ର ସ୍ଥାନ ହିଁ ନାହିଁ।ତେବେ ଏହି ଶାଶ୍ଵତ ବା ପବିତ୍ର ପ୍ରେମକୁ ବିଭିନ୍ନ ଉପାୟରେ ଅନୁଭବ କରିବା ପାଇଁ ପ୍ରେମୀ ଯୁଗଳ ମାନେ ଅନେକ ତରିକା ଆପଣେଇ ଥାଆନ୍ତି।

ନିଜର ପ୍ରେମିକ ପ୍ରେମିକା କୁ ଆକର୍ଷିତ କରିବା ପାଇଁ ବା ଖୁସି କରାଇବା ପାଇଁ ସେମାନେ ବିଭିନ୍ନ ଆଶ୍ଚର୍ଯ୍ୟ କଲାଭଳି ସରପ୍ରାଇଜ୍ ଗିଫ୍ଟ ଦେବା ସହିତ ପ୍ରେମିକାକୁ ତାର ମନ ପସନ୍ଦର ଜିନିଷ ଉପହାର ଦେଇଥାନ୍ତି। ତାହା ଦାମୀ ହେଉ କିମ୍ବା ପ୍ରେମିକାର ମନକୁ ଛୁଇଁଲା ଭଳି ହେଉଥାଉ।ତେବେ ଅନେକ ସମୟରେ ଉପହାର ଦେବା କଥା ନେଇ ପ୍ରେମିକମାନେ ତାଙ୍କର ପ୍ରେମିକା କୁ କହିଥାନ୍ତି ଯେ ତୁମକୁ ଚାନ୍ଦ ଆଣି ଦେବି ଯଦି ତୁମେ କହିବ।

ହେଲେ ବାସ୍ତବରେ ଚନ୍ଦ୍ରରେ କ’ଣ କିଏ ଉପହାର ଦେଇ ପାରିବ।ଏହା ଆମେ କେବଳ ଖୁସି କରାଇବା ପାଇଁ କହିଥାଉ। କିନ୍ତୁ ଏବେ ଏହାକୁ ସତ କରି ଦେଖାଇ ନିଜ ପତ୍ନୀଙ୍କୁ ଚନ୍ଦ୍ରରେ ଉପହାର ଦେଇଛନ୍ତି ଜଣେ ବ୍ୟକ୍ତି। ବିବାହ ବାର୍ଷିକରେ ପତ୍ନୀଙ୍କୁ ୩ ଏକରର ଏକ ପ୍ଲଟ୍‌ ଉପହାର ସ୍ୱରୂପ ଦେଇଛନ୍ତି ଏହି ବ୍ୟକ୍ତି।ତେବେ ଚନ୍ଦ୍ରରେ ପ୍ଲଟ୍‌ କିଣିଥିବା ଏହି ବ୍ୟକ୍ତି ଜଣକ ହେଲେ ଧର୍ମେନ୍ଦ୍ର ଅନିଜା।

ତାଙ୍କ କହିବା ଅନୁସାରେ ୨୪ ଡିସେମ୍ବର ରେ ତାଙ୍କର ବିବାହ ବାର୍ଷିକୀ ଥିବାରୁ ସେ ପତ୍ନୀ ପାଇଁ ଏମିତି କିଛି ସ୍ମରଣୀୟ ଉପହାର ଦେବାପାଇଁ ଚିନ୍ତା କରିଥିଲେ।ଆଉ ଫଳ ସ୍ୱରୂପ ସେ ଆମେରିକା ନ୍ୟୁୟର୍କ ସହରରେ ଥବା ଲୁନା ସୋସାଇଟି ଇଣ୍ଟରନେସ୍‌ନାଲ୍‌ ମାଧ୍ୟମରେ ତାଙ୍କ ପତ୍ନୀଙ୍କୁ ୩ ଏକର ଜମି କିଣି ଉପହାର ଦେଇଛନ୍ତି।ଆଉ ଏଥିପାଇଁ ତାଙ୍କୁ ପାଖାପାଖି ବର୍ଷେ ଲାଗି ଯାଇଛି।ଏହି ଉପହାର ପାଇ ପତ୍ନୀ ସ୍ଵପ୍ନା ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ସେ ଏପରି ଆଶ୍ଚର୍ଯ୍ୟଜନକ ଉପହାର ପାଇବେ ବୋଲି କେବେ ଭାବିନଥିଲେ ବୋଲି କହିଛନ୍ତି।

ତାଙ୍କ ସ୍ବାମୀଙ୍କ ଠାରୁ ଏପରି ଉପହାର ପାଇ ଖୁବ୍‌ ଖୁସି ବୋଲି କହିଛନ୍ତି।ତେବେ ଆପଣଙ୍କୁ କହି ରଖୁଛୁ ଯେ ଚନ୍ଦ୍ରରେ କିଣିଥିବା ଏହି ଜମିରେ କେହି ଘର କରିପାରିବେ ନାହିଁ କିମ୍ବା ଏଠାକୁ ଯାଇପାରିବେ ନାହିଁ। କେବଳ ମନ ବୁଝିବା ପାଇଁ ଏହି କିଣା ବିକା ହୋଇଥାଏ। ଏହାଛଡା ଭାରତରେ ଚନ୍ଦ୍ରରେ ଜମି କିଣାକୁ ବେଆଇନ ବୋଲି ଧରାଯାଏ ଓ ଚନ୍ଦ୍ର, ତାରା ଓ ଅନ୍ତରୀକ୍ଷ ଉପରେ କୈାଣସି ଦେଶର ଅଧିକାର ନାହିଁ କିମ୍ବା ଏହା କୈାଣସି ଦେଶର ସମ୍ପତି ମଧ୍ୟ ନୁହେଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।